ETV Bharat / bharat

ARTO checking: ଗାଡ଼ି ଚେକିଂ ପାଇଁ ଟାଣ ଖରାରେ ୩ ଘଣ୍ଟା ଅଟକିଲା ବସ୍‌, ୨ ଯାତ୍ରୀଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Sep 15, 2023, 9:47 PM IST

Updated : Sep 16, 2023, 6:52 AM IST

ଅଯୋଧ୍ୟାରେ ଗାଡ଼ି ଚେକିଂ ବେଳେ ଅଘଟଣ । ୩ ଘଣ୍ଟା ବସ୍‌ ଅଟକିଥିବା ଯୋଗୁଁ ଅକାଳରେ ଚାଲିଗଲା ୨ ଯାତ୍ରୀଙ୍କ ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଯୋଧ୍ୟାରେ ସଡକ ପରିବହନ କାର୍ଯ୍ୟାଳୟ (RTO) ପକ୍ଷରୁ ଯାଞ୍ଚ ବେଳେ ଘଟିଲା ଅଘଟଣ । ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଯାନବାହନ ଅଟକି ରହିଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଯାତ୍ରୀ । ସେପଟେ ଟାଣ ଖରା ଯାତ୍ରୀଙ୍କୁ ସମସ୍ୟାକୁ ଦ୍ବିଗୁଣିତ କରିଥିଲା । ଆରଟିଓ ପକ୍ଷରୁ ଯାଞ୍ଚ ବେଳେ ଘରୋଇ ବସଗୁଡ଼ିକ ପ୍ରାୟ ୩ ଘଣ୍ଟା ଅଟକି ରହିଥିବା ଯୋଗୁଁ ୨ଟି ପୃଥକ ବସ୍‌ରେ ୨ଟି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଅତ୍ୟଧିକ ଗରମ ହେବା ପରେ ଏହି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଟାଣ ଖରା ଯୋଗୁଁ ୨ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେତେବେଳେ ଅସୁସ୍ଥ ଯାତ୍ରୀଙ୍କ ନିକଟରେ କୌଣସି ମେଡିକାଲ ଟିମ ସଠିକ ସମୟରେ ପହଞ୍ଚି ପାରିନଥିଲା । ଫଳରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ARTO ଟିମ୍ NH 27 ରାଜପଥରେ ରୌନାହି ପୋଲିସ ଷ୍ଟେସନ ସମ୍ମୁଖରେ ଯାଞ୍ଚ କରୁଥିଲା । ଏଥିଲାଗି ଅନେକ ଘରୋଇ ବସ ଅଟକି ରହିଥିଲା । ଦିଲ୍ଲୀରୁ ବିହାର ଯାଉଥିବା ୨ଟି ବସ୍‌ରେ ଅସୁସ୍ଥ ଯାତ୍ରୀ ଥିଲେ । ସେମାନଙ୍କୁ ଚିକିତ୍ସାର ଆବଶ୍ୟକତା ଥିଲା । ଯାଞ୍ଚ ସମୟରେ ବସ୍ ପ୍ରାୟ ୩ ଘଣ୍ଟା ପୋଲିସ ଷ୍ଟେସନ ସମ୍ମୁଖରେ ଅଟକି ରହିଥିଲା ।

ଏହା ବି ପଢନ୍ତୁ- ସଦଭାବନା ଯାତ୍ରା ହେଲା ଶେଷ ଯାତ୍ରା, ଚାଲିଗଲା ଯାତ୍ରୀଙ୍କ ଜୀବନ

ଏହି ସମୟ ମଧ୍ୟରେ ଉଭୟ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଅସୁସ୍ଥ ଯାତ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପୁଅ ନୀତୀଶ କହିଛନ୍ତି, " ଖରା ଯୋଗୁଁ ମୋ ପିତାଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ ଅସୁସ୍ଥ ଥିଲେ ।" ସେପଟେ ମୃତ ଯାତ୍ରୀ ରାମଚନ୍ଦ୍ରଙ୍କ ପତ୍ନୀ ବିନ୍ଦି ଦେବୀ କହିଛନ୍ତି, " ଚିକିତ୍ସା ପରେ ସେ ଦିଲ୍ଲୀରୁ ଫେରୁଥିଲେ । ସକାଳ ୮ଟା ବେଳେ ମଧ୍ୟ ଔଷଧ ଖାଇଥିଲେ । ହେଲେ ବାଟରେ ଗାଡ଼ି ଚେକିଂ ଯୋଗୁଁ ବସ୍‌ ଅଟକି ରହିଥିବାରୁ ଅତ୍ୟଧିକ ଗରମ ହେଉଥିଲା । ଏହି କାରଣରୁ ମୋ ସ୍ବାମୀଙ୍କ ମୃତ୍ୟୁ ଘଟିଛି । "

ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଦୁଇ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ହୋହଲ୍ଲା କରିଥଲେ । ରାଜ୍ୟରେ ଟାଣ ଖରା ଅନୁଭୂତ ହେଉଥିବା ବେଳେ ବସ୍ ଯାଞ୍ଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ଏଆରଟିଓ ପ୍ରବୀଣ କୁମାର କହିଛନ୍ତି, " ଘଟଣାର ତଦନ୍ତ କରାଯାଉଛି । ଉତ୍ତ୍ୟକ୍ତ ଯାତ୍ରୀମାନେ ରୌନାହି ପୋଲିସ ଷ୍ଟେସନ ସମ୍ମୁଖରେ ହୋହଲ୍ଲା କରିଥିଲେ । ଏହା ଦେଖି ଗାଡ଼ି ଚେକିଂ କରୁଥିବା ARTO ନିଜ ଟିମ ସହିତ ସେଠାରୁ ପଳାଇଥିଲେ । ଏହି ଅବହେଳା ପାଇଁ ଯାତ୍ରୀମାନେ ତାଙ୍କଠାରୁ ଉତ୍ତର ମାଗିଥିଲେ । ଉଭୟ ମୃତଦେହକୁ ବସ ଯୋଗେ ବିହାରକୁ ପଠାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2023, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.