ETV Bharat / bharat

E-Census: ଗୃହମନ୍ତ୍ରୀଙ୍କ ସୂଚନା, ଆଗକୁ ହେବ ଇ-ଜନଗଣନା

author img

By

Published : May 10, 2022, 10:00 AM IST

ଆଗାମୀ ଜନଗଣନା ଇ-ଜନଗଣନା ହେବ । ହାଇଟେକନ୍ନୋଲୋଜି, ତ୍ରୁଟିବିହୀନ, ଏକାଧିକ ସାଧନକାରୀ ଜନଗଣନା ଆପ ଦ୍ବାରା ଜନ୍ମ ମୃତ୍ୟୁ, ପରିବାରର ଅର୍ଥିକ ସ୍ଥିତି ଭଳି ତମାମ ତଥ୍ୟ ଅପଡେଟ୍‌ କରାଯିବ । ଅଧିକ ପଢନ୍ତୁ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜନଗଣନା ଡିଜିଟାଲ ମାଧ୍ୟମରେ ହେବ । ଏହା ଯେମିତି 100 ପ୍ରତିଶତ ସଠିକ ହେବ, ସେଥିପାଇଁ ଏନଆରସିର ରାସ୍ତା ଖୋଲିବ ଇ-ଜନଗଣନା । ଜନ୍ମରୁ ନେଇ ମୃତ୍ୟୁ ସମସ୍ତ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ରହିବ । ଏ ନେଇ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଆସାମ ଗସ୍ତରେ ଥିବା ଗୃହମନ୍ତ୍ରୀ ଗୌହାଟୀର ଅମିନଗାଓଁରେ ଜନଗଣନା କାର୍ଯ୍ୟାଳୟ ଏବଂ ଏସଏସବି ଭବନର ଉଦଘାଟ କରିଛନ୍ତି ।

କାର୍ଯ୍ୟକ୍ରମରେ ସେ କହିଛନ୍ତି, ଏଥର ଇଲେକ୍ଟ୍ରୋନିକ ଉପାୟରେ ଜନଗଣନା କରାଯିବ । ଏହି ଆଧାରରେ ଏହା ଆଗାମୀ 25 ବର୍ଷ ପାଇଁ ଉଦ୍ଦିଷ୍ଟ ନୀତିଗୁଡିକୁ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । କାରଣ ଦେଶର ବିକାଶ ଏବଂ SC/ST ସ୍ଥିତି କିଭଳି ରହିଛି ତାହା ଜଣଗଣନା ହିଁ ବତାଇ ପାରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେ ଆହୁରି କହିଛନ୍ତି କୋରୋନା କୋପ କମିବା କ୍ଷଣି ଦେଶବ୍ୟାପୀ ଡିଜିଟାଲ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । 2024 ପୂର୍ବରୁ ଡିଜିଟାଲ ଜନଗଣନା ପୂରା କରାଯିବ । ମୋଦି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ।

ମନ୍ତ୍ରଣାଳୟ ଏକ ସ୍ବତନ୍ତ୍ର ସଫ୍ଟୱାର ପ୍ରସ୍ତୁତ କରିଛି । ହାଇଟେକନ୍ନୋଲୋଜି, ତ୍ରୁଟିବିହୀନ, ଏକାଧିକ ସାଧନକାରୀ ଜନଗଣନା ଆପ ଦ୍ବାରା ଜନ୍ମ ମୃତ୍ୟୁ, ପରିବାରର ଅର୍ଥିକ ସ୍ଥିତି ଭଳି ତମାମ ତଥ୍ୟ ଅପଡେଟ୍‌ କରାଯିବ । ଏହା ଦ୍ବାରା ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.