ETV Bharat / bharat

Paper Leak Case: ଆକ୍ସନ ମୁଡରେ ଇଡି, ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ଘରେ ଚଢାଉ

author img

By ETV Bharat Odisha Team

Published : Oct 26, 2023, 12:47 PM IST

ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା କଂଗ୍ରେସ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ଚଢାଉ କଲା । ପେପର ଲିକ୍‌ ମାମଲାରେ ଚଢାଉ କରିଛି ଇଡି । ଅଧିକ ପଢନ୍ତୁ

Paper Leak Case
Paper Leak Case

ଜୟପୁର: ମୁଣ୍ଡ ଉପରେ ନିର୍ବାଚନ । କଂଗ୍ରେସ ନେତାଙ୍କ ଘରେ ପଶିଲା ଇଡି । ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା କଂଗ୍ରେସ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ଆଜି ଚଢାଉ କରିଛି ଇଡି । ଗତବର୍ଷ ହୋଇଥିବା ପେପର ଲିକ୍‌ ମାମଲାର ଆର୍ଥିକ ହେରଫେର ମାମଲାରେ ଏହି ଚଢାଉ କରିଛି ଇଡି । ଏଥିସହ କଂଗ୍ରେସ ନେତା ଓମପ୍ରକାଶ ହୁଡଲାଙ୍କ ସମେତ ଅନ୍ୟ କିଛି ଲୋକଙ୍କ ଘରେ ମଧ୍ୟ ଛାନଭିନ ଜାରି ରଖିଛି ଇଡି ।

ପେପର ଲିକ୍‌ ମାମଲାରେ ଆର୍ଥିକ ନେଣଦେଣ ହୋଇଥିବା ଅଭିଯୋଗ ପାଇଥିବା ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ଆରପିଏସସି ସଦସ୍ୟ ବାବୁଲାଲ କଟାରାଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରାଯାଇଥିଲା । କିଛି କୋଚିଂ ସେଣ୍ଟର ପକ୍ଷରୁ ଇଡିରେ ଅଭିଯୋଗ ପରେ ଛାପା ମାରିଛି ଇଡି ।

ଏହା ମଧ୍ୟ ପଢନ୍ତୁ: ଅଭିଷେକଙ୍କ ED କାର୍ଯ୍ୟାନୁଷ୍ଠାନ ବେଳେ ଦୂରରେ ରହିବ ଗଣମାଧ୍ୟମ, ରୋକ ଲଗାଇଲେ ହାଇକୋର୍ଟ

  • दिनांक 25/10/23

    राजस्थान की महिलाओं के लिए कांग्रेस की गारंटियाँ लॉंच

    दिनांक 26/10/23

    -राजस्थान कांग्रेस अध्यक्ष गोविन्द सिंह जी डोटासरा के यहाँ ED की रेड

    - मेरे बेटे वैभव गहलोत को ED में हाज़िर होने का समन

    अब आप समझ सकते हैं, जो मैं कहता आ रहा हूँ कि राजस्थान के अंदर ED की… pic.twitter.com/6hUbmCHCW1

    — Ashok Gehlot (@ashokgehlot51) October 26, 2023 " class="align-text-top noRightClick twitterSection" data=" ">

ଇଡି ଆକ୍ସନକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ: ସକାଳୁ ସକାଳୁ ଇଡିର ଆକ୍ସନ ଉପରେ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ସେ କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ମହିଳାଙ୍କ ପାଇଁ ଗ୍ୟାରେଣ୍ଟି ଲଞ୍ଚ କରିବା ପରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଘରେ ଏହି ରେଡ୍‌ କରିଛି ଇଡି । ଏହାସହ ସେ ଆହୁରି କହିଛନ୍ତି ଇଡି ପକ୍ଷରୁ ମୋ ପୁଅ ବୈଭବ ଗେହେଲଟକୁ ମଧ୍ୟ ସମନ ମିଳିଛି । ଆପଣ ମାନେ ବୁଝି ପାରୁଥିବେ ମୁଁ ଆଗରୁ ମଧ୍ୟ କହି ଆସିଛି । ବିଜେପି ଚାହୁଁନି ଆମେ ମହିଳା, ଚାଷୀଙ୍କୁ ମିଳିବାକୁ ଥିବା ଫାଇଦାର ଲାଭ ସେମାନେ ନଉଠାନ୍ତୁ । ସେଥିପାଇଁ ଇଡି ସବୁବେଳେ ରାଜସ୍ଥାନ ଭିତରେ ରହିଆସୁଛି ।

ଇଡି ରେଡ ପରେ କଂଗ୍ରେସ ନେତାଙ୍କ ମଧ୍ୟରେ କମ୍ପନ: ଇଡି ପୁରା ଟିମ୍‌ ସହ ସିକର ଓ ଦୋସା ଅଞ୍ଚଳର 7ଟି ଅଞ୍ଚଳରେ ଚଢାଉ କରିଛି । ଏ ପର୍ଯ୍ୟନ୍ତ ଇଡି ହାତରେ ସେପରି କିଛି ଠୋସ୍‌ ସୁରାଗ ଲାଗି ନଥିଲେ ବି ପ୍ରମାଣ ଯୋଗାଡ କରିବାରେ ଲାଗି ପଡିଛି ଟିମ୍‌ । ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଟିମ୍‌ ମୁତୟନ କରାଯାଇଛି । ସେପଟେ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ରେଡ ପରେ ଅନ୍ୟ କଂଗ୍ରେସ ନେତାଙ୍କ ମନରେ ଛନକା ପଶିଛି । ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି । ଏପରି ସମୟରେ ଇଡିର ରେଡ ନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି କଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.