ETV Bharat / bharat

ଶାଶୁଘର ଫେରିବାକୁ ମନା କଲା ଝିଅ, ମାଆ ସହ ଝିଅକୁ ହତ୍ୟାପରେ ବାପାର ଆତ୍ମହତ୍ୟା !

author img

By

Published : May 31, 2022, 8:01 PM IST

ଶାଶୁଘରକୁ ଯିବାକୁ ଅମଙ୍ଗ ହେବାରୁ ଝିଅ ସହ ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା କଲେ ବାପା । ବିବାହର 15 ଦିନ ପରେ ବାପଘରକୁ ଚାଲି ଆସିଥିଲା ଝିଅ । ଅଧିକ ପଢନ୍ତୁ

ଶାଶୁଘର ଫେରିବାକୁ ମନା କଲା ଝିଅ, ମାଆ ସହ ଝିଅକୁ ହତ୍ୟାପରେ ବାପାର ଆତ୍ମହତ୍ୟା !
ଶାଶୁଘର ଫେରିବାକୁ ମନା କଲା ଝିଅ, ମାଆ ସହ ଝିଅକୁ ହତ୍ୟାପରେ ବାପାର ଆତ୍ମହତ୍ୟା !

ହାଇଦ୍ରାବାଦ: ଶାଶୁଘରକୁ ଯିବାକୁ ଅମଙ୍ଗ ହେବାରୁ ଝିଅ ସହ ସ୍ତ୍ରୀକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲେ ବାପା । ବିବାହର 15 ଦିନ ପରେ ଝିଅ ଶାଶୁଘର ଛାଡି ବାପଘର ଚାଲିଆସି ଆଉ ଯିବାକୁ ରାଜି ନ ହେବାରୁ ଏପରି ଏକ କାଣ୍ଡ ଭିଆଇଛନ୍ତି ବାପା । ତେଲେଙ୍ଗାନା ମେହବୁବନଗରରେ ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ, କ୍ରିଷ୍ଣହ୍ନେୟା ନାମକ ଜଣେ ବ୍ୟକ୍ତି ମେ' 8 ତାରିଖରେ ଝିଅ ସରସ୍ବତୀଙ୍କୁ ବିବାହ କରାଇଥିଲେ । ମାତ୍ର 25 ମେ'ରେ ସରସ୍ବତୀ ଶାଶୁଘରୁ ଚାଲିଆସି ଆଉ ଯିବେ ନାହିଁ ବୋଲି କହିଥିଲେ । ଏହାପରେ ରାଗିଯାଇ କ୍ରିଷ୍ଣହ୍ନେୟା ସ୍ତ୍ରୀ ଏବଂ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ମାତ୍ର ରାସ୍ତାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଯାଇ ଥିବାବେଳେ କ୍ରିଷ୍ଣହ୍ନେୟା ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏନେଇ ଖବର ପାଇ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କେବଳ ଏହି କାରଣ ପାଇଁ କ୍ରିଷ୍ଣହ୍ନେୟା ହତ୍ୟା କରିଛନ୍ତି କିମ୍ବା ଅନ୍ୟାନ୍ୟ ପାରିବାରିକ ସମସ୍ୟା ଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.