ETV Bharat / bharat

ଦିଲ୍ଲୀ ତିସହଜାରୀ କୋର୍ଟରେ ଫୁଟିଲା ଗୁଳି, ଦୁଇ ଆଇନଜୀବୀ ଗୋଷ୍ଠୀ ମୁଁହାମୁହିଁ

author img

By

Published : Jul 5, 2023, 3:52 PM IST

ଦିଲ୍ଲୀ ତିସହଜାରୀ କୋର୍ଟରେ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ମୁଁହାମୁହିଁ । ଫୁଟିଲା ଗୁଳି । କେହି ମୃତାହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀ ତିସହଜାରୀ କୋର୍ଟରେ ଫୁଟିଲା ଗୁଳି, ଦୁଇ ଆଇନଜୀବୀ ଗୋଷ୍ଠୀ ମୁଁହାମୁହିଁ
ଦିଲ୍ଲୀ ତିସହଜାରୀ କୋର୍ଟରେ ଫୁଟିଲା ଗୁଳି, ଦୁଇ ଆଇନଜୀବୀ ଗୋଷ୍ଠୀ ମୁଁହାମୁହିଁ

  • #WATCH | An incident of firing was reported at Tis Hazari Court premises in Delhi this afternoon. No injuries were reported. Police say that this happened after an argument among lawyers.

    (Note: Abusive language)
    (Video Source: A lawyer) pic.twitter.com/AkRYOoyQPe

    — ANI (@ANI) July 5, 2023 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ତିସ ହଜାରୀ କୋର୍ଟ ପରିସରରେ ଗୁଳି ଫୁଟିଛି । ଦୁଇ ଆଇନଜୀବୀ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣରୁ ଉତ୍ତେଜନା ସୃଷ୍ଟି ହେବା ପରେ ଉଭୟ ଗୋଷ୍ଠୀ ମୁଁହାମୁହିଁ ହୋଇଥିଲେ । ଏଥିରେ ଫଏରିଂ (ଗୁଳିମାଡ) ମଧ୍ଯ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ଭାଇରାଲ ହୋଇଛି । କେହି ଜଣେ ଆଇନଜୀବୀ ଫାଙ୍କା ଗୁଳି ଚଳାଇ ପ୍ରତିପକ୍ଷ ଗୋଷ୍ଠୀକୁ ଭୟଭୀତ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ କୋର୍ଟ ପରିସରରେ ପହଞ୍ଚିଛି । ତଦନ୍ତ ଆରମ୍ଭ ହୋଇଛି । କୋର୍ଟ ପରିସରରେ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ, କୌଣସି ଏକ କାରଣକୁ ନେଇ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ପରେ ଉଭୟ ଗୋଷ୍ଠୀ ହାତାହାତି ପରିସ୍ଥିତିକୁ ଆସିଥିଲେ । ବେଶ କିଛି ସମୟ ଧରି କୋର୍ଟ ପରିସରରେ ଉତ୍ତେଜନା ଲାଗି ରହିଥିଲା । ପରସ୍ପରକୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିଲେ ଦୁଇଗୋଷ୍ଠୀ । କେହି ଜଣେ ଆଇନଜୀବୀ ହଠାତ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚଳାନା କରିଥିଲେ । ଗୋଟିଏ ପକ୍ଷରୁ ନା ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଛି, ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନି । ଏକାଧିକ ରାଉଣ୍ଡ ଫାଏରିଂ ହୋଇଥିବା କୁହାଯାଉଥିଲେ ସୁଦ୍ଧା ପୋଲିସ ତାହା ସ୍ପଷ୍ଟ କରିନି ।

ଅନ୍ୟପଟେ କେଉଁ କାରଣ ପାଇଁ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଆରମ୍ଭ ହେଲା, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ପୋଲିସ କୋର୍ଟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋର୍ଟ କାର୍ଯ୍ୟ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

2021 ମସିହା ସେପ୍ଟେମ୍ବର 24 ତାରିଖରେ ମଧ୍ୟ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ 3 ଜଣ ପ୍ରାଣ ହରାଇଥିଲେ । ସେହିପରି ଚଳିତ ବର୍ଷ ଜୁନ 7 ତାରିଖରେ ଲକ୍ଷ୍ନୌ ସିଭିଲ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାର ମୁଖତାର ଅନସାରୀର ସହଯୋଗୀ ଗ୍ୟାଙ୍ଗଷ୍ଟାର ସଞ୍ଜୀବ ଜିବାକୁ ଗୁଳି କରି ହତ୍ୟା କରାଯାଇଥିଲା । ଆଇନଜୀବୀ ବେଶରେ କୋର୍ଟ ପରିସରରେ ପ୍ରବେଶ କରି ଗ୍ୟାଙ୍ଗଷ୍ଟାର ସଞ୍ଜୀବକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.