ETV Bharat / bharat

Delhi Liquor Scam: ଇଡି ଚାର୍ଜସିଟ୍‌ରେ ଯୋଡି ହେଲା କବିତାଙ୍କ ନାଁ

author img

By

Published : Dec 21, 2022, 1:05 PM IST

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାରି ରହିଛି ଧରପଗଡ । ସମୀର ମହେନ୍ଦ୍ରୁ ମାମଲାରେ ଇଡି ଦ୍ବାରା ଦାଖଲ ଚାର୍ଜସିଟ୍‌ରେ ସାମିଲ ହେଲା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ନାଁ । ଅଧିକ ପଢନ୍ତୁ

ଦିଲ୍ଲୀ ମଦ ଦୁର୍ନୀତି ମାମଲା
ଦିଲ୍ଲୀ ମଦ ଦୁର୍ନୀତି ମାମଲା

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ପାଇଁ ବଢୁଛି ଅଡୁଆ । ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା(MLC) କବିତାଙ୍କ ନାଁ ଇଡି ଚାର୍ଜସିଟ୍‌ରେ ଯୋଡି ହୋଇଛି(Kavitha named in ED charge sheet) । ତାଙ୍କ ବ୍ୟତୀତ ସାଂସଦ ମଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କର ପୁଅ ରାଘବ ରେଡ୍ଡୀ ଏବଂ ଅରବିନ୍ଦ ଫାର୍ମା ଡାଇରେକ୍ଟର ଶରତ ଚନ୍ଦ୍ର ରେଡ୍ଡୀଙ୍କ ନାମ ମଧ୍ୟ ଇଡି ଦ୍ବାରା ଦାଖଲ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।

ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁ, ପି ଶରତଚନ୍ଦ୍ର ରେଡ୍ଡୀ, ବିନୟ ବାବୁ, ବିଜୟ ନାୟର ଏବଂ ବୋଇନାପଲ୍ଲୀ ଅଭିଶେଖଙ୍କ ବୟାନକୁ ଭିତ୍ତି କରି ଇଡି ଏହି ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟ୍‌ରେ କୁହାଯାଇଛି ଯେ, ଇଣ୍ଡୋସ୍ପିରିଟ କମ୍ପାନୀ( Indospirits company) ୧୪,୦୫,୫୮,୮୯୦ ବୋତଲ ମଦ ବିକ୍ରୟ କରି ୧୯୨.୮ କୋଟି ଆୟ କରିଥିଲା । ଏହି କମ୍ପାନୀରେ କବିତା ଏବଂ ମାଗୁନ୍ତ ରାଘବ ରେଡ୍ଡୀ ପ୍ରମୁଖ୍ୟ ପାର୍ଟନର ଥିଲେ । ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ବିଜୟ ନାୟରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ ଏହି ଗ୍ରୁପ MLC କବିତା, ମାଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀ(Magunta Srinivasulu Reddy), ରାଘବ ରେଡ୍ଡୀ, ଶରତ ରେଡ୍ଡୀଙ୍କ ଅଧିନରେ ରହିଥିଲା । ସାଉଥ୍ ଗ୍ରୁପ ଓ ଆପ୍ ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଏହି ଗ୍ରୁପ ଅଗ୍ରୀମ ଭାବେ ଏହି ଟଙ୍କା ପ୍ରଦାନ କରିଥିଲା । ଯାହାଫଳରେ ଇଣ୍ଡୋସ୍ପିରିଟର ୬୫ ପ୍ରତିଶତ ଷ୍ଟକ ସାଉଥ ଗ୍ରୁପକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: Delhi liquor scam case: କବିତାଙ୍କୁ ସାଢେ ୭ ଘଣ୍ଟା ଘାଣ୍ଟିଲା CBI

ଆହୁରିମଧ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି ଯେ, ଚଳିତ ବର୍ଷ ଜାନୁଆରୀରେ କବିତା ନିଜ ହାଇଦ୍ରାବାଦ ସ୍ଥିତ ବାସଭବନରେ ସମୀର ମହେନ୍ଦ୍ରୁଙ୍କ ସହ ସାକ୍ଷାତ କରିଥିଲେ । ସେହି ସମୟରେ ଶରତ ଚନ୍ଦ୍ର ରେଡ୍ଡୀ, ଅରୁଣ ପଲ୍ଲାଇ, ଅଭିଶେଖ ଓ କବିତାଙ୍କ ସ୍ବାମୀ ଅନିଲ ଉପସ୍ଥିତ ଥିଲେ । ମଦ ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ(Delhi liquor policy) କବିତାଙ୍କ ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ଗତ ୧୧ ତାରିଖରେ ସିବିଆଇ ତାଙ୍କୁ ବଞ୍ଜାରା ହିଲ୍ ସ୍ଥିତ ବାସଭବନରେ ସାଢେ ସାତ ଘଣ୍ଟା ଧରି ଜେରା କରିଥିଲା ।

ଏହାମଧ୍ୟ ପଢନ୍ତୁ: ଆସୁଛି ମକର ସଂକ୍ରାନ୍ତି, ଗୁଡ଼ିରେ ଦୁଷ୍କର୍ମ ବନ୍ଦ କର ବାର୍ତ୍ତା ଦେଲେ ସୁରଟ ବ୍ୟବସାୟୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.