ETV Bharat / bharat

ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ

author img

By

Published : Nov 11, 2020, 7:46 AM IST

ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପେଢାମ୍ପେଟ ଜଙ୍ଗଲରେ ପୋଲିସ କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ନକ୍ସଲଙ୍କ ଧରିବାକୁ ପୋଲିସର ଉଦ୍ୟମ ଜାରି ରହିଛି । ଅଧିକ ପଢନ୍ତୁ...

exchange of fires between police and naxal in telengana
ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ

ହାଇଦ୍ରାବାଦ: ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପେଢାମ୍ପେଟ ଜଙ୍ଗଲରେ ପୋଲିସ କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ରାଇଫଲ, 8 ଟି କିଟ ବ୍ୟାଗ ଏବଂ ମେଡିକାଲ କିଟ ଜବତ କରାଯାଇଛି । ତେବେ ଏହି ଗୁଳି ବିନିମୟରେ କୌଣସି କ୍ଷୟକ୍ଷତି ଘଟିଥିବା ନଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପେଢାମ୍ପେଟ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ସମ୍ବନ୍ଧରେ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ନକ୍ସଲମାନେ ବ୍ୟବସାୟୀ ଏବଂ କଣ୍ଟ୍ରାକ୍ଟରଙ୍କୁ ଧମକଚମକ ଦେଇ ଟଙ୍କା ଲୁଟପାଟ କରି ଶାନ୍ତି ଓ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରୁଥିଲେ । ଏନେଇ ପୋଲିସ ମଙ୍ଗଳବାର ସେହି ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲା । ଏହି ସମୟରେ ନକ୍ସଲମାନେ ପୋଲିସ ଉପରେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା । ତେବେ ଗୁଳି ବିନିମୟ ଯୋଗୁଁ ଉଭୟ ପକ୍ଷର କୌଣସି କ୍ଷୟକ୍ଷତି ଘଟିନାହିଁ । ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ମେଡିକାଲ କିଟ, 8 କିଟ ବ୍ୟାଗ, ସୋଲାର ଲାଇଟ ଏବଂ କିଛି ରୋଷେଇ ସାମଗ୍ରୀ ଜବତ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଘଟଣାରେ ସମ୍ପୃକ୍ତ ନକ୍ସଲମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.