ETV Bharat / bharat

DMK ସହ ସମ୍ପର୍କ ଛିନ୍ନ ନକଲେ କଂଗ୍ରେସକୁ ମଧ୍ୟ ହିନ୍ଦୁ ବିରୋଧୀ କହିବେ ଲୋକେ: ବିଶ୍ବଶର୍ମା

author img

By ETV Bharat Odisha Team

Published : Sep 3, 2023, 9:39 PM IST

ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନକୁ ନେଇ ସବୁଆଡୁ ସମାଲୋଚନା । ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଲେ, DMK ସହ ସମ୍ପର୍କ ଛିନ୍ନ ନକଲେ କଂଗ୍ରେସକୁ ମଧ୍ୟ ହିନ୍ଦୁ ବିରୋଧୀ କହିବେ ଲୋକେ । ଅଧିକ ପଢନ୍ତୁ

DMK ସହ ସମ୍ପର୍କ ଛିନ୍ନ ନକଲେ କଂଗ୍ରେସକୁ ମଧ୍ୟ ହିନ୍ଦୁ ବିରୋଧୀ କହିଲେ ଲୋକେ: ବିଶ୍ବଶର୍ମା
DMK ସହ ସମ୍ପର୍କ ଛିନ୍ନ ନକଲେ କଂଗ୍ରେସକୁ ମଧ୍ୟ ହିନ୍ଦୁ ବିରୋଧୀ କହିଲେ ଲୋକେ: ବିଶ୍ବଶର୍ମା

ଗୌହାଟୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପରେ ଏବେ ରାଜନୈତିକ ବୟାନବାଜୀ ଜୋର ହେବାରେ ଲାଗିଛି । ଜଣଙ୍କ ପରେ ଜଣେ ବରିଷ୍ଠ ବିଜେପି ନେତା ଡିଏମ୍‌କେ ଓ କଂଗ୍ରେସ ସମେତ ବିରୋଧୀ ମେଣ୍ଟକୁ ମଧ୍ୟ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ସାମିଲ ହୋଇଛନ୍ତି । ଏପରି ମନ୍ତବ୍ୟ ପରେ କଂଗ୍ରେସ ଯଦି ଡିଏମକେ ସହ ସମ୍ପର୍କ ଛିନ୍ନ ନକରେ ତେବେ ଲୋକେ କଂଗ୍ରେସ ଦଳ ମଧ୍ୟ ସନାତନ ଧର୍ମ ବିରୋଧୀ ବୋଲି ସ୍ପଷ୍ଟ ହୋଇଯିବା ନେଇ କହିଛନ୍ତି ବିଶ୍ବଶର୍ମା ।

  • #WATCH | On his remarks that 'Sanatana Dharma should be eradicated', Tamil Nadu Minister Udhayanidhi Stalin says, "I have already made my comment on social media..." pic.twitter.com/Umq8Fwffzv

    — ANI (@ANI) September 3, 2023 " class="align-text-top noRightClick twitterSection" data=" ">

ବିଶ୍ୱଶର୍ମା ଆଜି ପ୍ରେସମିଟ୍‌ କରି ଏହି ପ୍ରସଙ୍ଗରେ କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଛନ୍ତି । କହିଛନ୍ତି, "ମୁଁ ତାମିଲନାଡୁର ସେହି ମନ୍ତ୍ରୀଙ୍କୁ ନିନ୍ଦା କରିବାକୁ ଚାହୁଁନାହିଁ, କାରଣ ସେ ନିଜକୁ ପଦାରେ ପକାଇ ସାରିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ଏପରି ମନ୍ତବ୍ୟ ପରେ ମଧ୍ୟ କଂଗ୍ରେସ ଦଳ ଡିଏମକେ ସହ ମେଣ୍ଟ କରିବ କି ? ଯେଉଁମାନେ ସନାତନ ଧର୍ମକୁ ସମ୍ମାନ ଦିଅନ୍ତିନାହିଁ ସେମାନଙ୍କ ସହ କଂଗ୍ରେସ ସମ୍ପର୍କ ରଖିବ କି ? ତାହା ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରଶ୍ନ । ଯଦି ଏତେ ସବୁ ପରେ ମଧ୍ୟ କଂଗ୍ରେସ ଡିଏମ୍‌କେ ସହ ସମ୍ପର୍କ ଛିନ୍ନ ନକରି ଆଗକୁ ଜାରି ରଖେ, ତେବେ ଲୋକେ ଏହା ସ୍ପଷ୍ଟ ହୋଇଯିବେ ଯେ, କଂଗ୍ରେସ ଦଳ ମଧ୍ୟ ସନାତନ ଧର୍ମ ବିରୋଧୀ ।

ଅନ୍ୟପଟେ ବିବାଦ ଏବେ ଜାତୀୟ ସ୍ତରରେ ପହଞ୍ଚି ସାରିଲାଣି । ବିଜେପିର ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ସୋସିଆଲ ମିଡିଆ ମୁଖ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରସଙ୍ଗରେ ଡିଏମ୍‌କେ ଓ ‘ଇଣ୍ଡିଆ’ ମେଣ୍ଟକୁ ସମାଲୋଚନା କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପୁଣି ଉଦୟାନିଧିକଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଆଜି ଏହି ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନରେ ଉଦୟାନିଧି କହିଛନ୍ତି, ସେ ଯାହା ସ୍ପଷ୍ଟ କରିବା କଥା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କରିସାରିଛନ୍ତି ।

​ଏହା ମଧ୍ୟ ପଢନ୍ତୁ :- Udhayanidhi Stalin remark: INDIA ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିଛି କହିଲେ ଶାହ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ସିଧା ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଥିଲେ । ରାଜସ୍ଥାନରେ ଡୁଙ୍ଗରପୁରରେ ଦଳ ପକ୍ଷରୁ ଆୟୋଜିତ ‘ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା’କୁ ସମ୍ବୋଧିତ କରି ଶାହ ଏହି ପ୍ରସଙ୍ଗ ଉଠାଇଥିଲେ । କହିଥିଲେ ଏମାନେ ବାରମ୍ବାର ସନାତନ ଧର୍ମକୁ ଅପମାନିତ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.