ETV Bharat / bharat

G20 Summit: ଜି-୨୦ରେ ଜିନପିଙ୍ଗ, ପୁଟିନ୍‌ ନଆସିବା ନେଇ ଏମିତି କହିଲେ ଜୟଶଙ୍କର

author img

By ETV Bharat Odisha Team

Published : Sep 6, 2023, 3:46 PM IST

ଜି-୨୦ରେ ଜିନପିଙ୍ଗ୍‌ ଓ ପୁଟିନ ନଆସିବା ନେଇ ପ୍ରତିକ୍ରିୟା ରଖିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । କହିଲେ ଏମିତି

Jaishankar on Xi, Putin not attending G20 summit
Jaishankar on Xi, Putin not attending G20 summit

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି' ଜିନପିଙ୍ଗ୍‌ ଏବଂ ଋଷିଆ ରାଷ୍ଟ୍ରପତି ପୁଟିନ ସାମିଲ ହେବେନି । ଏହି ଦୁଇ ବଡ଼ ବଡ଼ ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତି ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କୌଣସି ରାଷ୍ଟ୍ରମୁଖ୍ୟ ଜି-୨୦ରେ ସାମିଲ ନହେବା, ଏହା ପ୍ରଥମ ଥର ନୁହେଁ । କିଛି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ କୌଣସି କାରଣବଶତଃ ଜି-୨୦ ସମ୍ମିଳନୀକୁ ନିଜେ ଆସିପାରି ନଥାନ୍ତି । ହେଲେ ତାଙ୍କ ବଦଳରେ ସେହି ଦେଶର ପ୍ରତିନିଧି ବୈଠକରେ ସାମିଲ ହୋଇ ନିଜ ଦେଶର ପକ୍ଷ ଓ ସ୍ଥିତିକୁ ସାମ୍ନାରେ ରଖିଥାନ୍ତି । ତେବେ ସମସ୍ତେ ଗୁରୁତ୍ବର ସହ ଜି-୨୦ ପାଇଁ ଭାରତ ଆସୁଥିବାର ମୋତେ ଲାଗୁଛି ବୋଲି ଜୟଶଙ୍କର କହିଛନ୍ତି ।

Jaishankar on Xi, Putin not attending G20 summit
Jaishankar on Xi, Putin not attending G20 summit

ଆସନ୍ତା ୯-୧୦ ତାରିଖରେ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଦୁଇଟି ପାୱାରଫୁଲ୍‌ ରାଷ୍ଟ୍ର ଚୀନ ଓ ଋଷିଆର ରାଷ୍ଟ୍ରପତି ସାମିଲ ନହେବା ଯୋଗୁଁ ସମ୍ମିଳନୀରେ କ'ଣ ପ୍ରଭାବ ପଡିବ ସେ ସମ୍ପର୍କରେ ନ୍ୟୁଜ ଏଜେନ୍ସର ଏଏନଆଇ ସହ ବିଶେଷ ସାକ୍ଷାତକାର ଅବସରରେ ଜୟଶଙ୍କର କହିଛନ୍ତି, ବିଶ୍ବ କୋଭିଡ-୧୯, ୟୁକ୍ରେନ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ଋଣ ଭଳି କଠିନ ସମୟ ଦେଇ ଗତି କରୁଥିବା ବେଳେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ବ ମିଳିଛି । ସମସ୍ତେ ଗୁରୁତ୍ବ ସହକାରେ ଆସୁଛନ୍ତି ବୋଲି ମୁଁ ଭାବୁଛି । କିଛି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କୌଣସି କାରଣ ପାଇଁ ଆସି ପାରୁନଥିବା ବେଳେ ସେମାନେ ନିଜର ପ୍ରତିନିଧିଙ୍କୁ ପଠାଇଥାନ୍ତି, ଯିଏକି ନିଜ ଦେଶର ପକ୍ଷ ରଖନ୍ତି ।

ଜିନପିଙ୍ଗ ସାମିଲ ନେବା ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ, ମୋତେ ଲାଗୁନି କି ତାଙ୍କର ଅନୁପସ୍ଥିତ ପଛରେ ଭାରତର କିଛି ସମ୍ପର୍କ ଅଛି । ସେ ଯେଉଁ ନିଷ୍ପତ୍ତି ନେବେ, ସେ ବିଷୟରେ ଭଲ ଭାବେ ଜାଣିଥିବେ ବୋଲି ମୁଁ ଭାବୁଛି ।

ଏହାଧ୍ୟ ପଢନ୍ତୁ: G20 Summit: ରାଷ୍ଟ୍ରପତି ବାଇଡେନ କୋରୋନା ନେଗେଟିଭ, ଗୁରୁବାର ଭାରତ ଆସିବେ

ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଚୀନର ପ୍ରଧାନମନ୍ତ୍ରୀ ଲି' କ୍ୟୁଆଙ୍ଗ୍‌ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ସାମିଲ ହେବେ । କିନ୍ତୁ ରାଷ୍ଟ୍ରପତି ସି' ଜିନପିଙ୍ଗ୍‌ ନଆସିବା ପଛର କାରଣ କୁହାଯାଇ ନଥିଲା । ଅନ୍ୟପଟେ ପୁଟିନ ଗତମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନ୍‌ରେ କଥା ହୋଇ ଜି-୨୦ ବୈଠକରେ ସାମିଲ ହେବାରେ ନିଜର ଅସମର୍ଥତା ଜଣାଇଥିଲେ । ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ସମ୍ମିଳନୀରେ ଉପସ୍ଥିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.