ETV Bharat / bharat

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଏଣ୍ଡୋସ୍କୋପି ରୁମରେ ଲାଗିଲା ନିଆଁ

author img

By

Published : Aug 7, 2023, 12:45 PM IST

Updated : Aug 7, 2023, 1:44 PM IST

ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିୟୋଜିତ । ଅଧିକ ପଢନ୍ତୁ

fire broke out in the endoscopy room of AIIMS
fire broke out in the endoscopy room of AIIMS

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ । ଏମ୍ସର ଏଣ୍ଡୋସ୍କୋପି ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ 6ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ରୋଗୀ ସ୍ଥାନାନ୍ତର

  • #WATCH | Delhi: A fire broke out in the endoscopy room of AIIMS. All people evacuated.

    More than 6 fire tenders sent, say Delhi Fire Service

    Further details are awaited. pic.twitter.com/u8iomkvEpX

    — ANI (@ANI) August 7, 2023 " class="align-text-top noRightClick twitterSection" data=" ">

ଆଜି ମଧ୍ୟାହ୍ନ 12ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ଅଗ୍ନିକାଣ୍ଡ ଘଟିଥିଲା । କେହି କିଛି ଜାଣିବା ଆଗରୁ ହୁତୁହୁତୁ ହୋଇ ଜଳି ଉଠିଥିଲା ଏଣ୍ଡୋସ୍କୋପି ରୁମ । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଥିବା ସମସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିଲା । ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ମୃତାହତ ହୋଇଛନ୍ତି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ଏଣ୍ଡୋସ୍କୋପି ରୁମରୁ ଧୂଆଁ ବାହାରିବା ପରେ ହଠାତ ଆଲାରାମ ବାଜିଥିଲା । ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ଘଟଣାସ୍ଥଳରେ 6ଟି ଅଗ୍ନିଶମ ଗାଡି ନିୟୋଜିତ ଥିବା ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି । ଅଗ୍ନିକାଣ୍ଡ ପରେ ଏମ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ, କାଠ ଡିପୋରେ ନିଆଁ ଲାଗି ୩ ଜୀବନ୍ତ ଦଗ୍ଧ

2020 ମସିହା ଫେବୃଆରୀ ମାସରେ ଦିଲ୍ଲୀରେ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଏମ୍ସର ଗ୍ରାଉଣ୍ଡଫ୍ଲୋର ଥୋରାସିକ ସାଇନ୍ସ ସେଣ୍ଟରରେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ 8ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡର କାହାର କିଛି କ୍ଷୟକ୍ଷତି ହୋଇନଥିଲା । 2019 ଅଗଷ୍ଟ ମାସରେ ଦିଲ୍ଲୀ AIIMSରେ ଅଗ୍ନିକାଣ୍ଡ ଘଟିଥିଲା ​​। ନିଆଁ ଲିଭା ପାଇଁ 60ରୁ ଅଧିକ ଅଗ୍ନିଶମ ଗାଡି ନିୟୋଜତି ହୋଇଥିଲା । ଏନଡିଆରଏଫ ଟିମ ମଧ୍ୟ ନିୟୋଜିତ ହୋଇଥିଲେ । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଉନ୍ନତ ମାନର ଚିକିତ୍ସା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରୁ ରୋଗୀମାନେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଡାକ୍ତରଖାନାକୁ ଆସିଥାନ୍ତି । ସେପଟେ ଅଗ୍ନିକାଣ୍ଡ ପରେ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Last Updated : Aug 7, 2023, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.