ETV Bharat / bharat

Nuh violence: ଗୋରକ୍ଷକ ମୋନୁ ମାନେଶ୍ବର ଗିରଫ

author img

By ETV Bharat Odisha Team

Published : Sep 12, 2023, 5:16 PM IST

ହରିୟାଣା ନୁହଁ ହିଂସା ମାମଲାର ଅନ୍ୟତମ ଅଭିଯୁକ୍ତ ଗୋରକ୍ଷକ ମୋନୁ ମାନେଶ୍ବର ଗିରଫ । ଭିଓ୍ବାନୀ ଗୋଚାଲାଣ ଡବଲ ମର୍ଡର ମାମଲାରେ ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗ । ଅଧିକ ପଢନ୍ତୁ

ଗୋରକ୍ଷକ ମୋନୁ ମାନେଶ୍ବର ଗିରଫ
ଗୋରକ୍ଷକ ମୋନୁ ମାନେଶ୍ବର ଗିରଫ

ଚଣ୍ଡିଗଡ: ହରିୟାଣା ନୁହଁ ହିଂସା ମାମଲାରେ ଗିରଫ ହେଲେ ଗୋରକ୍ଷକ ମୋନୁ ମାନେଶ୍ବର । ଆଜି ପୋଲିସ ମୋନୁଙ୍କୁ ଗିରଫ କରିଛି । ନୁହଁ ହିଂସା ଘଟଣାରେ ମୋନୁର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଫେବୃଆରୀ ମାସରେ ହରିୟାଣାର ଭିଓ୍ବାନୀ ଜିଲ୍ଲାରେ ଗୋଚାଲାଣ ଅଭିଯୋଗରେ ରାଜସ୍ଥାନର ଦୁଇ ମୁସଲିମ ଯୁବକଙ୍କୁ ଗାଡି ଭିତରେ ଜାଳି ହତ୍ୟା କରାଯାଇଥିଲା । ଏହି ଡବଲ ମର୍ଡର ମାମଲାରେ ମଧ୍ୟ ମୋନୁ ଓ ତାର ସହଯୋଗୀ ସମ୍ପୃକ୍ତ ଥିବା ଅଭିଯୋଗ ରହିଥିଲା । ଏହି ଡବଲ ମର୍ଡର ମାମଲାରେ ତାଙ୍କୁ ହରିୟାଣା ପୋଲିସ ରାଜସ୍ଥାନ ପୋଲିସକୁ ହସ୍ତାନ୍ତର କରିପାରେ ।

ଜୁଲାଇ ମାସରେ ହରିୟାଣା ନୁହଁ ଜିଲ୍ଲାରେ ଧାର୍ମିକ ଶୋଭାଯାତ୍ରା ବେଳେ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏଥିରେ 2 ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଫବୃଆରୀ 17 ତାରିଖରେ ହରିୟାଣା ଭିଓ୍ବାନୀ ଜିଲ୍ଲାରେ ଗୋତସ୍କରୀ ଅଭିଯୋଗରେ ରାଜସ୍ଥାନର ଦୁଇଜଣ ମୁସଲିମ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଦୁଇ ମୃତକ ଥିଲେ 25 ବର୍ଷୀୟ ନାସିର ଓ 53 ବର୍ଷୀୟ ଜୁନେଦ । ଉଭୟ ମୃତକ ରାଜସ୍ଥାନର ଭରତପୁର ଜିଲ୍ଲାର ବାସିନ୍ଦା । ଉଭୟଙ୍କ ମୃତଦେହ ହରିୟାଣାର ଲୋହାରୁରେ ଏକ ଜାଳି ଦିଆଯାଇଥିବା କାରରୁ ଉଦ୍ଧାର କରାଯାଇଥିଲା । ଏହି ହତ୍ୟାକାଣ୍ଡ ଗୋଚାଲାଣ ଅଭିଯୋଗରେ ହୋଇଥିବା, ଏଥିରେ ମୋନୁ ମାନେଶ୍ବର ଓ ତାର ଏକାଧିକ ସହଯୋଗୀ ସାମିଲ ଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ:- ମହାଶୟ ! ବିବାହ ବୟସ ଗଡ଼ିଲାଣି, ଝିଅ ଦେଖିବା ପାଇଁ ଛୁଟି ଦିଅନ୍ତୁ

ହରିୟାଣାର ନୁହ ଜିଲ୍ଲାରେ ଜୁଲାଇ ମାସରେ ହିନ୍ଦୁ ସଂଗଠନ ଶୋଭାଯାତ୍ରା ବେଳେ ହୋଇଥିବା ବ୍ୟାପକ ହିଂସା ନେଇ ଦିଲ୍ଲୀରେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ । ହିଂସା ଓ ଉତ୍ତେଜନା ଆଶଙ୍କାରେ ଶୋଭାଯାତ୍ରାକୁ ବାରଣ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ମଧ୍ୟ ଦାଏର ହୋଇଥିଲା । ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ କୌଣସି ହିଂସା ଯେପରି ନଘଟେ, ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ହିଂସାରେ ଆତଙ୍କୀ ଲିଙ୍କ୍‌ ଥିବା ଅଭିଯୋଗରେ ହିନ୍ଦୁ ସଂଗଠନ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଥିଲେ । ମାମଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଶତାଧିକ ଗିରଫଦାରୀ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.