ETV Bharat / bharat

ଉଦ୍ଧବଙ୍କୁ ମଧ୍ୟ ଆସାମକୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

author img

By

Published : Jun 24, 2022, 8:04 PM IST

ଉଦ୍ଧବଙ୍କୁ ମଧ୍ୟ ଆସାମାକୁ ସ୍ବାଗତ କହିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା
ଉଦ୍ଧବଙ୍କୁ ମଧ୍ୟ ଆସାମାକୁ ସ୍ବାଗତ କହିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା

"ସମସ୍ତ ପର୍ଯ୍ୟଟକଙ୍କୁ ଆସାମକୁ ସ୍ବାଗତ । ଏହାଦ୍ବାରା ଆସାମର ଅର୍ଥନୀତି ସୁଦୃଢ଼ ହେବ ।" ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: "ସମସ୍ତ ପର୍ଯ୍ୟଟକଙ୍କୁ ଆସାମକୁ ସ୍ବାଗତ । ଏହାଦ୍ବାରା ଆସାମର ଅର୍ଥନୀତି ସୁଦୃଢ଼ ହେବ ।" ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ମହାରାଷ୍ଟ୍ରରେ ମହାନାଟକ ଏବେ ବି ଜାରି ରହିଛି । ଉଦ୍ଧବ ସରକାର ଭାଙ୍ଗିବା ସଙ୍କଟ ବୃଦ୍ଧି ପାଇଛି । କାରଣ ବିଦ୍ରୋହୀ ବିଧାୟକ କ୍ୟାମ୍ପରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ୧୭ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଅନୁମୋଦନ କରିଛନ୍ତି ମହାରାଷ୍ଟ୍ରର ବାଚସ୍ପତି । ବିଦ୍ରୋହୀ ଶିବସେନା ବିଧାୟକ ଆସାମର ଗୌହ୍ବାଟୀର ଏକ ହୋଟେଲ୍‌ରେ ରହିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହିମନ୍ତ ବିଶ୍ବଶର୍ମା ।

ହିମନ୍ତ କହିଛନ୍ତି ଯେ, "ଉଦ୍ଧବ ଠାକ୍‌ରେ ମଧ୍ୟ ଆସାମ ଆସି ବୁଲି ପାରିବେ । କିଏ ଆସିଲା ନଆସିଲା ତାହାକୁ ନେଇ ଆମର ରାଜନୀତି କରିବାର ନାହିଁ । କିଛି ପର୍ଯ୍ୟଟକ ଆସାମ ବୁଲିବାକୁ ଆସି ହୋଟେଲ ବୁକ୍‌ କରିଛନ୍ତି । ଏହାଦ୍ବାରା ଆସାମର ପର୍ଯ୍ୟଟନର ପ୍ରଚାର ହେଉଛି ।"

ମହାରାଷ୍ଟ୍ରର ରାଜନୀତି ହଟଚମଟ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏହାଏକ ବଡ଼ ରାଜ୍ୟ ସେଠାକାର ଲୋକ ଏଠାକୁ ବୁଲିବାକୁ ଆସୁଛନ୍ତି ଏହାଏକ ଖୁସିର କଥା । ଏହାଦ୍ବାରା ରାଜ୍ୟର ଅର୍ଥନୀତି ସୁଦୃଢ଼ ହେଉଛି ବୋଲି ହିମନ୍ତ କହିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ସୃଷ୍ଟି ହେବା ପଛରେ ଆସାମର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.