ETV Bharat / bharat

ହନିଟ୍ରାପରେ ଗିରଫ DRDO ବୈଜ୍ଞାନିକ: ପାକିସ୍ତାନକୁ ଦେଇଛନ୍ତି ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ତଥ୍ୟ

author img

By

Published : May 10, 2023, 10:59 PM IST

ପାକିସ୍ତାନକୁ ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ସୂଚନା ଦେଇଛନ୍ତି ହନିଟ୍ରାପରେ ଗିରଫ DRDO ବୈଜ୍ଞାନିକ
ପାକିସ୍ତାନକୁ ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ସୂଚନା ଦେଇଛନ୍ତି ହନିଟ୍ରାପରେ ଗିରଫ DRDO ବୈଜ୍ଞାନିକ

ପାକିସ୍ତାନକୁ ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ସୂଚନା ଦେଇଛନ୍ତି ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇ ଗିରଫ ହୋଇଥିବା DRDOର ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁରୁଲକର । ବଢିଲା ଭାରତର ଚିନ୍ତା । ଅଧିକ ପଢନ୍ତୁ

ମୁମ୍ବାଇ: ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇ ଗିରଫ ହୋଇଥିବା DRDO ର ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ସର୍ବୋଚ୍ଚ ପ୍ରତିରକ୍ଷା ବବେଷଣା ସଂସ୍ଥାର ଏହି ବରିଷ୍ଠ ବୈଜ୍ଞାନିକ ଶତୃ ଦେଶର ମହିଳାଙ୍କୁ ସହ ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି । ଭାରତୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ ଓ ‘ଅଗ୍ନୀ’ ସମେତ ଅନ୍ୟ କିଛି କ୍ଷେପଣାସ୍ତ୍ରର ଫଟୋ ଓ ଗବେଷଣା ସମ୍ପର୍କିତ ତଥ୍ୟ ସେ ଉକ୍ତ ପାକିସ୍ତାନୀ ମହିଳାଙ୍କୁ ପ୍ରଦାନ କରିଥିବା ତଦନ୍ତ କରୁଥିବା ଆଣ୍ଟି ଟେରରିଜମ ସ୍କ୍ବାଡ ଜାଣିବାକୁ ପାଇଛି ।

ପାକିସ୍ତାନକୁ ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ସୂଚନା ଦେଇଛନ୍ତି ହନିଟ୍ରାପରେ ଗିରଫ DRDO ବୈଜ୍ଞାନିକ
ପାକିସ୍ତାନକୁ ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ସୂଚନା ଦେଇଛନ୍ତି ହନିଟ୍ରାପରେ ଗିରଫ DRDO ବୈଜ୍ଞାନିକ

ତେବେ ଅନ୍ୟ ଏକ ସୂଚନା ଅନୁସାରେ, ଗତବର୍ଷ ଏହି ବରିଷ୍ଠ ପ୍ରତିରକ୍ଷା ବୈଜ୍ଞାନିକ ଏକାଧିକ ଦେଶ ଭ୍ରମଣ କରିଛନ୍ତି । ହେଲେ ସେ ଏହି ସମୟ ମଧ୍ୟରେ ପାକିସ୍ତାନ ଯାଇଛନ୍ତି କି ନାହିଁ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ସେ ସମ୍ପୃକ୍ତ ମହିଳାଙ୍କୁ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶରେ ସାକ୍ଷାତ କରିଥିବା ସନ୍ଦେହ ପ୍ରକାଶ ପାଇଛି । ସେ ପ୍ରାୟ ଗତ 6ମାସ ହେବ ମହିଳାଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ଏକାଧିକ ସୋସିଆଲ ମିଡିଆ ଫର୍ମାଟରେ ତଥ୍ୟ, ବାର୍ତ୍ତା ଓ ଫଟୋ ଭିଡିଓ ଆଦି ବିନିମୟ ହୋଇଥିଲା । ଏହି ତଥ୍ୟ ଆଦାନ ପ୍ରଦାନ କରିବା ବେଳେ ଏହି ଗିରଫ ବୈଜ୍ଞାନିକ ଜଣଙ୍କ କ୍ଷେପଣାସ୍ତ୍ରର ପ୍ରଣାଳୀର ତଥ୍ୟ ମଧ୍ୟ ଦେଇଥିବା ଜଣାପଡିବା ପରେ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି ।

ମେ’ 4 ତାରିଖରେ DRDO ରିସର୍ଚ୍ଚ ବଡିର ନିର୍ଦ୍ଦେଶକ ପ୍ରଦୀପ କୁରୁଲକରଙ୍କୁ ମୁମ୍ବାଇ ଏଟିଏସ ଗିରଫ କରିଥିଲା । ପ୍ରଦୀପ DRDO ର ରିସର୍ଚ୍ଚର ବିଭାଗର ଲ୍ୟାବ ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ । ତେବେ ତାଙ୍କ କାର୍ଯ୍ୟକାଳ ଆଉ 6 ମାସ ଥିବା ବେଳେ ସେ ଜଣେ ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହୋଇଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଆତଙ୍କବାଦ ନିରୋଧୀ ସ୍କ୍ବାଡ (ATS) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଦୀପ କୁରୁଲକର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସହ ଗତ କିଛି ମାସ ଧରି ସମ୍ପର୍କରେ ଥିଲେ । ମୋବାଇଲ କଲ ଓ ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ତାଙ୍କ ସହ ଯୋଗାଯୋଗ କରିଥିଲେ । ଗତ 6 ମାସରୁ ଅଧିକ ହେବ ସେ ଏହି ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଥିବା ସୂଚନା ମିଳିଥିଲା । ଗିରଫଦାରୀର ପୂର୍ବ ଦିନ (ମେ’ 3 ତାରିଖ) ରେ ସେ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଥିବା ସମୟରେ ମଧ୍ୟ ଏହି ବିଦେଶୀ ମହିଳାଙ୍କ ସହ ଭଏସ ଓ ଭିଡିଓ କଲରେ କଥା ମଧ୍ୟ ହୋଇଥିଲେ ।

ତାଙ୍କ ସହ ସମ୍ପର୍କରେ ଥିବା ମହିଳା ପାକିସ୍ତାନୀ ଇଣ୍ଟେଲଜେନ୍ସି ଅପରଟେଭି (PIO) ସହ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗତ କିଛି ତଳେ କୁରୁଲକର ଏଟିଏସ ରାଡାରକୁ ଆସିଥିଲେ । ଆଜି ତାଙ୍କୁ ଗିରଫ କରାଯାଇଛି । ତାଙ୍କର ମୋବାଇଲ, କମ୍ପ୍ୟୁଟର ଓ କାର୍ଯ୍ୟାଳୟର ସମସ୍ତ ଇଲୋକ୍ଟ୍ରୋନିକ୍ସ ସରଞ୍ଜାମକୁ ଏଟିଏସ ଜବତ କରିବା ସହ ଫୋରେନ୍ସିକ ଲ୍ୟାବକୁ ପଠାଇଥିଲା । ଏବେ ଏହି ବିସ୍ଫୋରକ ସୂଚନା ସାମାନ୍ୟକୁ ଆସିଛି ।

ବ୍ୟୁରୋ,ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.