ETV Bharat / bharat

ଫାରୁକ ଅବଦୁଲ୍ଲା ହସ୍ପିଟାଲରେ ଭର୍ତ୍ତି

author img

By

Published : Apr 3, 2021, 5:10 PM IST

ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ....

ଫାରୁକ ଅବଦୁଲ୍ଲା କୋଭିଡ ପଜିଟିଭ, ହସ୍ପିଟାଲରେ ଭର୍ତ୍ତି
ଫାରୁକ ଅବଦୁଲ୍ଲା କୋଭିଡ ପଜିଟିଭ, ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର: ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା କୋଭିଡରେ ସଂକ୍ରମିତ ହୋଇ ଗୁରୁତର ପରେ ଆଜି ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ତାଙ୍କ ପୁଅ ତଥା ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଟ୍ବିଟ କରି ସୂଚନା ଦେଇଛନ୍ତି । ଫାରୁକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଓ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଉମର ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କ ଆଶୁଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରତି ତାଙ୍କ ପରିବାର କୃତଜ୍ଞ ରହିବେ ବୋଲି ମଧ୍ୟ ଉମର କହିଛନ୍ତି ।

ଫାରୁକ ଅବଦୁଲ୍ଲା କୋଭିଡ ପଜିଟିଭ, ହସ୍ପିଟାଲରେ ଭର୍ତ୍ତି
ଫାରୁକ ଅବଦୁଲ୍ଲା କୋଭିଡ ପଜିଟିଭ, ହସ୍ପିଟାଲରେ ଭର୍ତ୍ତି

85 ବର୍ଷୀୟ ଫାରୁକ ମାର୍ଚ୍ଚ 2 ତାରିଖରେ କୋଭିଡ ଟିକାର ପ୍ରଥମ ଡୋଜ ଗ୍ରହଣ କରିଥିଲେ । ଗତ 30 ତାରିଖରେ କୋଭିଡ ସଂକ୍ରମିତ ହୋଇଥିବା ତାଙ୍କ ଟେଷ୍ଟ ରିପୋର୍ଟରୁ ଜଣାପଡିଥିଲା । ତାଙ୍କୁ ଘରେ ସଙ୍ଗରୋଧରେ ରଖାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ଫାରୁକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.