ETV Bharat / bharat

ପିଆଜ ଦର ବୃଦ୍ଧିଠୁ ବଳି ଗଲା ମନ୍ତ୍ରୀଙ୍କ ବୟାନ; ‘4ମାସ ପିଆଜ ନଖାଇଲେ ପଡିବନି ଫରକ’

author img

By

Published : Aug 22, 2023, 4:41 PM IST

ଗ୍ରାହକଙ୍କୁ ପିଆଜ ଦର ବୃଦ୍ଧି ବାଧୁଥିବାବେଳେ ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇଛି । 2ରୁ 4 ମାସ ପିଆଜ ନଖାଇଲେ କିଛି ଫରକ ପଡିବନି ବୋଲି କହିଛନ୍ତି ମହାରାଷ୍ଟ୍ର ପୂର୍ବତନ କୃଷି ମନ୍ତ୍ରୀ ଦାଦା ଭୁଷେ କହିଛନ୍ତି । ଅଧିକ ପଢନ୍ତୁ

ପିଆଜ ଦର ବୃଦ୍ଧିରୁ ବଳେଇ ଯାଉଛି ମନ୍ତ୍ରୀଙ୍କ ବୟାନ
Maharashtra minister on onion eating

ମୁମ୍ବାଇ: ଦେଶରେ ମହାଙ୍ଗା ମାଡ ଜାରି ରହିଛି । ଟମାଟୋ ପରେ ଏବେ ପିଆଜ ଦର ବୃଦ୍ଧି ଗ୍ରାହକଙ୍କୁ କନ୍ଧାଉଛି । ଟମାଟୋ ପରେ ପିଆଜ ଦର ରେକର୍ଡ ଭାଙ୍ଗୁଛି । ପିଆଜ କାଟିଲେ ଆଖିରୁ ପାଣି ବାହାରେ ଏବେ ଦର ଶୁଣି ମଧ୍ୟ ଗ୍ରାହକ କାନ୍ଦୁଛି । ଆଉ ଏହାରି ଭିତରେ ଦର ବୃଦ୍ଧି କଷ୍ଟରୁ ବଳି ଯାଉଛି ନେତା ମନ୍ତ୍ରୀଙ୍କ ବିବାଦୀୟ ବୟାନ । ମହାରାଷ୍ଟ୍ର ପୂର୍ବତନ କୃଷି ମନ୍ତ୍ରୀ ଦାଦା ଭୁଷେ ପିଆଜ ଖାଇବାକୁ ନେଇ କିଛି ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି 2ରୁ 4ମାସ ଲୋକ ପିଆଜ ନଖାଇଲେ କିଛି ବିଗିଡି ଯିବ ନାହିଁ । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ଦିନକୁ ଦିନ ଜରୁରୀ ସାମଗ୍ରୀର ଦରଦାମ୍‌ ବଢ଼ିବାରେ ଲାଗିଥିବା ବେଳେ ପନିପରିବା ଦାମ୍‌ ମଧ୍ୟ ଆକାଶ ଛୁଆଁ ରହିଛି । ବଜାରରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇବା ପରେ ଏବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତେବେ ଘରୋଇ ବଜାରରେ ପିଆଜର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ପିଆଜର ମୂଲ୍ୟକୁ କାବୁ କରିବା ପାଇଁ ସରକାର ପିଆଜ ରପ୍ତାନୀ ଉପରେ 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରିଛନ୍ତି ଚାଷୀ ଓ ବ୍ୟବସାୟୀ । ଏହାରି ଭିତରେ ନାସିକରେ ପୂର୍ବତନ ମନ୍ତ୍ରୀ ଦାଦା ଭୁଷେ ଲୋକଙ୍କୁ ଅଜବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ''ଯଦି ଦର ବୃଦ୍ଧି ଲୋକଙ୍କୁ ବାଧୁଛି ଏବଂ ପିଆଜ କିଣିବାକୁ ସକ୍ଷମ ନୁହନ୍ତି ତେବେ 2ରୁ4 ମାସ ପିଆଜ ଖାଇବା ବନ୍ଦ କରିଦିଅନ୍ତୁ । 2-4 ମାସ ପିଆଜ ନଖାଇଲେ କିଛି ଫରକ ପଡିବ ନାହିଁ ।''

ଏହା ବି ପଢନ୍ତୁ...ବୃଦ୍ଧି ପାଇବ ପିଆଜ ଦର ! 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇଲେ ସରକାର

ଏହା ବି ପଢନ୍ତୁ...Onion Price Hike: ସମ୍ବଲପୁରରେ ଅଚାନକ ବଢିଲା ପିଆଜ ଦର, ଛାନିଆ ଗ୍ରାହକ

ଦାଦା ଭୁଷେ ଆହୁରି କହିଛନ୍ତି, ''10 ଲକ୍ଷ ଟଙ୍କାର ଗାଡି କିଣୁଥିବା ବ୍ୟକ୍ତି 10ରୁ 20 ଟଙ୍କା ଅଧିକରେ ପିଆଜ କିଣିପାରିବେ । ଯେଉଁ ଲୋକ ପିଆଜ ନକିଣି ପାରିବେ ସେମାନଙ୍କୁ କିଛି ଫରକ ପଡିବ ନାହିଁ । ଖାଦ୍ୟ ସମାଗ୍ରୀ ଦରଦାମ ବୃଦ୍ଧି ହ୍ରାସ ଲାଗି ରହିଥାଏ । କେବେକେବେ ପିଆଡ କ୍ବଣ୍ଟାଲ ପିଛା 200 ହୋଇଥାଏ ତ କେବେ 2000 ହୋଇଥାଏ । ଏହା ଉପରେ ଆଲେଚନା କରାଯାଇ ଉପଯୁକ୍ତ ସମାଧାନ ବାଟ ବାହାର କରାଯିବ । '' ଅନ୍ୟପଟେ ମହାରାଷ୍ଟ୍ର ପିଡିବ୍ଲୁଡି ମନ୍ତ୍ରୀ ବୟାନ ଦେଇ କହିଛନ୍ତି ରପ୍ତାନୀ ଶୁକ୍ଳ ବୃଦ୍ଧି ଉଚିତ ସମନ୍ବୟ ସହିତ ନେବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.