ETV Bharat / bharat

ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

author img

By

Published : Aug 8, 2022, 7:29 PM IST

Updated : Aug 8, 2022, 9:31 PM IST

ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ଓ ଭାରତର ସହୟତା ଯୋଗାଣ ପ୍ରସଙ୍ଗରେ ହେଲା ଆଲୋଚନା । ଅଧିକ ପଢନ୍ତୁ

ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର
ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ୟୁକ୍ରେନ ପ୍ରତିପକ୍ଷ ଡିମିଟ୍ରୋ କୁଲେବାଙ୍କ (Dmytro Kuleba) ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୟୁକ୍ରେନର ଲାଗି ରହିଥିବା ସଙ୍କଟ ମଧ୍ୟରେ ସାମ୍ପ୍ରତିକ ସ୍ଥିତି ଉପରେ ଉଭୟ ନେତା ଟେଲିଫୋନ୍‌ରେ ଆଲୋଚନା କରିଛନ୍ତି । ଆଜି ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ଜୟଶଙ୍କର ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

  • Appreciated the conversation today with FM @DmytroKuleba of Ukraine.

    Discussed recent developments in the conflict and its continuing global repercussions.

    Assured that the next consignment of Indian humanitarian assistance will be reaching very soon.

    — Dr. S. Jaishankar (@DrSJaishankar) August 8, 2022 " class="align-text-top noRightClick twitterSection" data=" ">

ସେହିପରି ଯୁଦ୍ଧ ଆରମ୍ଭରୁ ଉଭୟ ଋଷ ଓ ୟୁକ୍ରେନକୁ ହିଂସା ଛାଡି କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାର କରିବା ପାଇଁ ପରାମର୍ଶ ଦେଇଆସିଛି ଭାରତ । ବିଶ୍ବ ସମୁଦାୟ ପକ୍ଷଭୁକ୍ତ ହୋଇ ନିଜ ଆଭିମୁଖ୍ୟ ରଖିଥିବାବେଳେ, ଭାରତ କିନ୍ତୁ ଭାରସାମ୍ୟ ରକ୍ଷା କରି ନିରପେକ୍ଷ ଭାବେ ନିଜର ଅହିଂସା ଓ କୂଟନୈତିକ ସ୍ତରରେ ସମାଧାନ କରିବା ଆଭିମୁଖ୍ୟ ରଖିଥିଲା ।

ଯୁଦ୍ଧ ଆରମ୍ଭର ପ୍ରାରମ୍ଭରୁ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ମଧ୍ୟ ଯୋଗାଇବା ଜାରି ରଖିଛି ଏକାଧିକ ପର୍ଯ୍ୟାୟରେ ଚିକିତ୍ସା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀକୁ ନେଇ ଭାରତ ଏକାଧିକ ସହାୟତା ପ୍ୟାକେଜର ସିପମେଟ ୟୁକ୍ରେନକୁ ପଠାଇ ସାରିଛି । ଆଗକୁ ମଧ୍ୟ ଏହି ସହାୟତା ପ୍ରକ୍ରିୟା ରହିବା ନେଇ ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କୁ ଆଶ୍ବାସନା ଦେଇଛନ୍ତି ।

Last Updated : Aug 8, 2022, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.