ETV Bharat / bharat

UP ଯାଏଁ ଲମ୍ବିଛି ଚୀନି ଠକଙ୍କ ହାତ, ଖାତାଧାରୀଙ୍କ ଅଗୋଚରରେ କରିଛନ୍ତି ଦେଢ କୋଟିର କାରବାର

author img

By

Published : Oct 20, 2022, 7:36 AM IST

ଉତ୍ତର ପ୍ରଦେଶ ଗୋରଖପୁରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ପ୍ରାୟ ଦେଢ କୋଟିର କାରବାର କରିଛନ୍ତି ଦୁଇ ଚୀନ ଠକ । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରୁ ଚୀନକୁ ଲମ୍ବିଛି ଠକଙ୍କ ହାତ, ଦୁଇ ଚୀନ ଯୁବକ କରିଛନ୍ତି ଦେଢ କୋଟିର କାରବାର
ଉତ୍ତର ପ୍ରଦେଶରୁ ଚୀନକୁ ଲମ୍ବିଛି ଠକଙ୍କ ହାତ, ଦୁଇ ଚୀନ ଯୁବକ କରିଛନ୍ତି ଦେଢ କୋଟିର କାରବାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗୋରଖପୁର ପର୍ଯ୍ୟନ୍ତ ଲମ୍ବିଛି ଚୀନ ଠକଙ୍କ ହାତ । ଚାଇନାର ଦୁଇ ଯୁବକ ଗୋରଖପୁରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଡିଜିଟାଲ ଟ୍ରାଞ୍ଜାକ୍ସନ ବା UPI ମାଧ୍ୟମରେ ପ୍ରାୟ 1.52 କୋଟି ଟଙ୍କା କାରବାର କରିଥିବା ଜଣାପଡିଛି । ସମ୍ପୃକ୍ତ ଖାତାଧାରୀଙ୍କ ଅଭିଯୋଗ ଆଧାରରେ ପୋଲିସର ତଦନ୍ତରୁ ଏହି ସୂଚନା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗୋରଖନାଥ ଶାନ୍ତିପୁରମର ବାସିନ୍ଦା ସଚ୍ଚିଦାନନ୍ଦ ଦୁବେ ନାମକ ଜଣେ ବ୍ୟକ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ଅଗୋଚରରେ ଏକାଧିକ ଆର୍ଥିକ କାରବାର ହୋଇଥିବା ନେଇ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ଅଗୋଚରରେ ଏକାଧିକ ପର୍ଯ୍ୟାୟରେ ପ୍ରାୟ ଦେଢ କୋଟି ଟଙ୍କା କାରବାର ହୋଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ଚଳିତ ମାସ 22 ତାରିଖରେ ତାଙ୍କର ଜଣେ ସମ୍ପର୍କୀୟ ଏକ ଘରୋଇ ବ୍ୟାଙ୍କରେ ତାଙ୍କ ନାମରେ ଏକ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ହେଲେ ଆକାଉଣ୍ଟ ଖୋଲିବା ପରେ ସେ କୌଣସି କାରବାର କରିନଥିବା ପୋଲିସକୁ ସୂଚନା ଦେଇଥିଲେ ଖାତାଧାରୀ ସଚ୍ଚିଦାନନ୍ଦ ଦୁବେ ।

ତେବେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଆଶ୍ଚର୍ଯ୍ୟଚକିତ କରିବା ପରି ତଥ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସଚ୍ଚିଦାନନ୍ଦ ଖୋଲିଥିବା ନୂତନ ବ୍ୟାଙ୍କ ଖାତାରେ ଅନ୍ୟଏକ ଅଜଣା ମୋବାଇଲ ନମ୍ବର ଲିଙ୍କ କରାଇ ଡିଜିଟାଲ ବ୍ୟାଙ୍କିଂ ସୁବିଧା ଉପଲବ୍ଧ କାରଯାଇଛି । ଖାତାଧାରୀଙ୍କ ଅଗୋଚରରେ ଏହି ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଏକାଧିକ ପର୍ଯ୍ୟାୟରେ ଏହି ଆର୍ଥିକ ନେଣଦେଣ କରାଯାଇଛି । ତେବେ ପରେ ଏହି କାରବାର ନିକୋଲାସ ଓ ଫାଇଲ୍ସ ନାମକ ଦୁଇ ଚୀନ ଯୁବକଙ୍କ ଦ୍ବାରା ହୋଇଥିବା ଜଣାପଡିଛି । ତେବେ ଏହି ଚୀନ ଯୁବକ ଦୁଇ ଜଣ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.