ETV Bharat / bharat

Excise policy scam: ଆଜି ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି

author img

By

Published : Apr 6, 2023, 11:24 AM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ହାଇକୋର୍ଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି । ଅଧିକ ପଢନ୍ତୁ

ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି
ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି(ଗୁରୁବାର) ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ଦିନେଶ କୁମାର ଶର୍ମାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ । ଏହାପୂର୍ବରୁ ଗତ ମାର୍ଚ୍ଚ ୩୧ ତାରିଖରେ ତଳକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ତଳକୋର୍ଟରେ ଜାମିନ ନମିଳିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

  • शिक्षा क्रांति के जनक
    Manish Sisodia तुम्हें सलाम!

    BJP द्वारा झूठे मुक़दमे में सर्वश्रेष्ठ शिक्षा मंत्री रहे @msisodia जी की गिरफ़्तारी के ख़िलाफ़ BJP कार्यलय पर @aamaadmiparty का ज़ोरदार विरोध प्रदर्शन।#Modi_Hatao_Desh_Bachao pic.twitter.com/pjQxpsb2Gc

    — Adil Ahmad Khan (@AdilKhanAAP) April 5, 2023 " class="align-text-top noRightClick twitterSection" data=" ">

ତଳକୋର୍ଟ ବରିଷ୍ଠ ଆପ୍ ନେତାଙ୍କ ଜାମିନ ଆବେଦନ ଖାରଜ କରି କହିଥିଲେ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ନୂଆ ଅବକାରୀ ନୀତି ଲାଗୁ ପ୍ରଣୟନ ଓ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ତାଙ୍କର ବଡ ଭୂମିକା ରହିଛି । ପୂର୍ବରୁ ପ୍ରମାଣ ନଷ୍ଟ କରିବା ଲାଗି ସେ ନିଜ ଫୋନକୁ ମଧ୍ୟ ନଷ୍ଟ କରିଦେଇଥିଲେ । ଏଣୁ ଜାମିନ ମିଳିଲେ ଅନ୍ୟ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ସିବିଆଇ ପକ୍ଷରୁ ଡିପି ସିଂ ଯୁକ୍ତି ବାଢିଥିଲେ । ତାଙ୍କୁ ଜାମିନ ଦିଆଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି କହି କୋର୍ଟ ଆବେଦନ ଖାରଜ କରିଦେଇଥିଲେ । ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଗତକାଲି(ବୁଧବାର) ଆପ୍ ନେତା ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: President Murmu To Visit Assam: ଆଜିଠୁ ତିନି ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି

ସେହିପରି ଗତକାଲି ଆମ୍ ଆଦାମୀ ପାର୍ଟି (ଆପ୍) ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିଜେପି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଗୁଡିକର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲା । ପ୍ରକାଶଥାଉ କି, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ମାରାଥନ ଜେରା ପରେ ଗତ ଫେବୃୟାରୀ ୨୬ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଅନ୍ୟପଟେ ଇଡି, ସିବିଆଇର ଅପବ୍ୟବହାର ହେଉଥିବା ଅଭିଯୋଗରେ କଂଗ୍ରେସ ସମେତ ୧୪ ରାଜନୈତିକ ଦଳ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନ ଗତକାଲି ଖାରଜ ହୋଇଛି । ସର୍ବୋଚ୍ଚ ଅଦାଲତ ଏହି ଆବେଦନର ଶୁଣାଣି ପାଇଁ ମନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: BJP@44: ଶୂନ୍ୟରୁ ଶୀର୍ଷ ଯାଏଁ ବିଜେପିର ସଂଘର୍ଷପୂର୍ଣ୍ଣ ଯାତ୍ରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.