ETV Bharat / bharat

ସପରିବାର ଟ୍ରେନ ଆଗକୁ ଡେଇଁଲେ ଅଟୋ ଡ୍ରାଇଭର, ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ

author img

By

Published : Nov 7, 2020, 6:41 PM IST

ସାମ୍ନାକୁ ଆସିଛି ଜଣେ ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା ପୂର୍ବର ଭାଇରାଲ ଭିଡିଓ। ପୋଲିସ ନିର୍ଯ୍ୟାତନା ପାଇଁ ଏଭଳି ନିଷ୍ପତ୍ତି ନେଉଥିବା କହିଲେ ଡ୍ରାଇଭର । ପଢନ୍ତୁ ଅଧିକ.....

ସ୍ତ୍ରୀ ଓ 2 ଛୁଆଙ୍କ ସହ ଟ୍ରେନ ଆଗତୁ ଡେଇଁଲେ ଅଟୋ ଡ୍ରାଇଭର,  ଆତ୍ମହତ୍ୟା ପୁର୍ବର ଭିଡିଓ ଭାଇରାଲ
ସ୍ତ୍ରୀ ଓ 2 ଛୁଆଙ୍କ ସହ ଟ୍ରେନ ଆଗତୁ ଡେଇଁଲେ ଅଟୋ ଡ୍ରାଇଭର, ଆତ୍ମହତ୍ୟା ପୁସ୍ତ୍ରୀ ଓ 2 ଛୁଆଙ୍କ ସହ ଟ୍ରେନ ଆଗତୁ ଡେଇଁଲେ ଅଟୋ ଡ୍ରାଇଭର, ଆତ୍ମହତ୍ୟା ପୁର୍ବର ଭିଡିଓ ଭାଇରାଲର୍ବର ଭିଡିଓ ଭାଇରାଲ

ଅମରାବତୀ: ସାମ୍ନାକୁ ଆସିଛି ଜଣେ ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା ପୂର୍ବର ଭାଇରାଲ ଭିଡିଓ । ଏମିତି ଘଟଣା ଦେଖିବାକୁ ମିଳିଛି ଆନ୍ଧପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର । ଅବଦ୍ଦୁଲ ସଲମାନ ନାମକ ଜଣେ ଅଟୋ ଡ୍ରାଇଭର ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ଆତ୍ମହତ୍ୟା କରବା ପୂର୍ବରୁ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏକ ଚୋରି ଘଟଣାରେ ପୋଲିସ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଯୋଗୁ ସେ ଏମିତି ଚରମ ନିଷ୍ପତ୍ତି ନେଇଥିବା ସେ ଅଭିଯୋଗ କରିଛନ୍ତି । ଭିଡିଓ ଜାରି ପରେ ସେ ପତ୍ନୀ ଓ ଦୁଇ ଛୁଆଙ୍କ ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ସାମ୍ନାକୁ ଆସିଛି ଜଣେ ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା ପୁର୍ବର ଭାଇରାଲ ଭିଡିଓ

ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେଉଁ କାରଣ ପାଇଁ ତାଙ୍କୁ ଏଭଳି ଚରମ ମିଷ୍ପତ୍ତି ନେବାକୁ ପଡିଲା ଓ ଅଭିଯୋଗ ଅନୁସାରେ ପୋଲିସର ଭୂମିକା କଣ ତାହା ତୁରନ୍ତ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁସାରେ ଅବଦ୍ଦୁଲ ଜଣେ ଅଟୋ ଡ୍ରାଇଭର ହୋଇଥିବା ବେଳେ ସେ ଚଳାଉଥିବା ଅଟୋରେ ଜଣେ ଯାତ୍ରୀ ଏକ ବ୍ୟାଗ ଛାଡିଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ 70 ହଜାର ଟଙ୍କା ଥିବା କହିଥିଲେ ସମ୍ପୃକ୍ତ ଯାତ୍ରୀ । ତେବେ ବ୍ୟାଗ ବାବଦରେ ସେ କିଛି ଜାଣିନଥିବା କହିବା ପରେ ମଧ୍ୟ ଏହି ମାମଲାରେ ପୋଲିସ ତାଙ୍କୁ ବାରମ୍ବାର ଥାନାକୁ ଡାକି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ଅବଦୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.