ETV Bharat / bharat

ଝିଅ ହେବ ତ ଏମିତି, ଯକୃତର କିଛି ଅଂଶ ଦାନ କରି ପିତାଙ୍କ ଜୀବନ ବଞ୍ଚାଇଲା ଝିଅ

author img

By

Published : Dec 29, 2022, 10:33 PM IST

ହିମାଚଳ ପ୍ରଦେଶରେ ମରଣ ସହ ସଂଘର୍ଷ କରୁଥିବା ପିତାଙ୍କୁ ନୂଆ ଜୀବନ ଦେଲା ଝିଅ । ଦାନ କଲେ ଯକୃତର କିଛି ଅଂଶ । ଅଙ୍ଗ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ପରେ ଉଭୟ ବାପ ଝିଅ ସୁସ୍ଥ ଥିବା ସୂଚନା । ଅଧିକ ପଢନ୍ତୁ

ଯକୃତର କିଛି ଅଂଶ ଦାନ କରି ପିତାଙ୍କ ଜୀବନ ବଞ୍ଚାଇଲା ଝିଅ
ଯକୃତର କିଛି ଅଂଶ ଦାନ କରି ପିତାଙ୍କ ଜୀବନ ବଞ୍ଚାଇଲା ଝିଅ

ହାଇଦ୍ରାବାଦ: ମରଣ ସହ ସଂଘର୍ଷ କରୁଥିବା ପିତାଙ୍କୁ ଯକୃତର କିଛି ଅଂଶଦାନ କରି ନୂଆ ଜୀବନ ଦେଇଛି ଝିଅ । ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାରେ ଏପରି ଏକ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏହି ଅଙ୍ଗ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ଏବେ ବାପା-ଝିିଅ ଉଭୟ ସୁସ୍ଥ ଥିବା ମଧ୍ୟ ଜଣାପଡିଛି ।

ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଯକୃତ ରୋଗରେ ପୀଡିତ ପିତା:-

ହମିରପୁର ଜିଲ୍ଲାର ତୈନିଦେବୀ ତହସିଲର କୋହଲି ଗାଁର ବାସିନ୍ଦା ମୋହିନ୍ଦ୍ର ଶର୍ମା ଜଣେ ପୂର୍ବତନ ଯବାନ। ଗତ କିଛି ଦିନ ହେବ ସେ ଯକୃତ ସଂକ୍ରମଣର ଶିକାର ହୋଇଥିଲେ । ତାଙ୍କର ଯକୃତ ନଷ୍ଟ ହୋଇଯାଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ଜୀବନ ସହ ସଂଘର୍ଷ କରୁଥିବା ମୋହିନ୍ଦ୍ର ଶର୍ମାଙ୍କୁ ବଞ୍ଚାଇବାକୁ ହେଲେ ଯକୃତର କିଛି ଅଂଶ ପ୍ରତିରୋପଣ କରିବା ଏକମାତ୍ର ବିକଳ୍ପ ବୋଲି ପରିବାର ସଦସ୍ୟଙ୍କୁ ସ୍ପଷ୍ଟ କରିଥିଲେ ଡାକ୍ତର । ଏପରି ସମୟରେ ମୋହିନ୍ଦ୍ରଙ୍କ ଝିଅ ପ୍ରିୟା ପିତାଙ୍କୁ ଯକୃତର କିଛି ଅଂଶ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଡାକ୍ତରୀ ଟିମ ସହ ପରାମର୍ଶ ପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏହି ଅଙ୍ଗ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି ।

ଷ୍ଟାଫ ନର୍ସ ଭାବେ ପ୍ରିୟା ଏବେ କାର୍ଯ୍ୟ କରୁଛନ୍ତି । ସେ ମୋହିନ୍ଦ୍ରଙ୍କ ଯାଆଁଳା ଝିଅଙ୍କ ମଧ୍ୟରୁ ଜଣେ । ଦୁଇ ଯାଆଁଳା ଭଉଣୀ ପ୍ରିୟା ଓ ରିୟା ଦିଲ୍ଲୀର ଏକ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି । ପିତାଙ୍କ ଅସୁସ୍ଥତାର ପ୍ରଥମ ଦିନରୁ ହିଁ ପ୍ରିୟା ଓ ରିୟା ତାଙ୍କ ଚିକତ୍ସାର ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ପିତାଙ୍କ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ଅଙ୍ଗ ପ୍ରତିରୋପଣ ବୋଲି ଡାକ୍ତରଙ୍କ ପରାମର୍ଶ ପରେ ମନରେ କୌଣସି ଆଶଙ୍କା ନରଖି ୟକୃତର କିଛି ଅଂଶ ଦାନ କରିଥିଲେ ପ୍ରିୟା । ଏବେ ଉଭୟ ବାପ-ଝିଅ ସୁରକ୍ଷିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.