ETV Bharat / bharat

କାହିଁକି କାନାଡା କୂଟନୀତିଜ୍ଞଙ୍କୁ ବରଖାସ୍ତ କଲା ଭାରତ, କାରଣ କହିଲେ ଜୟଶଙ୍କର

author img

By ETV Bharat Odisha Team

Published : Oct 22, 2023, 7:14 PM IST

ଭାରତର ବ୍ୟାପାରରେ ହସ୍ତକ୍ଷେପ କରୁଥିଲା କାନାଡା । ସେଥିପାଇଁ କୂଟନୀତିଜ୍ଞଙ୍କୁ ବରଖାସ୍ତ କରାଯାଇଥିବା ନେଇ କହିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

ବିଦେଶ ମନ୍ତ୍ରୀ ଜୟଶଙ୍କର
ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ଗତମାସରୁ ତିକ୍ତତା ଲାଗି ରହିଛି । ଏହି କାରଣରୁ ପ୍ରଥମେ ଭାରତ କାନାଡା କୂଟନୈତିଜ୍ଞ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଭାରତ ଛାଡିବା ପାଇଁ କହିଥିଲା । ତେବେ ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି । କାନାଡା ନିଜ କୂଟନୈତିଜ୍ଞଙ୍କ ଦ୍ବାରା ନୂଆଦିଲ୍ଲୀର କାର୍ଯ୍ୟରେ ବାରମ୍ବାର ହସ୍ତକ୍ଷେପ କରୁଥିଲା । ତେଣୁ ଭାରତକୁ ଏପରି ନିଷ୍ପତ୍ତି ନେବାକୁ ପଡିଲା ବୋଲି ଜୟଶଙ୍କର କହିଛନ୍ତି ।

  • #WATCH | On Canadian diplomatic presence in India, EAM Dr S Jaishankar says, "There's this whole issue of parity that the size of how many diplomats there are of one country versus how many diplomats there are of the other country. Parity is very much provided for by the Vienna… pic.twitter.com/xJmk80GHHS

    — ANI (@ANI) October 22, 2023 " class="align-text-top noRightClick twitterSection" data=" ">

କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଲା । ଏହାର କିଛି ଦିନ ମଧ୍ୟରେ ଭାରତ ମଧ୍ୟ କାନାଡା ନାଗରିକଙ୍କ ପାଇଁ ଭିସା ସେବା ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିଥିଲା । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ବନ୍ଦ ରହିଛି । ସେ ସମ୍ପର୍କରେ ଜୟଶଙ୍କର କହିଛନ୍ତି, ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯାଇପାରେ । ଯଦି କାନାଡାରେ ଥିବା ଭାରତୀୟ କୂଟନୈତିଜ୍ଞ ଅଧିକାରୀଙ୍କ ସୁରକ୍ଷାରେ ସୁଧାର ଆସିବା ଲକ୍ଷ୍ୟ କରାଯାଏ, ତେବେ ନୂଆଦିଲ୍ଲୀ ପୁଣିଥରେ ଭିସା ସେବା ଚାଲୁ କରିବା ଉପରେ ଚିନ୍ତା କରିପାରେ ।

ଗତମାସରେ ଜି20 ସମ୍ମିଳନୀରେ ଯୋଗଦେବାକୁ ଆସି ଭାରତରୁ ଫେରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏହି ବୟାନ ଆସିଥିଲା । ଜୁନ ମାସରେ କାନାଡାରେ ହତ୍ୟାର ଶିକାର ହୋଇଥିବା ଖଲିସ୍ତାନୀ ଆତଙ୍କୀ ନିଜ୍ଜାରର ହତ୍ୟାରେ ଭାରତୀୟ ଗୁଇନ୍ଦା ସଂସ୍ଥାର ଭୂମିକା ଥିବା ଅଭିଯୋଗ କରିଥିଲେ ନିଜେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ । ଯାହାକୁ ନେଇ ନୂଆଦିଲ୍ଲୀ କଡା ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା । ଦିଲ୍ଲୀରେ ଅବସ୍ଥାପିତ କାନାଡା ଦୂତାବାସରୁ କୂଟନୀତିଜ୍ଞ ଅଧିକାରୀଙ୍କୁ ସ୍ବଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏବେ ସୁଦ୍ଧା କାନାଡା ପ୍ରାୟ 40ରୁ ଅଧିକ କୂଟନୈତିଜ୍ଞ ଅଧିକାରୀଙ୍କୁ ଭାରତରୁ ଫେରାଇ ନେଇସାରିଛି ।

ଏହା ମଧ୍ୟ ପଢନ୍ତୁ:- ମାନବିକତା ଦେଖାଇଲା ଭାରତ, ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ରିଲିଫ୍‌ ସାମଗ୍ରୀ

ତେବେ ଏବେ ସୁଦ୍ଧା ମଧ୍ୟ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ପୂର୍ବପରି ସ୍ବାଭାବିକ ହୋଇପାରିନାହିଁ । ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ରଖିଛି । ଅନ୍ୟପଟେ କାନାଡାର ଅଭିଯୋଗ ନେଇ ନୂଆଦିଲ୍ଲୀ ବାରମ୍ବାର ପ୍ରମାଣ ମାଗୁଥିବା ବେଳେ ଟରାଣ୍ଟୋ କୌଣସି ପ୍ରମାଣ ପ୍ରଦାନ କରିବାକୁ ପ୍ରସ୍ତୁତ ନାହିଁ । ତେଣୁ ଏହି ଅଭିଯୋଗକୁ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଓ ମିଥ୍ୟା ବୋଲି ନୂଆଦିଲ୍ଲୀ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.