ETV Bharat / bharat

Gyanvapi complex case: 18ରେ ଆହ୍ଲାବାଦ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

author img

By ETV Bharat Odisha Team

Published : Sep 12, 2023, 6:24 PM IST

ଜ୍ଞାନବ୍ୟାପୀ ମସଜିଦ ମାମଲାର ପରବର୍ତ୍ତୀ ଶୁଣାଣି 18 ତାରିଖରେ । ଆଜି ଶୁଣାଣିରେ ତର୍କ ରଖିଲେ ସମସ୍ତ ପକ୍ଷ । ଅଧିକ ପଢନ୍ତୁ

Gyanvapi complex case: 18ରେ ଆହ୍ଲାବାଦ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି
Gyanvapi complex case: 18ରେ ଆହ୍ଲାବାଦ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ 18 ତାରିଖରେ କରିବେ ଆହ୍ଲାବାଦ ହାଇକୋର୍ଟ । ବାରାଣାସୀ ସ୍ଥିତି ଏହି ମସଜିଦର ମାଲିକାନା ଓ ଏଥିରେ ଭାରତୀୟ ପ୍ରତ୍ନତାତ୍ବିକ ସଂସ୍ଥା (ASI) ଦ୍ବାରା ବିଜ୍ଞାନଭିତ୍ତିକ ସର୍ଭେ କରାଇବାକୁ ମିଳିଥିବା ଅନୁମତିକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ହେବ । ଆଜି (ମଙ୍ଗଳବାର) ଏହି ମାମଲାର ଶୁଣାଣି ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରିତିନକର ଦିବାକରଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ଆବେଦନ ମୁସଲିମ ପକ୍ଷ ଇନ୍ତିଜାମିଆ କିମିଟି ଓ ସୁନ୍ନି ଓ୍ବାକଅଫ ବୋର୍ଡ ଦ୍ବାରା କରାଯାଇଥିଲା । ଆଜି ଶୁଣାଣିରେ ଉଭୟ ମୁସଲିମ ଓ ହିନ୍ଦୁ ପକ୍ଷ ତର୍କ ରଖିଥିଲେ । ପରବର୍ତ୍ତୀ ଶୁଣାଣି 18 ତାରିଖରେ ହେବାକୁ ଯାଉଛି ।

ପୂର୍ବରୁ ମଧ୍ୟ ଏହି ଏଏସଆଇ ସର୍ଭେକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହେଲେ ଏଥିରେ କିଛି ସୁଫଳ ପାଇନଥିଲେ ମୁସଲିମ ପକ୍ଷ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ମାସରେ ଆହ୍ଲାବାଦ ହାଇକୋର୍ଟ ଏହି ବିଜ୍ଞାନଭିତ୍ତିକ ସର୍ଭେକୁ ଅନୁମତି ଦେଇଥିଲେ । ଏବେ ବାରାଣାସୀର ଏକ ସ୍ଥାନୀୟ କୋର୍ଟ ଏଏସଆଇକୁ ସର୍ଭେ ଶେଷ କରି ରିପୋର୍ଟ ଦାଖଲ କରିବା ପାଇଁ ଅତିରିକ୍ତ 4 ସପ୍ତାହ ସମୟ ପ୍ରଦାନ କରିଛନ୍ତି । ଏବେ ଏହି ମାମଲାର ଶୁଣାଣି 18 ତାରିଖରେ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :-Nuh violence: ଗୋରକ୍ଷକ ମୋନୁ ମାନେଶ୍ବର ଗିରଫ

ଅଗଷ୍ଟ ମାସ ପ୍ରାରମ୍ଭରେ ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ନେଇ ଅନୁମତି ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ଦାଖଲ କରିଥିବା ପିଟିସନକୁ ଖାରଜ କରିଦେଇଥିଲେ କୋର୍ଟ । ଏହା ପରେ ଚଳିତମାସ 4 ତାରିଖରୁ ଏଏସଆଇ ସର୍ଭେ ଜାରି ରଖିଛି । 17ଦଶ ଶତାବ୍ଦୀରେ ନିର୍ମିତ ଏହି ମସଜିଦ ଏକ ହିନ୍ଦୁ ମନ୍ଦିରର ମୂଳ ଢାଞ୍ଚା ଉପରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ସର୍ଭେ ହେଲେ ଏହି ମସଜିଦ କମ୍ପଲେକ୍ସର ଢାଞ୍ଚା କ୍ଷତିଗ୍ରସ୍ତ ହୋଇପାରେ ବୋଲି ଆଶଙ୍କା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମୁସଲିମ ପକ୍ଷ । ବାରାଣାସୀ କୋର୍ଟଙ୍କ ସର୍ଭେ ଅନୁମତି ଉପରେ ରୋକ ଲଗାଇବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିବା ସହ ମାମଲାର ପୁନର୍ବିଚାର ଆହ୍ଲାବାଦ ହାଇକୋର୍ଟ କରିବେ ବୋଲି କହିଥିଲେ । ଏବେ ଏହି ବହୁଚର୍ଚ୍ଚିତ ମାମଲା ପରେ ମଥୁରା ସ୍ଥିତ କ୍ରିଷ୍ଣ ଜନ୍ମଭୂମି ମାମଲା ମଧ୍ୟ କୋର୍ଟରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.