ETV Bharat / bharat

Russia-Ukraine War: ଅଶୋଧିତ ତୈଳଠୁ ସୁନା ଦର ବୃଦ୍ଧି, LACରେ ହଲଚଲ !

author img

By

Published : Feb 24, 2022, 8:23 PM IST

Russia-Ukraine War: ଅଶୋଧିତ ତୈଳଠୁ ସୁନା ଦର ବୃଦ୍ଧି, LACରେ ହଲଚଲ !
Russia-Ukraine War: ଅଶୋଧିତ ତୈଳଠୁ ସୁନା ଦର ବୃଦ୍ଧି, LACରେ ହଲଚଲ !

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଘମାଘୋଟ ଲଢେଇରେ ପ୍ରଭାବିତ ହୋଇଛି ସାରା ବିଶ୍ବ । ୟୁକ୍ରେନରେ ଅନେକ ଭାରତୀୟ ପ୍ରବାସୀ ଫସି ରହିଥିବାବେଳେ ଅନ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଉପରେ ଆସିଛି ଆଞ୍ଚ । ଭାରତ ବଜାରରେ ହଲଚଲ ହୋଇଥିବାବେଳେ ଏହି ସମୟରେ ଚୀନ ଆକ୍ରମଣ କରିପାରେ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି । ଋଷ ଓ ୟୁକ୍ରେନ ଯୁଦ୍ଧ ଫଳରେ ଭାରତ ଉପରେ କଣ ପଡ଼ିବ ପ୍ରଭାବ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଋଷ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବିବାଦ ଶେଷରେ ଭୀଷଣ ଯୁଦ୍ଧର ରୂପ ନେଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ୨ ରାଷ୍ଟ୍ର ମଧ୍ୟରେ ଲଢେଇ । ଏହି ଆଦେଶ ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି କି ଋଷ ୟୁକ୍ରେନକୁ ଚାରିପଟରୁ ଆକ୍ରମଣ କରୁଛି । ବିଶ୍ବ ଯଦି ୟୁକ୍ରେନକୁ ଧ୍ବଂସ ହେବାରୁ ରୋକିବାକୁ ଚାହୁଁଛି ତେବେ ରୋକୁ ବୋଲି ସେ କହିଛନ୍ତି । ତେବେ ଏହି ୨ ରାଷ୍ଟ୍ର ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅନ୍ୟ ଦେଶରେ ମଧ୍ୟ ପ୍ରଭାବ ପଡ଼ିଛି । ଏପରିକି ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଅନ୍ତର୍ଜାତୀୟ ବଜାର ହଲଚଲ ହୋଇଛି । ଭାରତରେ ଅଶୋଧିତ ତୈଳଠୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଅନେକ ପଦାର୍ଥର ଦର ବୃଦ୍ଧି ପାଇଛି ।

ଭାରତୀୟ ସେୟାର ବଜାରରେ ହାହାକାର
ଭାରତୀୟ ସେୟାର ବଜାରରେ ହାହାକାର
  • ଅଶୋଧିତ ତୈଳ ଦରରେ ପରିବର୍ତ୍ତନ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଅଶୋଧିତ ତୈଳ ଉପରେ ପଡ଼ିଛି । ଋଷ ୟୁରୋପରେ ପ୍ରାକୃତିକ ଗ୍ୟାସର ପ୍ରାୟ ଏକ ତୃତୀୟାଂଶ ଉତ୍ପାଦନ କରିଥାଏ । ବିଶ୍ବ ତୈଳ ଉତ୍ପାଦନର ଋଷିଆର ଭାଗିଦାରୀ ପ୍ରାୟ ୧୦ ପ୍ରତିଶତ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ପ୍ରତି ବ୍ୟାରେଲ ପିଛା 100 ଡଲାର ଅତିକ୍ରମ କରିଛି । ବ୍ରେଣ୍ଟ(Light crude oil) ମୂଲ୍ୟ ବ୍ୟାରେଲ ପିଛା 100.04 ଡଲାର ଛୁଇଁଥିବାବେଳେ WTI ବ୍ୟାରେଲ 95.54 ଡଲାର ଛୁଇଁଛି ।

LAC ଉପରେ ପଡ଼ିବ ପ୍ରଭାବ !
LAC ଉପରେ ପଡ଼ିବ ପ୍ରଭାବ !

