ETV Bharat / bharat

UP: ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ, ବାଧା ଦେବାରୁ ପୁଅକୁ ଗୁଳି !

author img

By

Published : Aug 9, 2023, 6:53 AM IST

ନିଜ ଜନ୍ମିତ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା । ଏହା ଦେଖି ପୁଅ ବିରୋଧ କରିବାରୁ ତାକୁ ଗୁଳି କଲା । ଉତ୍ତର ପ୍ରଦେଶର ଅଯୋଧ୍ୟାର ଘଟଣା । ଅଧିକ ପଢନ୍ତୁ

UP: ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ, ବାଧା ଦେବାରୁ ପୁଅକୁ ଗୁଳି କରି ହତ୍ୟା !
UP: ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ, ବାଧା ଦେବାରୁ ପୁଅକୁ ଗୁଳି କରି ହତ୍ୟା !

ଲକ୍ଷ୍ନୌ: ନିଜ ଜନ୍ମିତ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା । ଏହା ଦେଖି ପୁଅ ବିରୋଧ କରିବାରୁ ତାକୁ ଗୁଳି କଲା । ଏପରି ଏକ ଲଜ୍ଜାଜନକ ଓ ଅଭାବନୀୟ ଘଟଣାର ଅଭିଯୋଗର ଉତ୍ତର ପ୍ରଦେଶ ଅଯୋଧ୍ୟା ଜିଲ୍ଲାରୁ ଆସିଛି । ଜଣେ ବାପା ନିଜ ଝିଅ ସହିତ ଏକ ଘୃଣ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲା । ସେତେବେଳେ କୌଣସି ପ୍ରକାର ତାର ପୁଅ ଏହା ଦେଖି ଭଉଣୀକୁ ବାପାର ପାଶବିକତାରୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲା । ହେଲେ ଏହାକୁ ବିରୋଧ କରିବାରୁ ବ୍ୟକ୍ତି ଜଣଙ୍କ ନିଜ ପୁଅକୁ ମଧ୍ୟ ଗୁଳି ଚଳାଇବାକୁ ପଛାଇ ନଥିଲେ । ଏଥିରେ ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାର ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି ।

ପୋଲିସର ସୂଚନାନୁସାରେ, ଗୋସାଇଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଏକ ଗ୍ରାମରେ ରହୁଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଛି । ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଗତ ରବିବାର ରାତିର ଏହି ବ୍ୟକ୍ତିଜଣକ ନିଜର ଦୁଇ ଝିଅଙ୍କ ମଧ୍ୟରୁ ଜଣକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ବ୍ୟକ୍ତି ଜଣଙ୍କର ପୁଅ ମଧ୍ୟ ଉଠିଆସିଥିଲେ । ସେ ତାର ବାପାକୁ ଏପରି କରିବା ପାଇଁ ବାଧା ଦେଇଥିଲା । ବ୍ୟକ୍ତିଜଣଙ୍କ ଏଥିରେ ଉତକ୍ଷିପ୍ତ ହୋଇ ନିଜ ବନ୍ଧୁକରୁ ପୁଅ ଉପରେ ଗୁଳିମାଡ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ମଧ୍ୟ ହୋଇଯାଇଥିଲା । ବାପାର ଗୁଳିମାଡର ଶିକାର ହୋଇଥିବା ପୁଅକୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ଟ୍ରମା କେୟାରକୁ ରେଫର୍ କରାଯାଇଛି । ଅନ୍ୟପକ୍ଷରେ, ସୁଯୋଗ ପାଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।

ଏହା ମଧ୍ୟ ପଢନ୍ତୁ:-Operation Nanhe Farishte: ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ଟ୍ରେନରୁ 62 ନାବାଳିକାଙ୍କୁ ଉଦ୍ଧାର

ଘଟଣା ସମ୍ପର୍କରେ ଅଯୋଧ୍ୟା ଗ୍ରାମୀଣ ଏସପି ଅତୁଲ ସୋନକର କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଛି । ଏକ ମାମଲା ରୁଜୁ ହୋଇଛି । ଏହି ଘଟଣା ପରେ ଅଭିଯୁକ୍ତ ଫେରାର ରହିଛି । ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୀଡିତା ଯୁବତୀ ଓ ଗୁଳିମାଡର ଶିକାର ହୋଇଥିବା ତାର ଭାଇର ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.