ETV Bharat / bharat

କର୍ଣ୍ଣାଟକରେ ଗଛରେ ଫଳୁଛି ଟଙ୍କା ! ଆମ୍ବ ଗଛରୁ ବାହାରିଲା କୋଟିଏ ଟଙ୍କା

author img

By

Published : May 4, 2023, 8:44 AM IST

କର୍ଣ୍ଣାଟକରେ ଆମ୍ବ ଗଛରୁ ବାହାରିଲା କୋଟିଏ ଟଙ୍କା । ନିର୍ବାଚନ ସମୟରେ କର୍ଣ୍ଣାଟକରେ ଗଛରେ ଟଙ୍କା ଫଳୁଥିବା ଚାରିଆଡେ ଚର୍ଚ୍ଚା । ଅଧିକ ପଢନ୍ତୁ

ଗଛରୁ ବାହାରିଲା କୋଟିଏ ଟଙ୍କା
ଗଛରୁ ବାହାରିଲା କୋଟିଏ ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଛରେ ଫଳୁଛି ଟଙ୍କା ! ୬ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ କର୍ଣ୍ଣାଟକରେ ଗଛରେ ଟଙ୍କା ଫଳୁଥିବା ଚର୍ଚ୍ଚା ହେଉଛି । କାରଣ ହେଉଛି, ଏଠାରେ ଗୋଟିଏ ଆମ୍ବ ଗଛରୁ କୋଟିଏ ଟଙ୍କା ବାହାରିଛି । କିଛି ଦିନ ତଳେ ଗୋଟିଏ ଅଟୋରୁ ୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ବର୍ତ୍ତମାନ ଜଣଙ୍କ ଘର ବଗିଚାରେ ଥିବା ଗଛରୁ କୋଟିଏ ଟଙ୍କା ମିଳିଛି । ଯାହାକି ବର୍ତ୍ତମାନ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଆୟକର ବିଭାଗ ମହୀଶୂରରେ ସୁବ୍ରମଣ୍ୟ ରାୟ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏକ କୋଟି ଟଙ୍କା ଜବତ କରିଛି । କଂଗ୍ରେସ ନେତା ଅଶୋକ କୁମାର ରାୟ ପୁଟ୍ଟୁର ଆସନରୁ ବିଧାନସଭା ନିର୍ବାଚନ ଲଢୁଥିବା ବେଳେ ଗତ ମଙ୍ଗଳବାର ଦିନ ଆୟକର ବିଭାଗ ତାଙ୍କର ଭାଇ ସୁବ୍ରମଣ୍ୟଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ତାଙ୍କ ବଗିଚାରେ ଥିବା ଗୋଟିଏ ଗଛରୁ ଟଙ୍କା ବାକ୍ସ ମିଳିଥିଲା । ବାକ୍ସଟିକୁ ଗଛ ଭିତରେ ଲୁଚାଯାଇଥିଲା । ଏଥିରେ ପ୍ରାୟ ୧ କୋଟି ଟଙ୍କା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ ।

ଆୟକର ଅଧିକାରୀମାନେ ଉକ୍ତ ବାକ୍ସ ଖୋଲି ଟଙ୍କା ଜବତ କରିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାଫଳରେ ନିର୍ବାଚନ ସମୟରେ କର୍ଣ୍ଣାଟକରେ ଗଛରେ ଟଙ୍କା ଫଳୁଥିବା ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବର୍ତ୍ତମାନ କର୍ଣ୍ଣାଟକରେ ମାତ୍ରାଧିକ ଟଙ୍କା ଓ ନିଶାଦ୍ରବ୍ୟ କାରବାର ହେଉଛି । ତେଣୁ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରଠୁ ଅଦ୍ୟାବିଧି ୩୦୯ କୋଟି ଜବତ ହେଲାଣି । ଯାହାମଧ୍ୟରେ ନଗଦ ରାଶି, ମଦ, ନିଶାଦ୍ରବ୍ୟ ଓ ସୁନାରୂପା ରହିଛି ।

ଏହାମଧ୍ୟ ପଢନ୍ତୁ: Karnataka Polls: ୭ ଦିନ ପରେ କର୍ଣ୍ଣାଟକ ନିର୍ବାଚନ, ଜବତ ହେଲାଣି ୩୦୯ କୋଟି

ସେଥିମଧ୍ୟରୁ ପ୍ରାୟ ୧୧୧.୧୧ କୋଟି ନଗଦ ଏବଂ ୨୨ କୋଟିର ଉପହାର ରହିଛି । ଏହା ବ୍ୟତୀତ ୯୫ କୋଟି ଟଙ୍କାର ୨୦ ଲକ୍ଷ ଲିଟର ମଦ ଓ ୧୭୦୦ କେଜି ଡ୍ରଗ୍ସ ଏବଂ ୧୦ କୋଟିରୁ ଅଧିକ ବହୁମୂଲ୍ୟ ଧାତୁ ମଧ୍ୟ ଜବତ କରାଯାଇଛି । କିଛି ଦିନ ତଳେ ସିଟି ମାର୍କେଟ ଠାରେ ଏକ ଅଟୋରିକ୍ସାରୁ ପୋଲିସ ଗୋଟିଏ କୋଟି ଟଙ୍କା ଜବତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.