ETV Bharat / bharat

ଆରମ୍ଭ ହେଲାଣି ଡୋର ଟୁ ଡୋର ସର୍ଭେ: ଗୃହରାଷ୍ଟ୍ର ମନ୍ତ୍ରୀ

author img

By

Published : May 19, 2021, 5:37 PM IST

କୋଭିଡ ନିୟନ୍ତ୍ରଣ ପାଇଁ ବିଜେପିର ଦାବି ଓ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ଓଡିଶାରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ପ୍ରତ୍ୟେକ ସ୍ତରରେ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି ବୋଲି ଗୃହରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

homeminister Dibyshankar mishra
ଆରମ୍ଭ ହେଲାଣି ଡୋର ଟୁ ଡୋର ସର୍ଭେ: ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: କୋଭିଡ ନିୟନ୍ତ୍ରଣ ପାଇଁ ବିଜେପିର ଦାବି ଓ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା । ରାଜ୍ୟରେ କୋରୋନା ପରିଚାଳନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

ଆରମ୍ଭ ହେଲାଣି ଡୋର ଟୁ ଡୋର ସର୍ଭେ: ଗୃହରାଷ୍ଟ୍ର ମନ୍ତ୍ରୀ

ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର କୋଭିଡ୍ ମହାମାରୀକୁ ଆୟତ୍ତ କରିବା ପାଇଁ ଉଚିତ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ସମଗ୍ର ବିଶ୍ବ ସମେତ ଅନେକ ମେଡିକାଲ ଜର୍ଣ୍ଣାଲ ମଧ୍ୟ ଓଡିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଜନସାଧାରଣ ସହଯୋଗ କରିବାରୁ ଓଡିଶାରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ପ୍ରତ୍ୟେକ ସ୍ତରରେ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇ ସାରିଲାଣି । ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସମସ୍ତ ସହାୟତା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି । ତେଣୁ ଡୋର ଟୁ ଡୋର ସର୍ଭେକୁ ନେଇ ରାଜ୍ୟସ୍ତରୀୟ ବୈଷୟିକ କମିଟି ଗଠନ ପର୍ଯ୍ୟନ୍ତ ଏବଂ ଗ୍ଲୋବାଲ ଟେଣ୍ଡର କରି ଶୀଘ୍ର କେମିତି ଭ୍ୟାକ୍ସିନ ପହଞ୍ଚିବ ସେ ପର୍ଯ୍ୟନ୍ତ ସରକାର ପଦକ୍ଷେପ ନେଇଛନ୍ତି ।

କୋଭିଡ୍ ଲଢେଇକୁ ସମସ୍ତେ ମିଳିମିଶି ଲଢ଼ିବାକୁ ପଡ଼ିବ । ଏହା ସମସ୍ତଙ୍କର ମହାମାରୀ । ତେଣୁ ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି କେହି ବି କୌଣସି ଚର୍ଚ୍ଚା କରିବାର ଆବଶ୍ୟକତା ନାହିଁ ବୋଲି କ୍ୟାପଟେନ କହିଛନ୍ତି । ସୂଚନାଥାଉକି ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ 10 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ସରକାରଙ୍କୁ ବିରୋଧୀ ସମାଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.