ETV Bharat / bharat

ବ୍ରିଟେନ ପ୍ରତିପକ୍ଷଙ୍କ କଥା ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

author img

By

Published : Oct 25, 2022, 9:22 PM IST

ବ୍ରିଟେନ ପ୍ରତିପକ୍ଷ ଜେମ୍ସ କ୍ଲେଭର୍ଲିଙ୍କ କଥା ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର (EAM Jaishankar speaks with UK Foreign Secretary) । ସ୍ଥାନ ପାଇଲା ଦ୍ବିପାକ୍ଷିକ ସମ୍ପର୍କ ସହ ଆତଙ୍କବାଦ ନିରୋଧ ଓ ୟୁକ୍ରେନ ସଙ୍କଟ ପ୍ରସଙ୍ଗ । ଅଧିକ ପଢନ୍ତୁ

ବ୍ରିଟେନ ପ୍ରତିପକ୍ଷଙ୍କ କଥା ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
ବ୍ରିଟେନ ପ୍ରତିପକ୍ଷଙ୍କ କଥା ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ବ୍ରିଟେନ ବୈଦେଶିକ ସଚିବଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଡ.ଏସ.ଜୟଶଙ୍କର । ବ୍ରିଟେନ ବୈଦେଶିକ ସଚିବ ଜେମ୍ସ କ୍ଲେଭର୍ଲିଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କଥା ହୋଇ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି (EAM Jaishankar speaks with UK Foreign Secretary) ।

  • External Affairs Minister Dr S Jaishankar speaks with UK Foreign Secretary, James Cleverly

    "Discussed counter-terrorism, bilateral relations and the Ukraine conflict," EAM says.

    (file photo) pic.twitter.com/0sWwRzhMA1

    — ANI (@ANI) October 25, 2022 " class="align-text-top noRightClick twitterSection" data=" ">

ଏହି ଆଲୋଚନାରେ ଦୁଇ ଦେଶର ସମୂହ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ସହ ଦ୍ବିପାକ୍ଷିକ ପ୍ରସଙ୍ଗ ଓ ଆତଙ୍କବାଦ ନିରୋଧ ପ୍ରସଙ୍ଗରେ ଏହି କଥାବାର୍ତ୍ତା ହୋଇଛି । ସେହିପରି ବର୍ତ୍ତମାନ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇଥିବା ଋଷ ୟୁକ୍ରେନ ସ୍ଥିତି ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି । ୟୁକ୍ରେନରେ ପୁଣି ଥରେ ଋଷ ଆକ୍ରମଣ ତୀବ୍ର କରିବା ପରେ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସାମ୍ପ୍ରତିକ ୟୁକ୍ରେନ ସ୍ଥିତି ନେଇ ମଧ୍ୟ ଉଭୟ ନେତା ଏହି ଆଲୋଚନାରେ ଆଲୋଚନା କରିଛନ୍ତି । ଏହି ବାର୍ତ୍ତାଳାପ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.