ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ, କହିଲେ କୋର୍ଟରେ ଦେଖା ହେବା

author img

By

Published : Apr 9, 2023, 8:02 AM IST

ରାହୁଲ ଗାନ୍ଧୀଙ୍କ ଟ୍ବିଟର ପାଲଟା ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । କହିଲେ କୋର୍ଟରେ ଦେଖା ହେବା । ଅଧିକ ପଢନ୍ତୁ

rahul gandhi adani tweet
rahul gandhi adani tweet

ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଥମୁନି ଗୌତମ ଆଦାନୀଙ୍କ ବିବାଦ । ଏହାରି ଭିତରେ ଟ୍ବିଟର ଓ୍ବାର ଆରମ୍ଭ ହୋଇଯାଇଛି । ରାହୁଲ ଗାନ୍ଧୀ ଆଦାନୀଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମକୁ ଯୋଡି ତାତ୍ସଲ୍ୟ କରିଥିବା ବେଳେ ଏହାର ପାଲଟା ଜବାବ ଦେଇଛନ୍ତି ବିଶ୍ବଶର୍ମା । ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଟ୍ବିଟର ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀ ଆଦାନୀଙ୍କ ସହ ଗୁଲାମ ନବୀ ଆଜାଦ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରେଡ୍ଡୀ, ଅନିଲ ଆଣ୍ଟୋନୀଙ୍କ ନାମକୁ ଯୋଡି ତାତ୍ସଲ୍ୟ କରି ଏକ ଟ୍ବିଟ କରିଥିଲେ ।

  • It was our decency to have never asked you, on where have you concealed the proceeds of crime from the Bofors and National Herald Scams.

    And how you allowed Ottavio
    Quattrocchi to escape the clutches of Indian justice multiple times .
    Any way we will meet in the Court of Law https://t.co/a9RGErUN1A

    — Himanta Biswa Sarma (@himantabiswa) April 8, 2023 " class="align-text-top noRightClick twitterSection" data=" ">

ରାହୁଲ ଗାନ୍ଧୀ ଗୌତମ ଆଦାନୀଙ୍କ ସହ ଏମାନଙ୍କ ନାମକୁ ଯୋଡି ଟ୍ବିଟ କରି କହିଥିଲେ, " ସତ ଲୁଚାଉଛନ୍ତି, ତେଣୁ ପ୍ରତିଦିନ ଭୂଆଁ ବୁଲାଉଛନ୍ତି । ଆଦାନୀଙ୍କ କମ୍ପାନୀରେ ବିନିଯୋଗ ୨୦ ହଜାର କୋଟି ବେନାମୀ ଟଙ୍କା କାହାର? ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଟ୍ବିଟ୍ କରି କଂଗ୍ରେସ ନେତାଙ୍କୁ ପାଲଟା ଜବାବ ଦେଇଛନ୍ତି । ବିଶ୍ବଶର୍ମା ଟ୍ବିଟ୍ କରି କହିଛନ୍ତି, " ଏହା ଆମର ଶାଳିନତା ଯେ, ବୋଫର୍ସ ଏବଂ ନ୍ୟାସନାଲ ହେରାଲ୍ଡ ଘୋଟାଲାରୁ କମାଇଥିବା ଆୟକୁ କେଉଁଠି ଲୁଚାଇଛନ୍ତି ବୋଲି ଆପଣଙ୍କୁ ଆଜି ଯାଏଁ ପଚାରିନୁ । ଓତାଓ୍ବିୟୋ କ୍ବାତ୍ରୋଚୀ ଅନେକ ଥର ଭାରତୀୟ ଆଇନ ପଞ୍ଝାରୁ କେମିତି ବଞ୍ଚିଗଲେ ? କେମିତି ଆପଣ ତାକୁ ଅନୁମତି ଦେଇଥିଲେ? ଆମେ ଏବେ କୋର୍ଟରେ ଦେଖା ହେବା ।"

ଏହା ମଧ୍ୟ ପଢନ୍ତୁ: Karnataka Assembly Poll: ପଦ୍ମଫୁଲ ଆକୃତିର ଏୟାରପୋର୍ଟ ଟର୍ମିନାଲ ଘୋଡ଼ାଇବାକୁ ଦାବି କଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ: Dangerous Love: ପ୍ରେମକୁ ବିରୋଧ କଲେ ପ୍ରେମିକା ପରିବାର, ବାପା ମାଆ ଓ ଭଉଣୀକୁ ହାଣିଲା ପ୍ରେମିକ

ହିମନ୍ତ ବିଶ୍ବଶର୍ମାଙ୍କ ଟ୍ୱିଟରେ ରିପ୍ଲାଏ ଦେଇ ତାଙ୍କ କ୍ୟାବିନେଟ ସହକର୍ମୀ ଅଶୋକ ସିଙ୍ଗଲ କହିଛନ୍ତି, " ଜଣଙ୍କ ନାଁରେ ମିଥ୍ୟା ଅଭିଯୋଗ କରିବା, କୋର୍ଟଙ୍କୁ ପରାମର୍ଶ ଦେବା, କ୍ଷମା ପ୍ରାର୍ଥନା କରିବା, ଆଗାମୀ ନିର୍ବାଚନ ହାରିଯିବା ଏହି କଥା ସବୁ ରାହୁଲ ଗାନ୍ଧୀଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲାଣି । "

ପ୍ରକାଶଥାଉ କି, ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀଙ୍କ ଅଡୁଆ ବଢିବାରେ ଲାଗିଛି । ଏହାପର ଠାରୁ ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ଗତକାଲି(ଶନିବାର) ସେ ଅନେକ ରାଜନେତାଙ୍କୁ କଟାକ୍ଷ କରି ଟ୍ବିଟ୍ କରିଥିଲେ । ଆଦାନୀଙ୍କ କମ୍ପାନୀରେ ବିନିଯୋଗ ହୋଇଥିବା ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରି ତେରଛା ବାଣ ମାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.