ETV Bharat / bharat

ଓଡିଶା ସୀମାରେ ପୋଲିସ-ନକ୍ସଲ ଗୁଳି ବିନିମୟ

author img

By

Published : Jul 8, 2022, 7:34 PM IST

ଓଡିଶା ସୀମାନ୍ତ ଛତିଶଗଡ ଗରିଆବନ୍ଦରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ମୃତାହତ ନେଇ କୌଣସି ସୂଚନା ନାହିଁ । ଅଧିକ ପଢନ୍ତୁ

ଓଡିଶା ସୀମାରେ ପୋଲିସ-ନକ୍ସଲ ଗୁଳି ବିନିମୟ
ଓଡିଶା ସୀମାରେ ପୋଲିସ-ନକ୍ସଲ ଗୁଳି ବିନିମୟ

ରାୟପୁର: ଛତିଶଗଡରେ ନକ୍ସଲ ଉପଦ୍ରବ ବୃଦ୍ଧି ପାଉଛି । ଆଜି(ଶୁକ୍ରବାର) ଓଡିଶା ସୀମାନ୍ତ ଛତିଶଗଡ ଗରିଆବନ୍ଦରେ ପୁଣି ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଗରିଆବନ୍ଦର କୁହ୍ଲାଡିଘାଟ(kulhadighat) ନିକଟ ଜଙ୍ଗଲରେ ସିଆରପିଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମୃତାହତ ନେଇ ଏ ଯାଏଁ କୌଣସି ସୂଚନା ମିଳିନାହିଁ । ଏହି ଗୁଳି ବିନିମୟ ଖବର ପରେ ଜିଲ୍ଲା ପୋଲିସ ସତର୍କତା ବଢାଇ ଦେଇଛି ଏବଂ ଜଙ୍ଗଲରେ ନକ୍ସଲଙ୍କୁ ଘେରାବନ୍ଦୀ କରିବାକୁ ପ୍ରୟାସ କରୁଛି ।

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀ ନକ୍ସଲଙ୍କ ଉପରେ ଭାରି ପଡିଛନ୍ତି । ଯାହାଫଳରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି । ସେପଟେ ଓଡିଶା ପକ୍ଷରୁ ସିଆରପିଏଫ ଯବାନ ନକ୍ସଲଙ୍କୁ ଘେରାବନ୍ଦୀ କରିବାକୁ ଉଦ୍ୟମ ଚଳାଇଛନ୍ତି । କହିରଖୁଛୁ କି, ଏହାପୂର୍ବରୁ ୧୫ ଦିନ ତଳେ ଓଡିଶା ସୀମାନ୍ତ ନୂଆପଡା ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସିଆରପିଏଫର ୩ ଯବାନ ଶହୀଦ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.