ETV Bharat / bharat

ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ମେଲବର୍ଣ୍ଣରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ

author img

By

Published : Jul 31, 2023, 7:36 AM IST

ଉଡନ୍ତା ବିମାନରେ ଅସୁସ୍ଥ ହୋଇ ପଡିଲେ ଯାତ୍ରୀ । ମେଲବର୍ଣ୍ଣରେ ଜରୁରୀକାଳିନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଅଧିକ ପଢନ୍ତୁ

Delhi Bound Air India Flight Returns To Melbourne
Delhi Bound Air India Flight Returns To Melbourne

ନୂଆଦିଲ୍ଲୀ: ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ମଝି ଆକାଶରେ ବିମାନ ଉଡୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ଉଡାଣର ଏକ ଘଣ୍ଟା ପରେ ପୁଣି ମେଲବର୍ଣ୍ଣରେ ଜରୁରୀକାଳିନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ। ଅସୁସ୍ଥ ଯାତ୍ରୀ ଓ ତାଙ୍କ ପରିବାରକୁ ବିମାନ ବନ୍ଦରରେ ଓହ୍ଲାଇବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ବିମାନ ।

ବୋଇଙ୍ଗ ଡ୍ରିମଲିନର୍ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ 309 ବିମାନଟି ରବିବାର (ଜୁଲାଇ 30) ସକାଳ ସମୟରେ ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ତେବେ ଉଡାଣ ଭରିବାର ଏକ ଘଣ୍ଟାରୁ ଅଧିକ ସମୟ ହୋଇଯାଇଥିବା ବେଳେ ବିମାନରେ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସେହି ସମୟରେ ବିମାନରେ ଥିବା ଜଣେ ଡାକ୍ତର ଅସୁସ୍ଥ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ବୋଲି କହିଥିଲେ । ତେଣୁ ସଙ୍ଗେ ସଙ୍ଗେ ପାଇଲଟ ବିମାନକୁ ଦିଲ୍ଲୀ ପରିବର୍ତ୍ତେ ପୁଣି ମେଲବର୍ଣ୍ଣ ଅଭିମୁଖେ ଯାତ୍ରା ଆରମ୍ଭ କରି ବିମାନକୁ ଜରୁରୀକାଳିନ ଅବତରଣ କରିଥିଲେ । ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ଭାଙ୍ଗିଗଲା ବିମାନର କାଚ, ଜରୁରୀ ଅବତରଣ କଲା କାର୍ଗୋ ଫ୍ଲାଇଟ୍

ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ବିମାନ ଉଡାଣର କିଛି ଘଣ୍ଟା ପରେ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ସେଠାରେ ଥିବା ଜଣେ ଡାକ୍ତର ଅସୁସ୍ଥ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ପରିମର୍ଶ ଦେଇଥିଲେ । ସଙ୍ଗେ ସଙ୍ଗେ ବିମାନଟି ଦିଲ୍ଲୀ ଅଭିମୁଖେ ଯିବା ପରିବର୍ତ୍ତେ ମେଲବର୍ଣ୍ଣରେ ଅବତରଣ କରିଥିଲା । ପୁଣି ବିମାନଟି ଉଡାଣ ଆରମ୍ଭ କରି ରାତି 9ଟା 30 ମିନିଟରେ ଦିଲ୍ଲୀରେ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ମାଡ ହେଲା ପକ୍ଷୀ , ଭୁବନେଶ୍ୱର ଏୟାରପୋର୍ଟରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ଗତ ଏପ୍ରିଲ ମାସରେ କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା କାର୍ଗୋ ବିମାନ । ସାଉଦି ଆରବ ଏୟାର ଲାଇନ୍ସର କାର୍ଗୋ ବିମାନର ସାମ୍ନା କାଚ ଭାଙ୍ଗି ଯିବାରୁ ଜରୁରୀ ଅବତରଣ କରିଥିଲା । ଜେଦ୍ଦାରୁ ହଂକଂ ଅଭିମୁ୍ଖେ ଯାତ୍ରା କରୁଥିଲା ଏହି ବିମାନ । ତେବେ ଅବତରଣ ପୂର୍ବରୁ ବିମାନବନ୍ଦରରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା । ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ପରେ ବିମାନର ନିରାପଦ ଅବତରଣ ପରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା । ପୂର୍ବରୁ ଅନେକ ଥର ମଧ୍ୟ ବିମାନରେ ପକ୍ଷୀ ମାଡ ହେବା ପରେ ଜରୁରୀ ଅବତରଣ ହୋଇଥିବା ନଜିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.