ETV Bharat / bharat

Guinness World Record: ଚୀନ ବିଶ୍ୱରେକର୍ଡ ଭାଙ୍ଗିଲା ଭାରତ, ୫୦ମିନିଟରେ ତିଆରି କଲା ରୋବର୍ଟ

author img

By

Published : Jan 23, 2023, 10:27 PM IST

ଆଗ୍ରୋ ରୋବର୍ଟ ନିର୍ମାଣ କରି ଚୀନର ରେକର୍ଡ ଭାଙ୍ଗିଲେ ଭାରତର କୁନି କୁନି ପିଲା । ୫୦ ମିନିଟ ବ୍ୟବଧାନ ମଧ୍ୟରେ ରୋବର୍ଟ ତିଆରି କରି ଏହି ସଫଳତା ହାତେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

Guinness World Record: ଚୀନ ବିଶ୍ବରେକର୍ଡ ଭାଙ୍ଗିଲା ଭାରତ, ୫୦ମିନିଟରେ ତିଆରି କଲା ରୋବଟ୍‌

ଭୋପାଳ: ଚୀନର ବିଶ୍ବରେକର୍ଡ ଭାଙ୍ଗିଲା ଭାରତ । ୫୦ ମିନିଟରେ ଆଗ୍ରୋ ରୋବର୍ଟ ତିଆରି କରି ଗିନିଜ ବୁକ୍‌ ଅଫ ରେକର୍ଡରେ ନିଜ ସ୍ଥାନ ପକ୍କା କରିଛନ୍ତି ଭାରତର କୁନି କୁନି ଛାତ୍ର । ପ୍ରାୟ ୧୪୮୨୪ ପିଲାମାନେ ମିଶି ଏହି ରୋବର୍ଟ ତିଆରି କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମେ ହଙ୍ଗକଙ୍ଗ ଏହି ବିଶ୍ବ ରେକର୍ଡ ହାତେଇ ଥିଲା । ଏହି ରେକର୍ଡରେ ଭାରତ ସହିତ ମଧ୍ୟପ୍ରଦେଶର ନାମ ଯୋଡ଼ି ହୋଇଛି । ଆଗ୍ରୋ ରୋବଟ୍ସକୁ ତିଆରି କରିବା ପାଇଁ ଭୋପାଳର ମୈନିଟରେ ଚାଲିଥିବା ବିଜ୍ଞାନ ମହୋତ୍ସବରେ ୧୬୦୦ ଛାତ୍ର ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୪୮୪ ଏହି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

ସମସ୍ତଙ୍କୁ ଗୋଟିଏ ଲେଖାଏଁ ରୋବର୍ଟ ଦିଆଯାଇଥିଲା । ଏଥିପାଇଁ ୫୦ ମିନିଟର ଏକ ସମୟ ସ୍ଥିର କରାଯାଇଥିଲା ଏବଂ ଛାତ୍ରମାନଙ୍କୁ ଏହା ଭିତରେ ଏହି ରୋବର୍ଟ ସଂପୂର୍ଣ୍ଣ କରିବାକୁ କୁହାଯାଇଥିଲା । ଅନେକ ଛାତ୍ର କେବଳ ୧୫ ମିନିଟରେ ଏହାକୁ ତିଆରି କରିବାରେ ସକ୍ଷମ ହୋଇଥିଲେ । ଏହି ବିଜ୍ଞାନ ମହୋତ୍ସବରେ ଅଂଶଗ୍ରହଣ କରିଥିବା ମୟୂରୀ ଦତ୍ତ କହିଛନ୍ତି ଯେ ପୂର୍ବରୁ ହଙ୍ଗକଙ୍ଗ ନାମରେ ଏହି ରେକର୍ଡ ରହିଥିଲା । ଏଠାରେ ୨୭୦ ଛାତ୍ରଛାତ୍ରୀ ଏହି ରେକର୍ଡ ସୃଷ୍ଟି କରିଥିଲେ । ହେଲେ ଭୋପାଳରେ ୧୪୮୪ଜଣ ଛାତ୍ରଛାତ୍ରୀ ଏପରି ରୋବର୍ଟ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଏହି ରୋବର୍ଟକୁ ୪ଭାଗରେ ବିଭକ୍ତ କରାଯାଇଥିଲା । ଏହି ରୋବଟ୍‌ ମାଟି ଖୋଳିବା ଭଳି ଅନେକ କାର୍ଯ୍ୟ କରୁଥିଲା ।

ଏହା ବି ପଢନ୍ତୁ- ସ୍ପାଇସଜେଟରେ ମୁହାଁମୁହିଁ ହେଲେ ଦୁଇ ଯାତ୍ରୀ, ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କଲା ଏୟାରଲାଇନ୍ସ

ଏହି ରୋବର୍ଟକୁ ତିଆରି କରିବା ଲାଗି ଅଂଶଗ୍ରହଣକାରୀଙ୍କୁ ଅଧିକ ସମୟ ଲାଗିନଥିଲା । ସେମାନେ ଏପରି ରୋବର୍ଟ ତିଆରି କରି ବେଶ ଖୁସିଥିବା କହିଛନ୍ତି । ଚୀନର ରେକର୍ଡ ଭାଙ୍ଗିଥିବାରୁ ଅଂଶଗ୍ରହଣକାରୀ ଓ ସେମାନଙ୍କ ନେତୃତ୍ବ ନେଉଥିବା ଶିକ୍ଷକ ବେଶ ଖୁସିଥିବା କହିଛନ୍ତି । ଚୀନର ରେକର୍ଡ ଭାଙ୍ଗିବା ପରେ ସେମାନଙ୍କ ମଧ୍ୟରେ ଦେଶପ୍ରେମଭାବ ଜାଗ୍ରତ ହୋଇଥିଲା । ଅନେକ ଉତ୍ସାହିତ ମଧ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ବିଶ୍ବରେକର୍ଡ ପାଇଁ ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରମାନେ ମନୋନୀତ ହୋଇଥିଲେ । ଭୋପାଳର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେବାକୁ ଏଠାକୁ ଆସିଥିଲେ ।

ଗିନିଜ ୱାର୍ଲ୍ଡ ରେକର୍ଡ ପ୍ରତିନିଧୀ ଋଷି ନାଥ ଏହି କାର୍ଯ୍ୟକ୍ରମରେ ବିଚାରପତି ଭାବରେ ଉପସ୍ଥିତ ଥିଲେ । ସେ ଏଠାରେ ଥିବା ପିଲାମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ସେ ଏହି ରେକର୍ଡରେ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା । ସେ କହିଛନ୍ତି ଯେ ପିଲାମାନେ ନିଶ୍ଚିତ ଭାବରେ ବହୁତ ଭଲ କରିଛନ୍ତି । ମଧ୍ୟପ୍ରଦେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓମପ୍ରକାଶ ସକଲେଚାଙ୍କୁ ଋଷି ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.