ଋଷରୁ ତୈଳ କିମ୍ବା ଗ୍ୟାସ ଯୋଗାଣର ପ୍ରଭାବ ଭାରତ ପାଇଁ ସିଧାସଳଖ ଚିନ୍ତାର ବିଷୟ ନୁହେଁ। କିନ୍ତୁ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ନିଶ୍ଚିତ ଭାବରେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହାର କାରଣ ହେଉଛି ଭାରତ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ତୈଳ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ।

ଅଶୋଧିତ ତୈଳ ଦରରେ ପରିବର୍ତ୍ତନ
ଅଶୋଧିତ ତୈଳ ଦରରେ ପରିବର୍ତ୍ତନ
  • ନ୍ୟୁକ୍ଲିୟର ଏନର୍ଜି(ଆଣବିକ ଶକ୍ତି) କାର୍ଯ୍ୟ ହେବ ପ୍ରଭାବିତ

ଭାରତରେ ୟୁକ୍ରେନ ଦୂତାବାସର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ 2020ରେ 2.69 ବିଲିୟନ ଡ଼ଲାର ବାଣିଜ୍ୟ ହୋଇଥିଲା । ଏଥିରେ ୟୁକ୍ରେନ ଭାରତକୁ 1.97 ବିଲିୟନ ଡଲାର ରପ୍ତାନୀ କରିଛି । ଏଥିସହ ଭାରତ ୟୁକ୍ରେନକୁ 721.54 ମିଲିୟନ ଡଲାର ରପ୍ତାନୀ କରିଛି । ଯୁଦ୍ଧ ହେଲେ ୟୁକ୍ରେନ ସହିତ ଭାରତର ବାଣିଜ୍ୟ ବିପଦରେ ପଡ଼ିବ। ଆକଳନ ଅନୁସାରେ ଭାରତ 2020 ମସିହାରେ ୟୁକ୍ରେନରୁ 1.45 ବିଲିୟନ ଡଲାର ମୂଲ୍ୟର ଖାଇବା ତେଲ କିଣିଥିଲା । ଏହା ବ୍ୟତୀତ ଭାରତ ୟୁକ୍ରେନରୁ ସାର, ଆଣବିକ ରିଆକ୍ଟର ଏବଂ ବଏଲର କିଣୁଛି ।

ନ୍ୟୁକ୍ଲିୟର ଏନର୍ଜି(ଆଣବିକ ଶକ୍ତି) କାର୍ଯ୍ୟ ହେବ ପ୍ରଭାବିତ
ନ୍ୟୁକ୍ଲିୟର ଏନର୍ଜି(ଆଣବିକ ଶକ୍ତି) କାର୍ଯ୍ୟ ହେବ ପ୍ରଭାବିତ

ଋଷ ପରେ ପରମାଣୁ ରିଆକ୍ଟର ଏବଂ ବଏଲର ଯୋଗାଣକାରୀ ଭାବେ ୟୁକ୍ରେନ ହେଉଛି ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର । ଯୋଗାଣ ବ୍ୟାହତ କାରଣରୁ ଭାରତର ଆଣବିକ ଶକ୍ତି କାର୍ଯ୍ୟକ୍ରମ ପ୍ରଭାବିତ ହୋଇପାରେ । 2014ରେ କ୍ରିମିଆକୁ ନେଇ ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବୃଦ୍ଧି ପାଇବା ପୂର୍ବରୁ ଭାରତ ଏବଂ ୟୁକ୍ରେନ ମୂଲ୍ୟ 3 ବିଲିୟନ ଡଲାରରୁ ଅଧିକ ଥିଲା । ଯଦିଓ ଏହା ସମୟ ସହିତ ଉନ୍ନତ ହୋଇଛି କିନ୍ତୁ ତଥାପି ଏହା ପୁରୁଣା ସ୍ତରରେ ପହଞ୍ଚି ନାହିଁ । ଯୁଦ୍ଧ ହେଲେ ଏହା ପୁଣି ଅସୁବିଧାରେ ପଡିପାରେ ବୋଲି ଆଶଙ୍କା କରାଯାଇଛି ।

  • ଭାରତୀୟ ସେୟାର ବଜାରରେ ହାହାକାର

ଏହି ୨ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ଭାରତୀୟ ସେୟାର ବଜାରକୁ କରିଛି ପ୍ରଭାବିତ । ଏସିଆ ବଜାର ଧରାଶାୟୀ ହୋଇପଡ଼ିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନସେକ୍ସ 2700 ଅଙ୍କ ତଳକୁ ଖସିଛି । ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି 800ରୁ ଅଧିକ ଅଙ୍କ ତଳକୁ ଖସିଛି । ଗୁରୁବାର ସକାଳ ସାଢେ ୯ଟା ପରେ BSE ସେନସେକ୍ସ ୧୩୯୯.୬୨ ବା ୨.୪୫ ପ୍ରତିଶତ ତଳକୁ ଖସିଛି ।

ଭୟଭୀତ ପ୍ରବାସୀ ଭାରତୀୟ
ଭୟଭୀତ ପ୍ରବାସୀ ଭାରତୀୟ
  • LAC ଉପରେ ପଡ଼ିବ ପ୍ରଭାବ !

