ETV Bharat / bharat

୬୦୦ ଫୁଟ ତଳକୁ ଖସିଲା ବୋଲୋରୋ, ୫ ମୃତ

author img

By ETV Bharat Odisha Team

Published : Jan 17, 2024, 10:12 PM IST

Kinnaur Road Accident: ହିମାଚଳ ପ୍ରଦେଶ ସୁତଲେଜ ନଦୀକୁ ଖସିଲା ବୋଲେରୋ କ୍ୟାମ୍ପର୍ । ଏକ ରୋଡ୍ ଶୋ'କୁ ଯିବା ରାସ୍ତରେ ଦୁର୍ଘଟଣାର ଶିକାର । ଅଧିକ ପଢନ୍ତୁ

୬୦୦ ଫୁଟ ତଳକୁ ଖସିଲା ବୋଲୋରୋ , ୫ ମୃତ
୬୦୦ ଫୁଟ ତଳକୁ ଖସିଲା ବୋଲୋରୋ , ୫ ମୃତ
୬୦୦ ଫୁଟ ତଳକୁ ଖସିଲା ବୋଲୋରୋ , ୫ ମୃତ

ସିମଲା: ଖାଇକୁ ଖସିଲା ବୋଲେରୋ କ୍ୟାମ୍ପର୍ । ୬୦୦ ଫୁଟ ତଳକୁ ଖସିଲା ଗାଡି ୫ ମୃତ । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ହିମାଚଳ ପ୍ରଦେଶରେ । ରେକୋଙ୍ଗ ପିଓ ଶିଲ୍ଟି ରୋଡରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡିଟି ସୁତଲେଜ ନଦୀକୁ ଖସିପଡିଛି । ତେବେ ଗାଡିରେଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟଜାରି ରିଖିଛି । ଦୁର୍ଘଟଣା ଗ୍ରସ୍ତ ଗାଡିଟି ରେକଙ୍ଗ ପିଓରୁ ସାଙ୍ଗଲାକୁ ଏକ ରୋଡ୍ ଶୋ' ପାଇଁ ଯାଉଥିଲା ।

ସୂଚନାଯୋଗ୍ୟ ହିମାଚଳ ପ୍ରଦେଶ କିନ୍ନର ଜିଲ୍ଲାର ଶିଲ୍ଟିରେ ଏକ ବୋଲେରୋ କ୍ୟାମ୍ପର୍ ଗାଡି ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ବୋଲେରୋରେ ଯାତ୍ରା କରୁଥିବା 5 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କିନ୍ତୁ ଗାଡିଟି ଖାଲରେ ପଡ଼ିଯିବାରୁ ଘଟଣାସ୍ଥଳରେ ପହଞ୍ଚିବାରେ ଉଦ୍ଧାର ବାଧା ସୃଷ୍ଟି ହୋଇଛି । ବୋଲେରୋ କ୍ୟାମ୍ପର୍ ଗାଡି ଶୁଦାଙ୍ଗ ପଞ୍ଚାୟତରେ ଥିବା ମହିନ୍ଦ୍ରା ଶୋ’ରୁମରୁ ସାଙ୍ଗଲା ଆଡକୁ ଯାଉଥିଲା ।

ତେବେ ସମସ୍ତେ ବ୍ୟକ୍ତି ଏହି ମହିନ୍ଦ୍ରା ଶୋ’ ରୁମରେ କାର୍ଯ୍ୟ କରୁଥିବା ସୂଚନାମିଳିଛି । ମୃତ ପାଞ୍ଚ ଜଣ ହେଲେ ଅରୁଣ ସିଂ (୨୯), ଅଭିଷେକ ନେଗି (୨୪), ଉପେନ୍ଦ୍ର (୨୫), ତନୁଜ (୨୫ ବର୍ଷ) ଏବଂ ସମୀର (୨୬ ବର୍ଷ) ବୋଲି ଜଣାପଡିଛି । ସମସ୍ତେ କିନ୍ନର ଜିଲ୍ଲାର ବାସିନ୍ଦା ବୋଲି ସୂଚନା ମିଳିଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ ......OSRTC ବସ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା, ୮ ଗୁରୁତର

ଏହା ମଧ୍ୟ ପଢନ୍ତୁ ......କାମାକ୍ଷାନଗରରେ ୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଗୁରୁତର

ଏହା ପୂର୍ବରୁ ଗତ ନଭେମ୍ବର ୧୫ ତାରିଖରେ ଜାମ୍ମୁ କାଶ୍ମୀରର ଦୌଡା ନିକଟରେ ଏକ ଘରୋଇ ବସ୍ ଘାଟି ତଳକୁ ଖସି ପଡ଼ିଥିଲା । ଏଥିରେ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଥିଲେ । ବସରେ 40ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଆହତମାନଙ୍କୁ କିସ୍ତୱାର ଏବଂ ଡୋଡାର ସରକାରୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବସ୍‌ଟି ବାଟୋଟ-କିସ୍ତୱାର ଜାତୀୟ ରାଜପଥ ଟ୍ରୁନଙ୍ଗଲ-ଆସାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି ଭାରସାମ୍ୟ ହରାଇ 300 ଫୁଟ୍ ଖାତକୁ ଖସିପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.