ETV Bharat / bharat

ତିହାର ଜେଲରେ 5 କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Jan 6, 2022, 10:53 AM IST

ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ମିଳିବା ପରଠାରୁ ତିହାର ଜେଲ ବେଶୀ ଚର୍ଚ୍ଚାକୁ ଆସିଯାଇଛି । ଏବେ ତିହାର ଜେଲରୁ 5 କଏଦୀ ଏକାଠି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି । ଅଧିକ ପଢନ୍ତୁ

ଚର୍ଚ୍ଚାରେ ତିହାର, ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ 5 କଏଦୀ
ଚର୍ଚ୍ଚାରେ ତିହାର, ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ 5 କଏଦୀ

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାର ଶିରୋନାମା ପାଲଟିଥାଏ ଦେଶର ସର୍ବବୃହତ ଜେଲ ତିହାର ଜେଲ(Tihar Jail) । ତିହାର ଜେଲରେ ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ମିଳିବା ପରଠାରୁ ଏହା ବେଶୀ ଚର୍ଚ୍ଚାକୁ ଆସିଯାଇଛି । ତେବେ ଏବେ ତିହାର ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । କାରାଗାରର 5 କଏଦୀ ଏକାଠି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପାଞ୍ଚ ଜଣ କଏଦୀ ନିଜକୁ ନିଜେ ଆଘାତ ପହଞ୍ଚାଇଥିଲେ, ଯେଉଁମାନଙ୍କୁ ଏବେ DDU ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ତିହାର ଜେଲର ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ତ କଏଦୀ ପ୍ରଥମେ ନିଜକୁ ଆଘାତ କରିଥିଲେ ଏବଂ ପରେ ସେମାନେ ନିଜକୁ ଫାଶୀ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ । ଅର୍ଥାତ୍ ସମସ୍ତେ ଏକାଠି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ।

ଏପଟେ ତିହାର ଜେଲରେ ରହୁଥିବା ଏହି 5 କଏଦୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜେଲ ପ୍ରଶାସନ ଆତ୍ମହତ୍ୟା ଉଦ୍ୟମକୁ ମନା କରିଦେଇଛି । ତିହାର ଜେଲର ଡିଜି ସନ୍ଦୀପ ଗୋୟଲ କହିଛନ୍ତି ଯେ, ସମସ୍ତ କଏଦୀ ଆହତ ହୋଇଛନ୍ତି, କିନ୍ତୁ କେହି ଆତ୍ମହତ୍ୟା ଉଦ୍ୟମ କରିନାହାଁନ୍ତି ।

କୁହାଯାଉଛି ଯେ ଏହି ଘଟଣାଟି ଜାନୁୟାରୀ 3 ମଙ୍ଗଳବାର ଦିନ ତିହାର ଜେଲ ନମ୍ବର 3ରେ ଘଟିଥିଲା | ଏହି ପାଞ୍ଚ ଜଣ କଏଦୀ ମଙ୍ଗଳବାର ଦିନ ନିଜକୁ ଆଘାତ କରିଥିଲେ, ପରେ ସେମାନେ ଜେଲ୍ ନମ୍ବର 3ର ୱାର୍ଡ ନମ୍ବର 1ରେ ଚିକିତ୍ସିତ ହେଉଥିଲେ। ଏହା ପରେ ସମସ୍ତଙ୍କୁ ପ୍ରଥମେ ଜେଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେଠାରୁ DDU ଡାକ୍ତରଖାନାକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.