ETV Bharat / bharat

ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀ ପୋଲିସର ଚାଲାଣ

author img

By

Published : Jun 25, 2021, 11:49 AM IST

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କ କାରର ଚାଲାଣ କାଟିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ରୋବର୍ଟ ଭଦ୍ରା
ରୋବର୍ଟ ଭଦ୍ରା

ନୂଆଦିଲ୍ଲୀ: ରବର୍ଟ ଭଦ୍ରାଙ୍କ ଚାଲାଣ କାଟିଲା ଦିଲ୍ଲୀ ପୋଲିସ । ବିପଦପୂର୍ଣ୍ଣ ଗାଡି ଚଳାଇବା ନେଇ କଂଗ୍ରେସ ସଭାପତି ସେନିଆ ଗାନ୍ଧୀଙ୍କ ଜ୍ବାଇଁଙ୍କୁ ଚାଲାଣ କାଟିଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସର ସୂଚନାଅନୁସାରେ, ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ବୁଧବାର ରବର୍ଟ ଭଦ୍ରା ତାଙ୍କ ଅଫିସ ଯିବା ସମୟରେ ତାଙ୍କଠାରୁ ଚାଲାଣ କାଟିଛି ପୋଲିସ । ପରିବହନ ପରିଚାଳନା ନିୟମ ଅନୁଯାୟୀ ଧାରା 184 ଅଧୀନରେ ତାଙ୍କଠାରୁ ଚାଲାଣ କଟାଯାଇଛି ।

ବୁଧବାର ଭଦ୍ରା ତାଙ୍କ ଅଙ୍ଗରକ୍ଷୀଙ୍କ ସହିତ ଅଫିସ ଯାଉଥିଲେ । ହଠାତ ତାଙ୍କ କାର୍ ଡ୍ରାଇଭର ଅଚାନକ୍ ବ୍ରେକ୍ ମାରିଥିଲା । ଫଳରେ ପଛରେ ଆସୁଥିବା ଗାଡ଼ି ଗୁଡ଼ିକ ତାଙ୍କ କାର ସହ ପିଟି ହୋଇଯାଇଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.