ଋଷ ଏବଂ ୟୁକ୍ରେନ ମଧ୍ୟରେ ସାମରିକ କାର୍ଯ୍ୟର ପ୍ରଭାବ ଚୀନ ସହିତ LAC ଉପରେ ମଧ୍ୟ ଦେଖିବାକୁ ମିଳିବ । ଅନ୍ତର୍ଜାତୀୟ ସମ୍ପର୍କ ବିଶେଷଜ୍ଞଙ୍କ ଅନୁସାରେ ଚୀନ ସହିତ ଚାଲିଥିବା ବିବାଦ ମଧ୍ୟରେ ଚୀନ ଏଠାରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିପାରେ। ଯେହେତୁ ଆମେରିକାର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଋଷ ଉପରେ ରହିଛି, ଚୀନ ଏଠାରେ ଏକ ସୁଯୋଗ ମିଳିଛି । ଏଭଳି ପରିସ୍ଥିତିରେ ଚୀନ LAC ଉପରେ କିଛି ଆକ୍ରମଣ କରିବାର ସମ୍ଭାବନା ରହିଛି ।

ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଚୀନ ସ୍ପଷ୍ଟ ଭାବେ ଋଷ ସହିତ ଅଛି । ଏଭଳି ପରିସ୍ଥିତିରେ ଚୀନ ଋଷର ଅଧିକ ନିକଟତର ହେବ। ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ ଆନାଲିସିସ୍ (IDSA) ର ଆସୋସିଏଟ୍ ସ୍ବସ୍ତି ରାଓ କହିଛନ୍ତି ଯେ ଯେତେବେଳେ ବି ଏପରି ଏକ ଅନ୍ତର୍ଜାତୀୟ ଘଟଣା ଘଟେ, ଆମେରିକା ଏଥିରେ ଦୁର୍ବଳ ପ୍ରମାଣିତ ହୁଏ ଏବଂ ଚୀନ ଅଧିକ ଶକ୍ତିଶାଳୀ ହୁଏ । ଏହା ଭାରତ ପାଇଁ ଏକ କଷ୍ଟକର ପରିସ୍ଥିତି ବୋଲି ସେ କହିଛନ୍ତି ।

  • ଭୟଭୀତ ପ୍ରବାସୀ ଭାରତୀୟ

ୟୁକ୍ରେନର ଅନେକ ଅଞ୍ଚଳରେ ପ୍ରାୟ ୨୦ ହଜାରରୁ ଅଧିକ ଭାରତୀୟ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଦେଶର ଅନେକ ଛାତ୍ର ୟୁକ୍ରେନ ଯାଇ ମେଡ଼ିକାଲ ପଢିଥାନ୍ତି । ଯୁଦ୍ଧ ସମୟରେ ଏହି ଲୋକଙ୍କ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଭା ହୋଇଛି । ଭାରତ ଏହାର ନାଗରିକ ଏବଂ ଛାତ୍ରମାନଙ୍କୁ ଗତ ଫେବୃଆରୀ 22 ରେ ୟୁକ୍ରେନ ଛାଡିବାକୁ କହିଥିଲା । ନାଗରିକମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନରୁ ବାହାର କରିବା ପାଇଁ ଭାରତ ସରକାର ଉଦ୍ୟମ କରିଥିଲେ । ଏକ ଏୟାର ଇଣ୍ଡିଆ ବିମାନ ୟୁକ୍ରେନରୁ କିଛି ଭାରତୀୟ ଲୋକଙ୍କୁ ଆଣିଥିଲା । ହେଲେ ଏବେ ଯୁଦ୍ଧ ଆରମ୍ଭ ହେବା ପରେ ବିମାନ ସେବା ୟୁକ୍ରେନରେ ବନ୍ଦ ରହିଛି । ଫଳରେ ପ୍ରବାସୀ ଭାରତୀୟ ପ୍ରଭାବିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.