ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା: 21 ପର୍ଯ୍ୟନ୍ତ ବଢିଲା ସଞ୍ଜୟଙ୍କ ନ୍ୟାୟିକ ହାଜତ ଅବଧି, କାଲି ଜାମିନ ଆବେଦନ ଶୁଣାଣି

author img

By ETV Bharat Odisha Team

Published : Dec 11, 2023, 6:31 PM IST

Delhi Liquor Case: 21 ପର୍ଯ୍ୟନ୍ତ ପୁଣି ବଢିଲା ଆପ ସାଂସଦ ସଞ୍ଜୟ ସିଂଙ୍କ ନ୍ୟାୟିକ ହାଜତ ଅବଧି । କାଲି ଅପରାହ୍ନରେ ଜାମିନ ଆବେଦନର ଶୁଣାଣି । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: 21 ପର୍ଯ୍ୟନ୍ତ ବଢିଲା ସଞ୍ଜୟଙ୍କ ନ୍ୟାୟିକ ହାଜତ ଅବଧି, କାଲି ଜାମିନ ଆବେଦନ ଶୁଣାଣି
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: 21 ପର୍ଯ୍ୟନ୍ତ ବଢିଲା ସଞ୍ଜୟଙ୍କ ନ୍ୟାୟିକ ହାଜତ ଅବଧି, କାଲି ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ଆମ ଆଦମୀ ପାର୍ଟି (AAP)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ପୂର୍ବ ନ୍ୟାୟିକ ଅବଧି ଶେଷ ହେବା ପରେ ଆଜି ଅପରାହ୍ନରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜାର କରାଯାଇଥିଲା । ଆଜି ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଚଳିତ ମାସ 21 ତାରିଖକୁ ବୃଦ୍ଧି କରିଛନ୍ତି । ଏହା ସହ ତାଙ୍କର ଜାମିନ ଆବେଦନ ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନରେ ଶୁଣାଣି ହେବା ନେଇ କୋର୍ଟ ସମୟ ନିର୍ଦ୍ଧାରିତ କରିଛନ୍ତି ।

  • #WATCH | AAP MP Sanjay Singh was produced before Delhi's Rouse Avenue Court today at the end of his judicial custody, in connection with the Excise policy money laundering case. pic.twitter.com/ckcWCqsvcn

    — ANI (@ANI) December 11, 2023 " class="align-text-top noRightClick twitterSection" data=" ">

ଆଜି କୋର୍ଟ ସାଂସଦ ସଞ୍ଜୟଙ୍କୁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି । ସ୍ବାଧୀକାର ଉଲ୍ଲଙ୍ଘନ ମାମଲାରେ ସେ ସଂସଦର ସ୍ବାଧୀକାର କମିଟିରେ ଦ୍ବାରସ୍ଥ ହେବାକୁ କୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ସେ ସଂସଦୀୟ କମିଟିରେ ଦ୍ବାରସ୍ଥ ହେବାକୁ ଜେଲରୁ ସାମୟିକ ମୁକ୍ତ ହେବେ । ମାତ୍ର ଏଥିପାଇଁ କୋର୍ଟ ଏକାଧିକ ସର୍ତ୍ତ ରଖିଛନ୍ତି । ସେ ଏହି ଅବଧି ମଧ୍ୟରେ ନିଜର ସାଥୀ ଓ ସମର୍ଥକଙ୍କୁ ଭେଟିବେ ନାହିଁ । ଗଣମାଧ୍ୟମ କିମ୍ବା କୌଣସି ସାର୍ବଜନୀନ ପ୍ଲାଟଫର୍ମରେ ମାମଲା ସହ ଜଡିତ ପ୍ରସଙ୍ଗରେ କୌଣସି ବୟାନବାଜୀ କିମ୍ବା ପ୍ରତିକ୍ରିୟା ରଖିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସଞ୍ଜୟ ସିଂଙ୍କୁ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମାମଲାରେ ଅକ୍ଟୋବର 4 ତାରିଖରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ବାସଭବନରେ ଏକାଧିକ ଘଣ୍ଟାର ଚଢାଉ ଓ ମାରାଥନ ଜେରା ପରେ ତାଙ୍କୁ ମନିଲଣ୍ଡ୍ରିଂ ଆକ୍ଟରେ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ନିକଟରେ କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସଞ୍ଜୟଙ୍କ ବିରୋଧରେ 60 ପୃଷ୍ଠା ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିସାରିଛି । ପୂର୍ବରୁ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ବେଲ ମିଳିପାରିନି । ଏବେ ସଞ୍ଜୟଙ୍କ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରାଯାଇଛି । ଗିରଫ ହେବା ପରଠାରୁ ତାଙ୍କର ମଧ୍ୟ ଏକାଧିକ ଥର ବେଲ ଆବେଦନ ଖାରଜ ହୋଇସାରିଛି । ତେବେ ଆସନ୍ତାକାଲି ତାଙ୍କର ଜାମିନ ଆବେଦନର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.