ETV Bharat / bharat

No Confidence Motion: ଜବାବ ବେଳେ ସଂସଦରେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଶାହ

author img

By

Published : Aug 9, 2023, 7:51 PM IST

ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି । ଶାହ କହିଛନ୍ତି, "ଅଟଳଙ୍କ ବିରୋଧରେ 1999ରେ ବିରୋଧୀ ଅନାସ୍ଥା ଆଣିଥିଲେ । ସରକାର ଗୋଟିଏ ଭୋଟରେ ଭାଙ୍ଗିଯାଇଥିଲା ।" କାରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ଗିରିଧର ଗମାଙ୍ଗ ଭୋଟ ଦେବାକୁ ଆସିଥିଲେ । ଗିରିଧର ମୁଖ୍ୟମନ୍ତ୍ରୀ ହେବା ସତ୍ବେ ସାଂସଦ ପଦରୁ ଇସ୍ତଫା ଦେଇନଥିଲେ । ଅଧିକ ପଢନ୍ତୁ

ଜବାବ ବେଳେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ସଂସଦରେ ଶାହ
ଜବାବ ବେଳେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ସଂସଦରେ ଶାହ

ଜବାବ ବେଳେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ସଂସଦରେ ଶାହ

ନୂଆଦିଲ୍ଲୀ: "କେବଳ ଭ୍ରାନ୍ତ ଧାରଣା ସୃଷ୍ଟି ପାଇଁ ବିରୋଧୀ ଅବିଶ୍ବାସ ପ୍ରସ୍ତାବ ଆଣିଛନ୍ତି । ସରକାର ପ୍ରତି ନା ଜନତାଙ୍କ ଅବିଶ୍ବାସ ଅଛି । ନା ସଂସଦର । ସରକାର ଦେଶର ଗରିବଙ୍କ ପାଇଁ ସମର୍ପିତ । ସରକାର ପୁରା ଦେଶର ବିକାଶ ପାଇଁ ବଦ୍ଧପରିକର । ଆମେ ପ୍ରତିଶୋଧର ରାଜନୀତି କରୁନାହୁଁ । ଆମେ ସିଦ୍ଧାନ୍ତମୂଳକ ରାଜନୀତି କରୁଛୁ । ଆମ ବିଚାରଧାରାରୁ କେବେ ବିଚ୍ୟୁତ ହୋଇନାହୁଁ । କଂଗ୍ରେସ ପରି ଆମେ କ୍ଷମତା ପାଇଁ କେବେ ଅସାମ୍ବିଧାନିକ କାର୍ଯ୍ୟ କରି ନାହୁଁ । ଯେଉଁଥି ପାଇଁ 1999ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବଳିଦାନ ଦେଇଥିଲା ।" ଆଜି ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଏହାବି ପଢନ୍ତୁ- No Confidence Motion: ସ୍ମୃତି ଇରାନୀ କହିଲେ ବଂଶବାଦ ନୁହେଁ ଯୋଗ୍ୟତାକୁ ବିଶ୍ବାସ କରେ ଦେଶ

ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି । ଶାହ କହିଛନ୍ତି, "ଅଟଳଙ୍କ ବିରୋଧରେ 1999ରେ ବିରୋଧୀ ଅନାସ୍ଥା ଆଣିଥିଲେ । ସରକାର ଗୋଟିଏ ଭୋଟରେ ଭାଙ୍ଗିଯାଇଥିଲା । କାରଣ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ଗିରିଧର ଗମାଙ୍ଗ ଭୋଟ ଦେବାକୁ ଆସିଥିଲେ । ଗିରିଧର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ସାଂସଦ ପଦରୁ ଇସ୍ତଫା ଦେଇନଥିଲେ । କିନ୍ତୁ ସାମ୍ବିଧାନିକ ଦୃଷ୍ଟିର ସଂସଦର ଗାରିମାକୁ ରକ୍ଷା କରି ବାଚସ୍ପତି ଗମାଙ୍ଗଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ । ଫଳରେ ବାଜପେୟୀଙ୍କ ସରକାରର ପତନ ହୋଇଥିଲା । କିନ୍ତୁ ଆମେ କୌଣସି ଆପତ୍ତି କରିନଥିଲୁ । ଏହା ପରେପରେ ଦେଶର ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନରେ ଏନଡିଏ ବିଜୟୀ ହେବା ସହ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ ।

ବିତର୍କ ବେଳେ ବିଭିନ୍ନ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଉଲ୍ଲେଖ କରି ଗୃହମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଥିଲେ । ଏହାସହ କଂଗ୍ରେସ କିଭଳି ବିଭିନ୍ନ ସରକାରକୁ ସଙ୍କଟରେ ପକାଇଛି ତାର ଉଦାହରଣ ଦେଇ ବିରୋଧୀଙ୍କୁ କଡ଼ା ପ୍ରହାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.