ETV Bharat / bharat

ସୁରଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ଆଖି ବୁଜିଲେ 4 ଆକ୍ରାନ୍ତ

author img

By

Published : Apr 26, 2021, 11:50 AM IST

Updated : Apr 26, 2021, 1:00 PM IST

ଆୟୁଷ ହସ୍ପିଟାଲରେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ସେ ସମୟରେ ଆୟୁଷ ମେଡିକାଲର 5 ମହଲା କୋଠାରେ 10 ଜଣ କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲର 5 ମହଲାରେ ଅଗ୍ନିକାଣ୍ଡ
କୋଭିଡ ହସ୍ପିଟାଲର 5 ମହଲାରେ ଅଗ୍ନିକାଣ୍ଡ

ସୁରଟ: ଗୁଜୁରାଟ ସୁରଟ ସହରରେ ଥିବା କୋଭିଡ ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ । ଆୟୁଷ ହସ୍ପିଟାଲରେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ତେବେ ଯେଉଁ ସମୟରେ ମେଡିକାଲରେ ନିଆଁ ଲାଗିଥିଲା, ସେ ସମୟରେ ଆୟୁଷ ମେଡିକାଲର 5 ମହଲା କୋଠାରେ 10 ଜଣ କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ଘଟିଛି ।

କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସାରେ ମାଡି ଆସୁଛି ଗୋଟିଏ ପରେ ଗୋଟିଏ ବିପଦ । ସାରା ଦେଶରେ କୋଭିଡ ଆକ୍ରାନ୍ତଙ୍କୁ କେତେବେଳେ ହସ୍ପିଟାଲରେ ବେଡ ଓ ଅକ୍ସିଜେନ ମିଳୁନି ତ, ଆଉ କେତେବେଳେ ହସ୍ପିଟାଲ ଗୁଡିକରେ ଘଟୁଥିବା ଅଘଟଣର ସାମ୍ନା କରୁଥିବା ଖବର ଆସୁଛି ।

ଆୟୁଷ ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ସମୟରେ ନିଆଁ ଲାଗିଲା । ସେହି ସମୟରେ ହସ୍ପିଟାଲର 5ମ ମହଲାରେ 10 ଜଣ ରୋଗୀ ଉପସ୍ଥିତ ଥିଲେ । ଯେଉଁଥିରୁ 4 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ନିଆଁ ଲାଗିବା ପରେ ଦମକାଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ସକ୍ଷମ ହୋଇଥିଲେ । ତେବେ ମିଳିଥିବା ସୂଚନା ମୁତାବକ, ଏସି ବ୍ଲାଷ୍ଟ ହେବା କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିଲା । ବର୍ତମାନ ହସ୍ପିଟାଲରେ ନିଆଁ ଲାଗିବା କାରଣର ଯାଞ୍ଚ କରାଯାଉଛି ।

Last Updated : Apr 26, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.