ETV Bharat / bharat

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା, ଆଖି ବୁଜିଲେ ଆଉ ଜଣେ ଶ୍ରମିକ

author img

By

Published : Apr 19, 2021, 10:49 PM IST

ତେଲେଙ୍ଗାନା ସମଶଦାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି । ଅଧିକ ପଢନ୍ତୁ...

death count reached 7 in police telengana rush driving in hydrabad
ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା ,ଆଖି ବୁଜିଲେ ଆଉ ଜଣେ ଶ୍ରମିକ

ହାଇଦ୍ରାବାଦ : ତେଲେଙ୍ଗାନା ସମଶଦାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି । ଓସମାନିଆ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କର ଆଜି ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବୁଦ୍ଧାନ ବୋଲି ଜଣାପଡିଛି । ରବିବାର ଦିନ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ 6 ଜଣଙ୍କ ଜୀବନ ଯାଇଥିଲା ।

ତେବେ ଏହି ଦୁର୍ଘଟଣା ପାଇଁ ଜଣେ କନେଷ୍ଟବଳ ଦାୟୀ ବୋଲି ଜଣାପଡିଛି । କନେଷ୍ଟବଳ ଗିରିପ୍ରସାଦ ମାଧପୁର ପୋଲିସ ଷ୍ଟେସନରେ କାର୍ଯ୍ୟ କରନ୍ତି । ଗିରିପ୍ରସାଦ ଓ ତାଙ୍କର ଦୁଇ ସହଯୋଗୀ ରବିବାର ଦିନ ସମଶଦାବାଦକୁ କାର ଯୋଗେ ଫେରୁଥିବାବେଳେ ଏକ ଟ୍ରକକୁ ଧକ୍କା ଦେଇଥିଲେ । ଯେଉଁ ଟ୍ରକରେ ଶ୍ରମିକମାନେ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 3 ଜଣଙ୍କୁ ମେଡିକାଲ ନେବା ବାଟରେ ଆଖି ବୁଜିଥିଲେ । ହେଲେ ଆଜି ଜଣେ ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରାଯାଇ ରିମାଣ୍ତରେ ନିଆଯିବ ବୋଲି ସୂଚନା ମିଳିଛି । ତେବେ ମଦ୍ୟପାନ କରି ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.