ETV Bharat / bharat

Earth Day 2022: ସହରୀକରଣ ନିଶାରେ ସବୁଜିମା ନଷ୍ଟ

author img

By

Published : Apr 22, 2022, 1:54 PM IST

ଆଜି ହେଉଛି ଆର୍ଥ ଡେ ବା ପୃଥିବୀ ଦିବସ । ପ୍ରତିବର୍ଷ 22 ଏପ୍ରିଲକୁ ପରିବେଶ ସୁରକ୍ଷା ପାଇଁ ସାରା ବିଶ୍ବରେ ପୃଥିବୀ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ

Earth Day 2022
Earth Day 2022

ହାଇଦ୍ରାବାଦ: ପୃଥିବି ହେଉଛି ଆମ ଘର । କେତେ ଝଡ ଝଞ୍ଜା ସହିଛି ଏ ଧରିତ୍ରୀ । ହେଲେ ଆମ ହାତ କେବେ ଛାଡିନାହିଁ । ନିଜ କୋଳରେ ଆମକୁ କୋଳେଇ ରଖିଥିବାରୁ ତା ନାମ ଧରିତ୍ରୀ । ପୃଥିବୀ ପୃଷ୍ଠରେ ରହିଥିବା ଗଛଲତା, ପାଣିପବନ, ଜୀବଜନ୍ତୁ ଆଉ ମାଟି ପଥର ଆମ ପରିବେଶ । ହେଲେ ଏବେ କଂକ୍ରିଟ ଚାଦର ତଳେ ଲୁଚି ଯାଇଛି ମାଟି । ପ୍ରଦୂଷଣ ପାଇଁ ପରିବେଶକୁ ଗ୍ରାସି ସାରିଲାଣି ବିପଦ । ମଣିଷକୁ ବଞ୍ଚିାବାକୁ ହେଲେ ଧରାର ସୁରକ୍ଷା ନିହାତି ଆବଶ୍ୟକ । ଆଜି ହେଉଛି ଆର୍ଥ ଡେ ବା ପୃଥିବୀ ଦିବସ । ପ୍ରତିବର୍ଷ 22 ଏପ୍ରିଲକୁ ପରିବେଶ ସୁରକ୍ଷା ପାଇଁ ସାରା ବିଶ୍ବରେ ପୃଥିବୀ ଦିବସ ଭାବରେ ପାଳନ କରାଯାଏ ।

ଏହାକୁ ପ୍ରଥମେ 1970 ମସିହାରେ ପାଳନ କରାଯାଇଥିଲା । ଚଳିତ ବର୍ଷ ପୃଥିବୀ ଦିବସକୁ 50 ବର୍ଷ ପୁରିଛି । ଏହାର ଥିମ୍ 'କ୍ଲାଇମେଟ ଆକ୍ସନ' ରଖାଯାଇଛି । ଏହି ଆନ୍ଦୋଳନକୁ 1969 ମସିହାରେ ଜୁଲିଆନ୍ କୋନିଗ ପ୍ରଦାନ କରିଥିଲେ, ଏବଂ 22 ଏପ୍ରିଲରେ ଏହାକୁ ପାଳନ କରିବାକୁ ସ୍ଥିର ହୋଇଥିଲା । ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି 'ଆମ ଗ୍ରହରେ ନିବେଶ' କରିବା । ଏ ବିଶ୍ବକୁ ରକ୍ଷା କରିବାକୁ ପ୍ରତ୍ୟେକଙ୍କୁ ନିଜର ଅବଦାନ ଦେବାକୁ ହେବ । ଆମ ପୃଥିବୀର ଉତ୍ତମ ଭବିଷ୍ୟତ ପାଇଁ ସରକାର ଉଦ୍ୟୋଗ ଓ ବ୍ୟକ୍ତି ବିଶେଷ ନିବେଶ କରୁନ୍ତି ବୋଲି ଚଳିତ ବର୍ଷ ଏହି ଦିବସରେ ଆହ୍ବାନ ରହିଛି ।

ଜୟବାୟୁ ସଙ୍କଟ ଅଧିକରୁ ଅଧିକ ଗମ୍ଭୀର ହେବାରେ ଲାଗିଛି । ସହରୀକରଣ ନିଶା ଜଙ୍ଗଲକୁ ନଷ୍ଟ କରୁଛି । ସଭ୍ୟତାର ବିକାଶ ନାମରେ ସବୁଜିମା ନଷ୍ଟ ହେଉଛି । ଉନ୍ନତି ଆଳରେ ଆମର ପ୍ରୟାସ ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡୁଛି । ପ୍ରତିବର୍ଷ ପୃଥିବୀ ଦିବସର ଗୁରୁତ୍ବ ବଢୁଛି । ପରିବେଶ ସୁରକ୍ଷା ଏବଂ ପୃଥିବିର ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋକପାତ କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ପୃଥିବୀକୁ ରକ୍ଷା କରିବାକୁ ହେଲେ ପ୍ରଦୂଷଣ ବିରୋଧରେ ଲଢିବାକୁ ପଡିବ । ଯଦି ପ୍ରଦୂଷଣର ବିରୋଧ ନ କରାଯାଏ ତେବେ ଧିରେ ଧିରେ ଧରାପୃଷ୍ଠ ନିଶ୍ଚିହ୍ନ ହୋଇଯିବ । ତେଣୁ ଏ ଦିଗରେ ସମସ୍ତଙ୍କ ଆନ୍ତରିକତା ଏକାନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.