ETV Bharat / bharat

Delhi Excise Case: ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

author img

By

Published : May 30, 2023, 12:27 PM IST

Updated : May 30, 2023, 12:53 PM IST

ଦିଲ୍ଲୀ ହାଇକୋର୍ଟରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ । ଅଧିକ ପଢନ୍ତୁ

ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ
ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ହାଇକୋର୍ଟରୁ ନିରାଶ ହେଲା ଆପ୍ ନେତା ମନୀଷ ସିସୋଦିଆ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ଦେବାକୁ ମନା କଲେ କୋର୍ଟ । ଆଜି ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଜାମିନ ଆବଦେନ ଖାରଜ ହୋଇଯାଇଛି । ଜଷ୍ଟିସ ଦିନେଶ କୁମାର ଶର୍ମାଙ୍କ ଖଣ୍ଡପୀଠ ଆବେଦନ ଖାରଜ କରି କହିଛନ୍ତି, ସିସୋଦିଆ ଜଣେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ହୋଇଥିବାରୁ ପ୍ରମାଣ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସିବିଆଇ ଏହି ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଛି । ଏହି ମାମଲାରେ ତିହାର ଜେଲ୍‌ରେ ବନ୍ଦ ଥିବା ସିସୋଦିଆ ପ୍ରଥମେ ଜାମିନ ପାଇଁ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେଠାରେ ଜାମିନ୍‌ ଆବେଦନ ଅଗ୍ରାହ୍ୟ ହେବା ପରେ ସେ ହାଇକୋର୍ଟକୁ ଯାଇଥିଲେ । ହାଇକୋର୍ଟ ବିଚାରପତି ଦିନେଶ କୁମାରଙ୍କ ଖଣ୍ଡପୀଠ ଉଭୟ ସିବିଆଇ ଓ ସିସୋଦିଆଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ ମେ' ୧୧ରେ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ମାମଲାର ଶୁଣାଣି ସମୟରେ ସିବିଆଇ ଜାମିନ ଆବେଦନକୁ ବିରୋଧ କରି ଯୁକ୍ତି କରିଥିଲା ଯେ, ଆବେଦନକାରୀଙ୍କ(ସିସୋଦିଆ) ଦବଦବା ରହିଛି । ବଡ଼ ବଡ଼ ଅଧିକାରୀ ଓ ଅମଲାମାନଙ୍କ ସହ ଘନିଷ୍ଠ ସମ୍ପର୍କ ଅଛି । ତାଙ୍କର ଦଳୀୟ ସହଯୋଗୀ ମଧ୍ୟ ଉଚ୍ଚ ପଦବୀରେ ଥିବାରୁ ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ଅନ୍ୟପଟେ ସିସୋଦିଆଙ୍କ ଓକିଲ ଯୁକ୍ତି କରିଥିଲେ ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତକାରୀ ସଂସ୍ଥା ପାଖରେ କୌଣସି ପ୍ରମାଣ ନାହିଁ । ସିସୋଦିଆଙ୍କୁ ଛାଡି ସିବିଆଇ ମାମଲାରେ ପ୍ରତ୍ୟେକ ଅଭିଯୁକ୍ତ ଜାମିନରେ ମୁକୁଳିଛନ୍ତି । ଏଫଆଇଆର ପଞ୍ଜିକରଣର ୬ ମାସ ପରେ ଚଳିତ ବର୍ଷ ଫେବୃଆରୀରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ହେଲେ ଗିରଫଦାରୀର ୬ ମାସ ପୂର୍ବରୁ ମାମଲାର ଯାଞ୍ଚ କାଳରେ କୌଣସି ସାକ୍ଷ୍ୟଙ୍କୁ ଆବେଦନକାରୀ ଧମକ ଦେଇଥିବା ଅଥବା ତାଙ୍କ ପ୍ରତି ବିପଦ ଥିବାର ଗୋଟିଏ ବି ଘଟଣା ସାମ୍ନାକୁ ଆସିନଥିଲା ।

ତେବେ ହାଇକୋର୍ଟ ଆପ୍ ନେତାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଏହା ଉପକେ ଗମ୍ଭୀର ମାମଲା । ଅନୁଚିତ ଲାଭ ହାସଲ ପାଇଁ ଷଡ଼ଯନ୍ତ୍ର ଭାବେ ଅବକାରୀ ନୀତି ଅଣାଯାଇଥିଲା । ମନୀଷ ସିସୋଦିଆ ଜଣେ ପାୱାରଫୁଲ ବ୍ୟକ୍ତି, ତେଣୁ ଜାମିନ ମିଳିଲେ ମାମଲା ସହ ଜଡିତ ପ୍ରମାଣ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 30, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.