ETV Bharat / bharat

Delhi excise policy case: ଏପ୍ରିଲ 27 ଯାଏଁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି

author img

By

Published : Apr 17, 2023, 4:42 PM IST

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ପୁଣି ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି । ଗତକାଲି ଦଳ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ମଧ୍ୟ 9 ଘଣ୍ଟା ଜେରା କରିଛି ସିବିଆଇ । ଅଧିକ ପଢନ୍ତୁ

Delhi excise policy case
Delhi excise policy case

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ପିଚ୍ଛା ଛାଡୁନି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ସିବିଆଇ ଓ ଇଡି । ଗୋଟିଏ ପଟେ ଦଳ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ସିବିଆଇ ଗତକାଲି ମାରାଥନ ଜେରା କରିଥିବା ବେଳେ ଆଜି ପୁଣି ଗିରଫ ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ବଢାଇ ଦେଇଛନ୍ତି କୋର୍ଟ । ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ଅପ୍ରିଲ 27କୁ ବୃଦ୍ଧି କରିଛନ୍ତି ।

ଆଜି(ସୋମବାର) ସିସୋଦିଆଙ୍କୁ ରାଉଜ ଆଭିନ୍ୟୁ କୋର୍ଟର ସ୍ପେସାଲ ଜଷ୍ଟିସ ଏମ.କେ ନାଗପାଲଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ନିକଟରେ ଜଷ୍ଟିସ ନାଗପାଲ ସିସୋଦିଆଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ । ସିସୋଦିଆଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି । ଘଟଣାର ତଦନ୍ତ ଜାରି ରହିଛି । ଏପରି ସ୍ଥିତିରେ ସିସୋଦିଆଙ୍କୁ ବେଲ ମିଳିପାରିବ ନାହିଁ ବୋଲି ଜଷ୍ଟିସ ନାଗପାଲ କହିଥିଲେ ।

ଫେବୃଆରୀ 26ରେ ଗିରଫ ହୋଇଥିଲେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ମାରାଥନ ଜେରା ପରେ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସେ ପ୍ରମାଣ ନଷ୍ଟ କରିବା ଓ ତଦନ୍ତକାରୀ ସଂସ୍ଥାକୁ ସହଯୋଗ ନକରିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ସେ ବେଲ୍‌ ନପାଇ ଜେଲକୁ ଗଲା ପରେ ତାଙ୍କ ବିରୋଧରେ ଦିଲ୍ଲୀ ସରକାରରେ ଫିଡବ୍ୟାକ ୟୁନିଟ ଗଠନ କରି ଗୁପ୍ତଚରି କରିଥିବା ମାମଲା ମଧ୍ୟ ରୁଜୁ ହୋଇଥିଲା । ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟର ତଦନ୍ତ ପରିଧିରେ ଅଛନ୍ତି ସିସୋଦିଆ । ପୂର୍ବରୁ ମଧ୍ୟ ଏକାଧିକ ଥର ତାଙ୍କ ଜାମିନ ଖାରଜ ହୋଇସାରିଛି । ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ;-Delhi liquor scam: କେଜ୍ରିୱାଲଙ୍କୁ 9 ଘଣ୍ଟା ଜେରା, ସିବିଆଇ ପଚାରିଲା 56ଟି ପ୍ରଶ୍ନ

ଅନ୍ୟପଟେ ସିସୋଦିଆ ଓ ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆମ ଆଦମୀ ପାର୍ଟିର ଅନ୍ୟତମ ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଉଭୟ ଏବେ ଜେଲରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଛନ୍ତି । ଗତକାଲି କେଜ୍ରିଓ୍ବାଲଙ୍କୁ ସମାନ ପ୍ରସଙ୍ଗରେ ସିବିଆଇ 9 ଘଣ୍ଟା କରିଥିଲା ।

ହେଲେ ଦଳ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ପ୍ରଥମରୁ କହିଆସିଛି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଲୋକପ୍ରିୟତା ଓ ସୁଶାସନ ଦେଖି ବିଜେପି ଏପରି କରୁଛି । ଦିଲ୍ଲୀରେ ସରକାର ଭାଙ୍ଗିବା ପାଇଁ ଅପରେସନ ଲୋଟସ କରାଯାଇଥିଲେ ବି ବିଜେପି ସେଥିରେ ସଫଳ ହେଲା ନାହିଁ, ତେଣୁ ଆକ୍ରୋଶମୂଳକ ଭାବେ ଏପରି ମିଥ୍ୟା ମାମଲାରେ ଜଣେ ପରେ ଜଣେ ନେତାଙ୍କୁ ଫସାଯାଉଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.