ETV Bharat / bharat

ଡେରାଡୁନରେ ଅକ୍ସିଜେନ ଅଭାବରୁ 5 ମୃତ, ଲକ୍ଷ୍ନୌରେ ଅକ୍ସିଜେନ ସିଲିଣ୍ଡର ଫାଟି ଆଖିବୁଜିଲେ 2

author img

By

Published : May 5, 2021, 6:08 PM IST

ସାରାଦେଶ ଏବେ ଅକ୍ସିଜେନ ସଙ୍କଟ ଦେଇ ଗତି କରୁଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ଅକ୍ସିଜେନ ନ ମିଳିବାରୁ ଆଜି 5 ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେପଟେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ସମୟରେ ସିଲିଣ୍ଡର ଫାଟି 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଡେରାଡୁନରେ ଅକ୍ସିଜେନ ଅଭାବରୁ 5 ମୃତ୍ୟୁ, ଏପଟେ ଲକ୍ଷ୍ନୌରେ ଅକ୍ସିଜେନ ସିଲିଣ୍ଡର ଫାଟି 2 ଜଣଙ୍କ ମୃତ୍ୟୁ
ଡେରାଡୁନରେ ଅକ୍ସିଜେନ ଅଭାବରୁ 5 ମୃତ୍ୟୁ, ଏପଟେ ଲକ୍ଷ୍ନୌରେ ଅକ୍ସିଜେନ ସିଲିଣ୍ଡର ଫାଟି 2 ଜଣଙ୍କ ମୃତ୍ୟୁ

ଡେରାଡୁନ/ଲକ୍ଷ୍ନୌ: ଦେଶରେ ଅକ୍ସିଜେନ ଅଭାବରୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଆଜି (ବୁଧବାର) ଉତ୍ତରାଖଣ୍ଡ ଅକ୍ସିଜେନ ନ ମିଳିବାରୁ 5 ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଉତ୍ତରାଖଣ୍ଡର ରୁର୍କି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବ କାରଣରୁ 5 ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେପଟେ, ରୋଗୀ ମୃତ୍ୟୁକୁ ନେଇ ହରିଦ୍ବାର ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଣ ସକାଳ 1.30 ରୁ 2 ମଧ୍ୟରେ ବିଳମ୍ବରେ ପହଞ୍ଚିଥିବାରୁ ପୂର୍ବାହ୍ନ ସମୟରେ ଆକ୍ରାନ୍ତଙ୍କ ଜୀବନ ଯାଇଛି । ମୃତକ 5 ଜଣଙ୍କ ମଧ୍ୟରୁ ଜଣେ ଭେଣ୍ଟିଲେଟରେ ରହିଥିବାବେଳେ ଅନ୍ୟ 4 ଜଣ ଅକ୍ସିଜେନ ବେଡରେ । ରୁର୍କିର ମୁଖ୍ୟ ଚିକିତ୍ସା ଅଧୀକ୍ଷକଙ୍କ ସମେତ ଦୁଇ ଜଣ ଡାକ୍ତର ଟିମ ଏହି ଘଟଣାର ଯାଞ୍ଚ କରୁଛନ୍ତି । ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଞ୍ଚ କରୁଥିବା ଟିମ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଅକ୍ସିଜେନ ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି ଅଘଟଣ । ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ସମୟରେ ସିଲିଣ୍ଡର ଫାଟି 2 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 5 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ବର୍ତ୍ତମାନ ଦେଶରେ ଅକ୍ସିଜେନ ଅଭାବ ଦୂର କରିବାକୁ ବିଭିନ୍ନ ରାଜ୍ୟକୁ ଟ୍ୟାଙ୍କ୍‌ର ପଠାଇବା କାର୍ଯ୍ୟ ଜାରି ରଖିଛନ୍ତି ସରକାର । ଓଡିଶାରୁ ମଧ୍ୟ ବିଭିନ୍ନ ରାଜ୍ୟରୁ ଅକ୍ସିଜେନ ଯୋଗାଣ ପାଇଁ ଟ୍ୟାଙ୍କର ପଠାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.