ETV Bharat / bharat

OYO Founder Father Dies: ୨୦ ମହଲାରୁ ଖସି ବାପା ମୃତ, ୩ଦିନ ପୂର୍ବରୁ ପୁଅର ସରିଥିଲା ବିବାହ

author img

By

Published : Mar 10, 2023, 7:03 PM IST

ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ୨୦ ମହଲାରୁ ଖସି ମୃତ୍ୟୁ ସୂଚନା । ଗତ ୩ ଦିନ ପୂର୍ବରୁ ରିତେଶ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ପିତାଙ୍କ ମୃତ୍ୟୁକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା । ଅଧିକ ପଢନ୍ତୁ

OYO Founder father dies
OYO Founder father dies

ଚଣ୍ଡିଗଡ଼: ଓଡ଼ିଶା ମାଟିର ପୁଅ ତଥା ଲୋକପ୍ରିୟ ହୋଟେଲ OYOର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବାପା ମୃତ । ହରିୟାଣାର ଗୁରୁଗ୍ରାମ ସ୍ଥିତ ଏକ ୨୦ ମହଲା କୋଠାରୁ ଖସି ପଡ଼ି ଆଜି (ଶୁକ୍ରବାର) ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ୩ ଦିନ ପୂର୍ବରୁ ରିତେଶଙ୍କ ବିବାହ ସରିଥିବା ବେଳେ ପରିବାରରେ ଖୁସିର ମାହୋଲ ଥିଲା । ମାତ୍ର ଏହି ସମୟରେ ପରିବାରର ମୁଖିଆଙ୍କ ଅକସ୍ମାତ ମୃତ୍ୟୁ ଯୋଗୁଁ ପରିବାରରେ ଖେଳିଯାଇଛି ଶୋକର ଛାୟା । ରିତେଶଙ୍କ ପିତା କିପରି ୨୦ ମହଲାରୁ ଖସି ପଡ଼ିଲେ ସେ ନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ ।

ରିତେଶ ଏ ନେଇ ଏକ ବିବୃତ୍ତି ଜାରି କରିବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏହି ଘଟଣାରେ ତାଙ୍କ ପରିବାରକୁ ପ୍ରାଇଭେସି ଦେବା ଲାଗି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏ ନେଇ ସେ ନିଜ ବିବୃତ୍ତିରେ ଲେଖିଛନ୍ତି, "ଦୁଃଖର ସହିତ କହିବାକୁ ଯାଉଛି ଯେ ମୋ ପରିବାରର ମୁଖିଆ, ମେରୁଦଣ୍ଡ ମୋ ପିତା ରମେଶ ଅଗ୍ରୱାଲଙ୍କ ଆଜି ମୃତ୍ୟୁ ଘଟିଛି । ସେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ମୋ ସହିତ ଅନେକଙ୍କୁ ପ୍ରେରିତ କରିଆସିଛନ୍ତି । ତାଙ୍କ ମୃତ୍ୟୁ ଆମ ପରିବାର ଲାଗି ଅପୂରଣୀୟ କ୍ଷତି । ମୋ ପିତାଙ୍କ ସହଯୋଗ ଓ ତାଙ୍କ ସହିତ ମୋ ପରିବାର ଅନେକ ବାଧାବିଘ୍ନକୁ ଅତିକ୍ରମ କରିଛି । ଏହି ଘଟଣାରେ ମୋତେ ଓ ମୋ ପରିବାରକୁ ପ୍ରାଇଭେସି ଦେବା ଲାଗି ସମସ୍ତଙ୍କୁ ଅନୁରୋଧ ।"

୩ଦିନ ପୂର୍ବରୁ ରିତେଶଙ୍କ ସରିଥିଲା ବିବାହ
୩ଦିନ ପୂର୍ବରୁ ରିତେଶଙ୍କ ସରିଥିଲା ବିବାହ

ଏହା ବି ପଢନ୍ତୁ- BSFରେ ଭର୍ତ୍ତି ପାଇଁ ଅଗ୍ନିବୀରଙ୍କ ଲାଗି ବଡ଼ ସୁଯୋଗ, 10% ସିଟ ସଂରକ୍ଷିତ

ଏନେଇ ଗୁରୁଗ୍ରାମର ପୂର୍ବାଞ୍ଚଳ ଡିସିପି କହିଛନ୍ତି ଯେ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ରିତେଶଙ୍କ ପିତା ରମେଶ ଅଗ୍ରୱାଲ ୨୦ ମହଲା ଉପରୁ ତଳକୁ ଖସିପଡ଼ିଥିବା ସୂଚନା ମିଳିଥିଲା । ଏହି ଘଟଣା ଘଟିବା ସମୟରେ ରମେଶଙ୍କ ପତ୍ନୀ, ପୁଅ ରିତେଶ ଓ ବୋହୂ ଘରେ ରହିଥିଲେ । ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରିବା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ ।

ସୂଚନା ଥାଉ କି ୨୯ ବର୍ଷୀୟ ରିତେଶ ଗତ ୭ ତାରିଖରେ ଗୀତାଂଶ ସୁଦଙ୍କୁ ବିବାହ କରିଥିଲେ । ସେ ମାତ୍ର ୧୯ ବର୍ଷ ବୟସରେ ଓୟୋ ପ୍ରତିଷ୍ଠା କରିଥିବା ବେଳେ ବହୁ ସଂଘର୍ଷ ପରେ ଅନେକ ସଫଳତା ହାସଲ କରିଛନ୍ତି । ଏହାପରେ ସେ ଗତ କିଛି ଦିନ ତଳେ ନିଜ ବ୍ୟକ୍ତିଗତ ଜୀବନରେ ଆଉ ଏକ ପାଦ ଆଗେଇ ହାତକୁ ଦୁଇ ହାତ ହୋଇଥିଲେ । ପରିବାରର ଖୁସିର ମାହୋଲ ଥିବା ବେଳେ ଏପଟେ ରମେଶଙ୍କ ଅକସ୍ମାତ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.