ETV Bharat / bharat

Omicron sub Variant BF.7: ପଶ୍ଚିମବଙ୍ଗରୁ ୪ ଆକ୍ରାନ୍ତ ଚିହ୍ନଟ

author img

By

Published : Jan 5, 2023, 7:33 AM IST

ପଶ୍ଚିମବଙ୍ଗରୁ ୪ ଓମିକ୍ରନର ସବ ଭାରିଆଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା । ଅଧିକ ପଢନ୍ତୁ

Omicron sub Variant
Omicron sub Variant

କୋଲକାତା: ପୁଣି ଭୟ ବଢାଇଲା ଚୀନରେ ବ୍ୟାପୁଥିବା ଓମିକ୍ରନର ସବ ଭାରିଆଣ୍ଟ BF.7 (New Corona Variant BF7) । ଭାରତରେ ଆଉ ଚାରି BF.7 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା (four cases of Omicron sub variant BF7 in Bengal)। ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହି ଚାରି ଆକ୍ରାନ୍ତଙ୍କ କୋଭିଡ ରିପୋର୍ଟ କିନ୍ତୁ ନେଗେଟିଭ ଅଟେ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏହି ଚାରୋଟି ମାମଲା ମଧ୍ୟରୁ ଜଣେ କୋଲକାତାର ରାଜାରହାଟ-ନ୍ୟୁ ଟାଉନର ବାସିନ୍ଦା ହୋଇଥିବାବେଳେ ଅନ୍ୟ ତିନିଜଣ ଗୋଟିଏ ପରିବାରର ନାଦିଆ ଜିଲ୍ଲାର ବାସିନ୍ଦା । ଚାରି ଆକ୍ରାନ୍ତ ପୂର୍ବରୁ ବିଦେଶରୁ ଫେରିଥିବା ବେଳେ କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରେ ଜିନୋମ ସିକ୍ବେନ୍ସିଂ ପରୀକ୍ଷଣ ପାଇଁ ପଠାଯାଇଥିଲା, ଯାହା ନେଗେଟିଭ ଆସିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ,'' ଜିନୋମ ସିକ୍ବେନ୍ସିଂ(genome sequencing) ପରିକ୍ଷଣ ପାଇଁ ମୋଟ 39 ଜଣଙ୍କ ନମୁନା ପଠାଯାଇଥିଲା, ଯେଉଁଥିରୁ ଚାରି ଜଣଙ୍କ ନମୁନାରେ ଓମିକ୍ରନ ସବ ଭାରିଆଣ୍ଟ BF7 ଚିହ୍ନଟ ହୋଇଛି।'' ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ନିୟୋଗୀ କହିଛନ୍ତି ଯେ, ''ଜେନୋମ ସିକ୍ବେନ୍ସିଂରୁ ଏହି ଚାରି ଜଣ ବ୍ୟକ୍ତି ଓମିକ୍ରନ ସବ ଭାରିଆଣ୍ଟ BF7 ଆକ୍ରାନ୍ତ ହୋଇଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ସେମାନେ କୋଭିଡ ନେଗେଟିଭ । ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ ପରୀକ୍ଷା କରିଥିଲେ । କିନ୍ତୁ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଗୁଣା କମ ରହିଛି । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ । ରାଜାରହାଟ-ନ୍ୟୁ ଟାଉନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୨ ଜଣ ଆସିଥିଲେ । ସେମାନଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି । ସେହିପରି ନାଦିଆ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୩ଜଣ ଆସିଥିଲେ । ସେମାନଙ୍କ ରିପୋର୍ଟ ମଧ୍ୟ ନେଟେଟିଭ ଆସିଛି ।

ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭାରିଆଣ୍ଟ BF.7 (New Corona Variant BF7) ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି । ଗତ ଡିସେମ୍ବର ମାସରେ 3ଜଣ ଏହି ଭାରିଆଣ୍ଟର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ଓଡିଶାରୁ ରହିଥିବା ବେଳେ 2 ଜଣ ଗୁଜୁରାଟର । ପ୍ରଥମ କରି ଓମିକ୍ରନର ସବ ଭାରିଆଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି କଡା କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର ।

ଗତ ଡିସେମ୍ବର 29 ତାରିଖରେ ଚୀନ ସମେତ କିଛି ଆଖପାଖ ଦେଶରୁ ଫେରନ୍ତାଙ୍କ ପାଇଁ କଟକଣା ଜାରି କରାଯାଇଥିଲା । ଚୀନ, ହଂକଂ , ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ପ୍ରମୁଖ ଦେଶରୁ ଭାରତକୁ ଫେରୁଥିବା ନାଗରିକଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି (RT PCR test mandatory for china return)। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.