OSRTC ବସ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା, ୮ ଗୁରୁତର

By ETV Bharat Odisha Team

Published : Jan 14, 2024, 5:13 PM IST

thumbnail

Critical Road Accident: ନୂଆପଡ଼ା: କୋମନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । OSRTC ବସ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ହୋଇଛନ୍ତି । କୋମନା ଥାନା ଅନ୍ତର୍ଗତ 353 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଆଜି ଅପରାହ୍ନରେ ଜିଲ୍ଲା ସଦର ମହୁକମାରୁ OSRTC ବସ ଯାତ୍ରୀ ନେଇ ବଲାଙ୍ଗୀର ଅଭିମୁଖେ ବାହାରିଥିଲା । କୋମନାରୁ ଆସୁଥିବା ଏକ ସ୍କରପିଓ ନୂଆପଡା ଅଭିମୁଖେ ଆସୁଥିବାବେଳେ ଉଭୟ ଗାଡି ଭାରସାମ୍ୟ ହରାଇବା ଯୋଗୁଁ ମୁହାଁମୁହିଁ ଧକ୍କା ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ...କାମ ଦେଉନି ସଚେତନତା; ବଲାଙ୍ଗୀରରେ ବଢୁଛି ସଡକ ଦୁର୍ଘଟଣା, ଗଡୁଛି ମୁଣ୍ଡ

ଦୁର୍ଘଟଣା ଫଳରେ ବସଟି ରାସ୍ତା ତଳକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଥିବାବେଳେ, ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ୮ ଜଣ ଆହତଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । 353 ନମ୍ବର ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.