ETV Bharat / bharat

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ, ପତ୍ନୀଙ୍କୁ ଭେଟିବାକୁ ମିଳିଲା ଗୋଟିଏ ଦିନ

author img

By

Published : Jun 5, 2023, 4:38 PM IST

ଖାରଜ ହେଲା ସିସୋଦିଆଙ୍କ ଅନ୍ତରୀଣ ବେଲ ଆବେଦନ । ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଗୋଟିଏ ଦିନ ସର୍ତ୍ତମୂଳକ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ, ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ କୋର୍ଟ ଦେଲେ ଅନୁମତି
ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ, ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅନ୍ତରୀଣ ବେଲ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସିସୋଦିଆ 6 ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହୋଇଥିଲା । କୋର୍ଟ ଆବେଦନ ଖାରଜ କରିବା ସହ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ସିସୋଦିଆଙ୍କୁ ମାତ୍ର ଗୋଟିଏ ଦିନ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ଘରେ କିମ୍ବା ହସ୍ପିଟାଲରେ ସେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପରେ ପୁଣି ଜେଲ ଫେରିବେ ।

ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ୍‌ ଦୀନେଶ କୁମାର ଶର୍ମାଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ସିସୋଦିଆଙ୍କ ଆବେଦନ ଖାରଜ କରିବା ସହ ପତ୍ନୀଙ୍କୁ ଭେଟିବା ପାଇଁ ଏକ ଦିନ ସମୟ ପ୍ରଦାନ କରିଥିଲେ । ପୂର୍ବାହ୍ନ 10 ଟାରୁ ସଂଧ୍ୟା 5 ମଧ୍ୟରେ ସିସୋଦିଆଙ୍କୁ ପୋଲିସକୁ ସିସୋଦିଆଙ୍କୁ ତାଙ୍କ ଘର କିମ୍ବା ହସ୍ପିଟାଲ ନେଇଯିବା ନେଇ କୋର୍ଟ କହିଛନ୍ତି । ଏହି ସମୟରେ ସିସୋଦିଆ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା କିମ୍ବା ବିବୃତ୍ତି ଦେବେ ନାହିଁ ବୋଲି କୋର୍ଟ ସର୍ତ୍ତମୂଳକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସେ ମୋବାଇଲ ଫୋନ ଓ ଇଣ୍ଟରନେଟ ବ୍ୟବହାର କରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ସିସୋଦିଆଙ୍କ ଅସୁସ୍ଥ ପତ୍ନୀଙ୍କ ଚିକିତ୍ସା ନେଇ ମଧ୍ୟ କୋର୍ଟ ତତ୍ପରତା ପ୍ରକାଶ କରିଛନ୍ତି । ସିସୋଦିଆଙ୍କ ପତ୍ନୀ କିପରି ଉଚିତ ଚିକିତ୍ସା ସୁବିଧା ପାଇପାରିବେ ସେ ନେଇ ମଧ୍ୟ କୋର୍ଟ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିସୋଦିଆଙ୍କ ପତ୍ନୀଙ୍କୁ ଆବଶ୍ୟକ ସ୍ଥଳେ ଏମ୍ସ ଅଧୀକ୍ଷକଙ୍କ ଦ୍ବାରା ଏକ ଡାକ୍ତରୀ ଟିମ ଗଠନ କରି ଚିକିତ୍ସା ସୁବିଧା ଯୋଗାଇବା ପାଇଁ ମଧ୍ୟ କୋର୍ଟ କହିଛନ୍ତି । ଶନିବାର ସିସୋଦିଆଙ୍କୁ ଅସୁସ୍ଥ ପତ୍ନୀଙ୍କୁ ସାକ୍ଷାତ କରିବା ପାଇଁ ଘରକୁ ଅଣାଯାଇଥିଲା । ହେଲେ ସେ ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେଣୁ ସେ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିପାରି ନଥିଲେ । ପୁନର୍ବାର ତାଙ୍କୁ ତିହାର ଜେଲ ଫେରାଇ ନିଆଯାଇଥିଲା ।

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ବାରମ୍ବାର ଜେରା ହେବା ପରେ ମାର୍ଚ୍ଚ 9 ତାରିଖରେ ସିସୋଦିଆ ଗିରଫ ହୋଇଥିଲେ । ଏକାଧିକ ଥର ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇସାରିଛି । ଏବେ ସେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ଗିରଫଦାରୀ ପରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ପତ୍ନୀ ଅସୁସ୍ଥ ହେବା କାରଣରୁ ସେ 6 ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ବେଲ ପ୍ରଦାନ କରିବା ପାଇଁ ଆବେଦନ ମଧ୍ୟ କରିଥିଲେ । ହେଲେ ତାହା ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବା ସହ ପତ୍ନୀଙ୍କୁ ଭେଟିବା ପାଇଁ ମାତ୍ର ଗୋଟିଏ ଦିନ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.