ETV Bharat / bharat

G-20 Summit: 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଲେ ମୋଦି, ମାନବ-କୈନ୍ଦ୍ରିକ ଆଭିମୁଖ୍ୟକୁ ଫୋକସ

author img

By ETV Bharat Odisha Team

Published : Sep 7, 2023, 3:38 PM IST

G-20 ସମ୍ମିଳନୀ ପୂର୍ବରୁ 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଡିପି-କେନ୍ଦ୍ରିକ ଦୃଷ୍ଟିକୋଣରୁ ନଜର ହଟାଇ ମାନବ-କେନ୍ଦ୍ରିକ ଆଭିମୁଖ୍ୟର ଲକ୍ଷ୍ୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

Human Centric Globalisation
ମାନବ କେନ୍ଦ୍ରିକ ଆଭିମୁଖ୍ୟକୁ ଫୋକସ

ନୂଆଦିଲ୍ଲୀ: G-20 ସମ୍ମିଳନୀ ପୂର୍ବରୁ 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ବସୁଧୈବ କୁଟୁମ୍ବକମ୍'ର ଅର୍ଥ ସାରା ବିଶ୍ବ ଗୋଟିଏ ପରିବାର ସଦୃଶ । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଗୋଟିଏ ପରିବାରର ଜଣେ ଜଣେ ସଦସ୍ୟ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା G-20 ସମ୍ମିଳନୀ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେବାକୁ ଥିବାବେଳେ ସମସ୍ତଙ୍କୁ ନିଜର ପରିବାର ବୋଲି ସମ୍ବୋଧନ କରିଛନ୍ତି ମୋଦି ।

  • The magnificent Nataraja statue at Bharat Mandapam brings to life aspects of our rich history and culture. As the world gathers for the G20 summit, it will stand as a testament to India's age-old artistry and traditions. https://t.co/uFEcx22jgi

    — Narendra Modi (@narendramodi) September 6, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଜାକର୍ତ୍ତା ଗସ୍ତ କରିଥିଲେ । ସେଠାରେ ଆୟୋଜିତ ହୋଇଥିବା 20ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ ସାରା ବିଶ୍ବ ସମ୍ମୁଖରେ ଭାରତର ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ, ଏହି ଭାବନା ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅଟେ । ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଆଜିର ଏହି ଆଲୋଚନା ମାଧ୍ୟମରେ ଭାରତ ଏବଂ ଏସିଆନ୍‌ ଅଞ୍ଚଳର ଭବିଷ୍ୟତକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଁ ନିଶ୍ଚିତ ।"

"ଆମର ପାରସ୍ପରିକ ସହଯୋଗରେ ନିରନ୍ତର ଅଗ୍ରଗତି ହେଉଛି । ମହାମାରୀକୁ ମାତ୍ ଦେଇ ବିଭିନ୍ନ ଦେଶରେ ସହଭାଗିତା ଯୋଗୁଁ ବିଶ୍ବର ଅଗ୍ରଗତି ହୋଇ ପାରିଛି। ସେହିପରି ଆମେ କେବଳ ଜିଡିପି-କୈନ୍ଦ୍ରିକ ଦୃଷ୍ଟିକୋଣରୁ ନଜର ହଟାଇ ମାନବ-କୈନ୍ଦ୍ରିକ ଦୃଷ୍ଟି ଆକର୍ଷଣ କରିବାର ଆବଶ୍ୟକତା ରହିଛି। ସେପରି ଯୋଗାଣ କ୍ଷେତ୍ରରେ 'ସପ୍ଲାଏ ଚେନ୍' ମଧ୍ୟ ବୃଦ୍ଧି ପାଇଛି" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ମଧ୍ୟ ବଖାଣିବା ସହ ସେ କହିଛନ୍ତି, "ପ୍ରାଚୀନ କାଳରୁ ପ୍ରକୃତି ଓ ପରିବେଶ ସହିତ ସୁସମ୍ପର୍କ ସ୍ଥାପନ ଦିଗରେ ଗୁରୁତ୍ବ ଦେଇ ଆସିଛି ଭାରତ । ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ ପରିବର୍ତ୍ତନରେ ସନ୍ତୁଳନ ରକ୍ଷା ଦିଗରେ କାର୍ଯ୍ୟ ପ୍ରତି ଆମର ଅବଦାନ ରହିଛି । 2015ରେ, ଆମେ ଅନ୍ତର୍ଜାତୀୟ ସୋଲାର ଆଲାଇନ୍ସ ଆରମ୍ଭ କରିଛୁ । ଯାହାକି ବର୍ତ୍ତମାନ ଦେଶର ଅର୍ଥନୀତିରେ ଲାଭଦାୟକ ହୋଇଛି ।"

ଏହା ବି ପଢନ୍ତୁ...20th ASEAN summit: ବିକାଶର କେନ୍ଦ୍ରସ୍ଥଳ ଏସିଆନ, ବଢିଛି ଭାରତ-ଏସିଆନ ସହଯୋଗ କହିଲେ ପ୍ରଧାନମନ୍ତ୍ରୀ

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି,"ଭାରତ ହେଉଛି ଅଭିବୃଦ୍ଧିଶୀଳ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର। ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ସଶକ୍ତ କରିପାରିଛି । ମହାକାଶଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥନୀତିଠାରୁ ଉଦ୍ୟୋଗୀ ପର୍ଯ୍ୟନ୍ତ ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗେଇ ଆସିଛନ୍ତି । ସେହିପରି ଦେଶରେ ମହିଳା ନେତୃତ୍ୱାଧୀନ ବିକାଶ ହୋଇଛି । ଅର୍ଥାତ ବିଭିନ୍ନ କ୍ଷେତ୍ରରେ ମହିଳା ନେତୃତ୍ବ ନେଉଛନ୍ତି । ଜି-20 ସମ୍ମିଳନୀର ଭାବରେ ଆମେ ବିଶ୍ବକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିପାରିବୁ ବୋଲି ଆଶା ରହିଛି । ଏଥିରେ ପ୍ରତ୍ୟେକ ଦେଶ ସହଯୋଗ କରୁଛନ୍ତି । ତେଣୁ ଆମର ପ୍ରତିଶ୍ରୁତି ଫଳାଫଳରେ ପରିଣତ ହୋଇପାରିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.