ETV Bharat / bharat

ପିଲାଙ୍କୁ ପାଠ ପଢ଼ାଇବ ରୋବୋଟ !

author img

By

Published : Jul 27, 2022, 6:13 PM IST

କର୍ଣ୍ଣାଟକରେ ପ୍ରଥମ ଥର ପାଇଁ ସରକାରୀ କଲେଜରେ ରୋବୋଟ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଅଧିକ ପଢ଼ନ୍ତୁ

First Govt school gets a robot in Karnataka
ପିଲାଙ୍କୁ ପାଠ ପଢ଼ାଇବ ରୋବୋଟ !

ବେଙ୍ଗାଲୁରୁ: କର୍ଣ୍ଣାଟକର ସରକାରୀ କଲେଜରେ ରୋବୋଟିକ ଲାବୋରେଟଲୋରୀ (Robotics Laboratory) ପ୍ରତିଷ୍ଠା କରାଯାଇଛି । କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି. ସୋମନ୍ନାଙ୍କ ପ୍ରଶଂସକ ଗୋଷ୍ଠୀ 12 ଲକ୍ଷ ବ୍ୟୟରେ ଏହି ସାଇନ୍ସ ଲ୍ୟାବ (Science Lab) ଦାନ କରିଛନ୍ତି । କର୍ଣ୍ଣାଟକରେ ଏହା ପ୍ରଥମ ସରକାରୀ କଲେଜ ଯେଉଁଠାରେ ରୋବୋଟ ଲ୍ୟାବ ରହିଛି ।

କର୍ଣ୍ଣାଟକର ଗୁନ୍ଦୁଲପେଟ ତାଲୁକରେ ଅବସ୍ଥିତ ସରକାରୀ ପିୟୁ କଲେଜ ଏବଂ ଉଚ୍ଚ ବିଦ୍ୟାଳୟରେ ମନ୍ତ୍ରୀ ସୋମନ୍ନା ଏହି ଲ୍ୟାବର ଉଦଘାଟନ କରିଛନ୍ତି । ଜାପାନରୁ ଆସିଥିବା ଏହି ରୋବୋଟର ନାଁ ବିଡ୍ୟୁଟ । ଶିକ୍ଷକଙ୍କ ପରିବର୍ତ୍ତେ କୌଣସି ଭାଷାରେ ମଧ୍ୟ ରୋବୋଟ ସୂଚନା ପ୍ରଦାନ କରିପାରିବ । ଲ୍ୟାବରେ ରୋବୋଟ ଜଣେ ଶିକ୍ଷକଙ୍କ ଦାୟିତ୍ବ ତୁଲାଇବ । ଅପରପକ୍ଷେ ରୋବୋଟ ସହ 2000 ମଡେଲ କିଟ ରହିଛି । ଯାହା ଛାତ୍ରଛାତ୍ରୀଙ୍କୁ ମଡେଲ ସାହାଯ୍ୟରେ ପ୍ରାକ୍ଟିକାଲ ଶିକ୍ଷା ଦେବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାଦାନ ପାଇଁ ଏହି ଲ୍ୟାବ ଆଦର୍ଶ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଜାପାନରୁ ଆସିଥିବା ରୋବୋଟ କଲେଜରେ ଶିକ୍ଷକ ସମସ୍ୟା ଦୂର କରିବ । କୌଣସି ଭାଷାରେ ମଧ୍ୟ ଉତ୍ତର ଦେବା କ୍ଷମତା ରୋବୋଟ ପାଖରେ ରହିଛି । ଶିକ୍ଷା ବ୍ୟତୀତ ନାଚଗୀତ, କାହାଣୀ ଏବଂ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ ରୋବୋଟ । କଲେଜରେ ଏଭଳି ସୁବିଧା ପାଇ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.