ETV Bharat / bharat

ବଢିଲା ମୁଖ୍ୟମନ୍ତ୍ରୀ KCRଙ୍କ ହାତ, ବାପାଙ୍କ ସ୍ବପ୍ନ ପୂରଣ କଲେ ଝିଅ

author img

By

Published : May 13, 2023, 3:29 PM IST

ତେଲେଙ୍ଗାନା ଆନ୍ଦୋଳନରେ ଶହୀଦ ହୋଇଥିବା କନଷ୍ଟେବଳ କିସ୍ତିୟାଙ୍କ ଝିଅ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହାୟତାରେ ଡାକ୍ତର ହୋଇ ବାପାଙ୍କ ସ୍ବପ୍ନ ପୂରଣ କରିଛନ୍ତି । ଅଧିକ ପଢନ୍ତୁ

ବାପାଙ୍କ ସ୍ବପ୍ନ ପୂରଣ କଲେ ଝିଅ
daughter fullfiled her fathers dream

ହାଇଦ୍ରାବାଦ: ପିଲା ଦିନୁ ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲେ । ଏହା ଖାଲି ତାଙ୍କ ସ୍ବପ୍ନ ନଥିଲା ତାଙ୍କ ବାପାଙ୍କର ସ୍ବପ୍ନ ଥିଲା । ବାପା ଯିବା ପରେ ତାଙ୍କୁ ଅନେକ ପରିସ୍ଥିତି ଦେଇ ଗତି କରିବାକୁ ପଡିଥିଲା । ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଘାତ ପ୍ରତିଘାତ ସତ୍ତ୍ବେ ସେ ବାପାଙ୍କ ସ୍ବପ୍ନ ପୂରଣ କରିଛନ୍ତି ତେଲେଙ୍ଗାନା ଆନ୍ଦୋଳନରେ ଶହୀଦ ହୋଇଥିବା କନଷ୍ଟେବଳ କିସ୍ତିୟାଙ୍କ ଝିଅ ପ୍ରିୟଙ୍କା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହାୟତାରେ ବାପାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଝିଅ ପ୍ରିୟଙ୍କା ।

ବାପାଙ୍କ ସ୍ବପ୍ନ ପୂରଣ କଲେ ଝିଅ
ବାପାଙ୍କ ସ୍ବପ୍ନ ପୂରଣ କଲେ ଝିଅ

ତେଲେଙ୍ଗାନା ଆନ୍ଦୋଳନରେ ଶହୀଦ ହୋଇଥିଲେ କନଷ୍ଟେବଳ କିସ୍ତିୟା । ଏହା ପରେ ପରିବାର ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇଥିଲେ । ମାତ୍ର କନଷ୍ଟେବଳ କିସ୍ତିୟାଙ୍କ ଝିଅ ହାରି ନଥିଲେ । ବାପାଙ୍କ ସ୍ବପ୍ନ ପୂରଣ ପାଇଁ ପ୍ରୟାସ ଜାରି ରଖିଥିଲେ । ମୁଖ୍ୟମନ୍ତ୍ରୀ କେସିଆରଙ୍କ ଆର୍ଥିକ ସହାୟତାରେ ଡାକ୍ତର ହୋଇ ବାପାଙ୍କ ସ୍ବପ୍ନ ପୂରଣ କରିଛନ୍ତି ପ୍ରିୟଙ୍କା । ମେଡିକାଲ ପାଠପଢା ଶେଷ କରି ସ୍ବପ୍ନ ପୂରଣର ପ୍ରଥମ ପାହାଚ ଚଢିଛନ୍ତି ପ୍ରିୟଙ୍କା । ମେଡିକାଲ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ବାପାଙ୍କ ସ୍ବପ୍ନ ପୂରଣ କଲେ ଝିଅ
ବାପାଙ୍କ ସ୍ବପ୍ନ ପୂରଣ କଲେ ଝିଅ

ପ୍ରିୟଙ୍କା ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ଗରିବ ଲୋକଙ୍କ ସେବା କରିବା ସହ ଡାକ୍ତର ହେବାକୁ ପ୍ରିୟଙ୍କାଙ୍କୁ ତାଙ୍କ ବାପା ସର୍ବଦା ଉତ୍ସାହିତ କରୁଥିଲେ । କିସ୍ତିୟାଙ୍କ ମୃତ୍ୟୁ ପରେ ପରିବାର ସହ ପ୍ରିୟଙ୍କା କରିମନଗର ଚାଲି ଆସିଥିଲେ । ପିଲାଙ୍କ ପାଠପଢା ସହ ପରିବାର ପ୍ରତିପୋଷଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିସ୍ତିୟାଙ୍କ ପତ୍ନୀ ପଦ୍ମା । ପଦ୍ମାଙ୍କୁ ସରକାର ଚାକିିରି ଆବଶ୍ୟକୀୟ ସହାୟତା ମିଳିଥିଲା ଫଳରେ ପରିବାର ପ୍ରତିପୋଷଣ ସହଜ ହୋଇଥିଲା । ଶହୀଦ କିସ୍ତିୟାଙ୍କ ପରିବାରର ଦାୟିତ୍ବ ନେଇଥିଲେ ମୁଖ୍ୟମନ୍ତ୍ରୀ କେସିଆର । ପରିବାରକୁ ଆର୍ଥିକ ସହୟତା ଯୋଗାଇ ଦେଇଥିଲେ କେସିଆର । କିସ୍ତିଆଙ୍କ ପୁଅ ରାହୁଲ ମଧ୍ୟ ଜଣେ ମେଧାବୀ ଛାତ୍ର । ସେ ଜିମାବାଦରେ ଜୁନିୟର ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ପ୍ରିୟଙ୍କା କର୍ପୋରେଟ କଲେଜରେ ପାଠ ପଢା ଶେଷ କରିଛନ୍ତି ।

2021ରେ ପ୍ରିୟଙ୍କା ଏମବିବିଏସ ପଢା ଶେଷ କରିଥିଲେ । ଏହା ପରେ ସେ ଗୋଟିଏ ବର୍ଷ ପାଇଁ ଛାଲମେଡାରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଥିଗାଲାଗୁଟାପାଲି ବସ୍ତି ଦେଭାଖାନ୍ନା ଡାକ୍ତର ଭାବେ ନିଯୁକ୍ତି ପାଇଛନ୍ତି । ବାପାଙ୍କ ସ୍ବପ୍ନ ପୂରଣ କରି ସେ ବେଶ ଖୁସି ଥିବା କହିଛନ୍ତି । ଲୋକଙ୍କ ସେବା କରିବାର ସୌଭାଗ୍ୟ ପାଇଥିବାକୁ ବହୁତ ଖୁସି । ଡାକ୍ତର ହିସାବରେ ଗରିବ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ପ୍ରିୟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.