ETV Bharat / bharat

Delhi Liquor Scam: କାଲି ୭ଘଣ୍ଟା ପତ୍ନୀଙ୍କୁ ସାକ୍ଷାତ କରିବେ ସିସୋଦିଆ

author img

By

Published : Jun 2, 2023, 8:48 PM IST

ଆସନ୍ତାକାଲି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟିପାରିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ନୀତି ଦୁର୍ନୀତି ମାମଲାରେ ରହିଛନ୍ତି ଜେଲରେ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜାମିନ ଲାଗି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ସିସୋଦିଆ । ଶୁକ୍ରବାର ଏହି ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଦିନେଶ କୁମାର ଶର୍ମା । ସିସୋଦିଆ ଶନିବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ତେବେ ପୋଲିସ ହେପାଜତରେ ତାଙ୍କୁ ପତ୍ନୀଙ୍କୁ ଭେଟିବା ଲାଗି ନିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ଏହି ମାମଲାର ଶୁଣାଣି ସମୟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ପତ୍ନୀଙ୍କୁ ଭେଟିବା ସମୟରେ ସେ ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଇପାରିବେ ନାହିଁ । ନିଜ ପରିବାର ବ୍ୟତୀତ ଆଉ କାହାକୁ ଭେଟିପାରିବେ ନାହିଁ । ଏହି ସମୟରେ ଫୋନ କିମ୍ବା ଇଣ୍ଟରନେଟର ମଧ୍ୟ ବ୍ୟବହାର କରିପାରିବେ ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହି ଜାମିନ ଉପରେ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଜଷ୍ଟିସ ଡିକେ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସିବିଆଇ ଅନ୍ତରୀଣ ଜାମିନ ମାମଲାରେ ଜୁଲାଇ ୪ ତାରିଖରେ ଶୁଣାଣି ହେବ ବୋଲି ତାରିଖ ଘୋଷଣା କରିଛନ୍ତି କୋର୍ଟ ।

ଏହା ବି ପଢନ୍ତୁ- Delhi Ordinance Row: 'କଂଗ୍ରେସ ନିଷ୍ପତ୍ତି ନେଉ ଦଳ ଗଣତନ୍ତ୍ର ସହ ନା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି'

ଏହି ମାମଲାର ଶୁଣାଣି ସମୟରେ ସିସୋଦିଆଙ୍କୁ ଅନ୍ତରୀଣ ଜାମିନ ଦେବାକୁ ଇଡି ବିରୋଧ କରିଥିଲା । ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଏସବି ରାଜୁ କହିଥିଲେ ଯେ ସିସୋଦିଆ ମନ୍ତ୍ରୀ ପଦରେ ଥିବା ସମୟରେ ୧୮ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ । ତେବେ ସେତେବେଳେ ପତ୍ନୀଙ୍କୁ ଭେଟିବା ଲାଗି ତାଙ୍କ ପାଖରେ ସମୟ ନଥିଲା କି ? ସେ ଜାମିନ ପାଇଁ ଏହାକୁ କେବଳ ଆଧାର ବନାଇଥିବା କହିଥିଲେ ଏସବି ରାଜୁ । ଏସଏସଜି ଆହୁରି କହିଥିଲେ ଯେ ଗତ ୪ ଦିନ ପୂର୍ବରୁ ସିସୋଦିଆ ନିଜର ଜାମିନ ଆବେଦନକୁ ପ୍ରତ୍ୟାହାର କରିଥିଲେ । ତେବେ ସେ ପୁଣି ଏପରି ଆବେଦନ ଆଣିଛନ୍ତି ।

ତାଙ୍କ ପତ୍ନୀଙ୍କ ସ୍ଥିତିରେ ସେପରି କୌଣସି ପରିବର୍ତ୍ତନ ଆସିନାହିଁ । ତାଙ୍କର କେବଳ କସମେଟିକ ପରିବର୍ତ୍ତନ ହୋଇଛି । ତେବେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ପତ୍ନୀଙ୍କୁ ୭ ଘଣ୍ଟା ପର୍ଯ୍ୟନ୍ତ ସାକ୍ଷାତ କରିବା ଲାଗି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସୂଚନା ଥାଉ କି ସିସୋଦିଆ ଇଡି ଓ ସିବିଆଇ ମାମଲା ବିରୋଧରେ ଜାମିନ ଆବେଦନ କରିଥିଲେ । ସେ ପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ଜାମିନ ଆବେଦନ କରିଥିବା ଉଲ୍ଲେଖ କରିଥିଲେ । ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୋହିତ ମାଥୁର ଜାମିନ ନେଇ ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.